ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ବେହେରା ଗିରଫ : ଦେଶୀ ପିସ୍ତଲ ସମେତ ଜୀବନ୍ତ ଗୁଳି ଜବତ

ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ବେହେରା ଗିରଫ

ଭୁବନେଶ୍ୱର: ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ବେହେରା ଗିରଫ ହୋଇଛି। ଭୁବନେଶ୍ୱର ଜଗନ୍ନାଥ ନଗରରେ ଥିବା ସୂଚନା ପାଇ ପୁଲିସ ମନୋଜକୁ ଗିରଫ କରିଛି। ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ଵର ଡିସିପି ପ୍ରତୀକ ସିଂ ଏହି ସୂଚନା ଦେଇଛନ୍ତି। ମନୋଜର ମୂଳ ଘର ସମ୍ବଲପୁର ଜିଲ୍ଲା ବୁର୍ଲାର ଗାନ୍ଧୀନଗରରେ। ସେ ରାଜଧାନୀର ଖାରବେଳନଗର ଥାନା ରିକ୍ସା କଲୋନିରେ ରହୁଛି। ମନୋଜ ନାମରେ ବିଭିନ୍ନ ଥାନାରେ ୧୫ଟି ମାମଲା ରହିଛି। ହତ୍ୟା, ରାହାଜାନୀ, ଲୁଟ, ଟିକଟ ବ୍ଲାକ, ଗୁଳି ମାଡ଼ ଆଦି ବିଭିନ୍ନ ଥାନାରେ ମାମଲା ରହିଛି। ଦେଶୀ ସେମି ଅଟୋମେଟିକ ପିସ୍ତଲ, ଦୁଇଟି ମାଗାଜିନ୍ ଏବଂ ୯ଟି ଜୀବନ୍ତ ୭.୬୫ଏମ୍‌ଏମ୍‌ ଗୁଳି ଜବତ ହୋଇଛି। ଲକ୍ଷ୍ମୀ ସାଗର ଥାନା ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଗୁଳି ମାଡ଼ କରି ପ୍ରାୟ ଏକ ବର୍ଷ ଧରି ଫେରାର ଥିଲା। ତାର ଅନ୍ୟ ସହଯୋଗୀ ମାନଙ୍କୁ ପୁଲିସ ଟ୍ରେସ କରି ସାରିଛି। ଖୁବ୍ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ।

Share Now:

Kalinga News Beuro

Next Post

ଶେଲି ଓବରୟ ଦିଲ୍ଲୀର ନୂଆ ମେୟର

Wed Feb 22 , 2023
ନୂଆଦିଲ୍ଲୀ: ଆମ୍‌ ଆଦମୀ ପାର୍ଟି (ଆପ୍‌)ର ଶେଲି ଓବରୟ ଦିଲ୍ଲୀର ନୂଆ ମେୟର ଭାବେ ନିର୍ବାଚିତ ହୋଇଛନ୍ତି। ଦିଲ୍ଲୀର ନୂଆ ମେୟର ଚୟନ ପାଇଁ ଆଜି ମତଦାନ ହୋଇଥିବା ବେଳେ ଏଥିପାଇଁ ପୌର ସଦନରେ ଏକ ବୈଠକ ବସିଥିଲା। ଏଥିରେ ଆପ୍‌ ପ୍ରାର୍ଥୀ ତଥା ପ୍ରଥମ ଥର କାଉନସିଲର ହୋଇଥିବା ଶେଲି ଓବରୟ ବିଜେପି ପ୍ରାର୍ଥୀ ରେଖା ଗୁପ୍ତାଙ୍କୁ ୩୪ ଖଣ୍ଡ ଭୋଟରେ ପରାସ୍ତ କରି ଦିଲ୍ଲୀର ନୂଆ ମେୟର […]
ଶେଲି ଓବରୟ ଦିଲ୍ଲୀର ନୂଆ ମେୟର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial