ବାଣୀବିହାରରେ ଚାପା ଉତ୍ତେଜନା : ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ବାଇକ୍ ପୋଡ଼ି

ବାଣୀବିହାରରେ ଚାପା ଉତ୍ତେଜନା

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଯୋଗୁ ଛାତ୍ର ନିବାସରେ ଉତ୍ତେଜନା ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଛାତ୍ର ନିବାସରେ ପଶି କେତେକ ଦୁର୍ବୃତ୍ତ ଗାଡ଼ି ପୋଡ଼ିଦେଇଥିଲେ। ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ହୋଲି ପାଳନକୁ ନେଇ ଗତକାଲି ବିବାଦ ଉପୁଜିଥିଲା। ଏହା ଗୋଷ୍ଠୀ ସଂଘର୍ଷର ରୂପ ନେଇଛି ଏବଂ ପରିଣାମସ୍ବରୂପ ଏଭଳି ବାଇକ୍ ପୋଡ଼ି ଘଟଣା ସାମ୍ନାକୁ ଆସିଥିବା କୁହାଯାଉଛି। ଏବେ ବି ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଚାପା ଉତ୍ତେଜନା ଲାଗି ରହିଛି। ଏଣେ ଗୋଦାବରୀଶ ଛାତ୍ରାବାସକୁ ତାଲା ପକାଯାଇଛି। ତେଣେ ଘଟଣାର ତଦନ୍ତ କରିବା ଲାଗି ସହିଦନଗର ଥାନା ପୁଲିସ ପହଞ୍ଚିଥିଲା। ସେମାନେ ଉତ୍ତ୍ୟକ୍ତ ଛାତ୍ରମାନଙ୍କୁ ବୁଝାସୁଝା କରିଛନ୍ତି। ତେବେ କେଉଁ କାରଣରୁ ଏହି ଗଣ୍ଡଗୋଳ ହୋଇଛି, ସେନେଇ ପୁଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ପିଜି କାଉନସିଲ୍ ଅଧ୍ୟକ୍ଷ ବି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି କୁଳପତିଙ୍କୁ ରିପୋର୍ଟ ଦେଇଥିବା ଜଣାଯାଇଛି।

Share Now:

Kalinga News Beuro

Next Post

ରାୟଗଡ଼ାରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଦ୍ଵାରା ନୂତନ ଜିଲ୍ଲା ଅଦାଲତର ଶିଳାନ୍ୟାସ

Sun Mar 20 , 2022
ରାୟଗଡ଼ା: ରାୟଗଡ଼ା କୋର୍ଟ ପରିସରରେ ନୂତନ ଜିଲ୍ଲା ଅଦାଲତ କମ୍ପ୍ଲେକ୍ସର ଶିଳାନ୍ୟାସ କରିଛନ୍ତି ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ. ମୂରଲୀଧର। ୪୭ କୋଟି ବ୍ୟୟରେ ନିର୍ମିତ ହେବାକୁ ଥିବା ୫ ମହଲା ବିଶିଷ୍ଟ ଅତ୍ୟାଧୁନିକ କୋଠାରେ ଡିଜିଟାଲ୍ ଆଇନ ସମ୍ବନ୍ଧୀୟ ସମସ୍ତ ବ୍ୟବସ୍ଥା ଉପଲବ୍ଧ ରହିବ। ଆସନ୍ତା ୨ ବର୍ଷ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ। ଏହି ଅବସରରେ କୋର୍ଟ ପରିସରରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ […]
ରାୟଗଡ଼ାରେ ୪୭ କୋଟି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial