ଦୁଷ୍କର୍ମ ପରେ ହତ୍ୟା କରି ଛାତ୍ରୀଙ୍କ ଶବ ନଈରେ ଫି‌ଙ୍ଗିଦେଲେ ଅଟୋ ଚାଳକ

ଦୁଷ୍କର୍ମ ପରେ ହତ୍ୟା

ଗୌହାଟି: ଜଣେ ୧୬ ବର୍ଷୀୟ ଝିଅ ସହିତ ଦୁଷ୍କର୍ମ କରିବା ପରେ ତା’କୁ ହତ୍ୟା କରି ତା’ର ଶବକୁ ନଈର ଫିଙ୍ଗି ଦେଇଥିବା ଅଭିଯୋଗରେ ଆସାମ ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଘଟଣାଟି ଗୌହାଟିସ୍ଥିତ କାମରୁପ ଜିଲ୍ଲାରେ ଘଟିଛି ଏବଂ ଅଷ୍ଟମ ଶ୍ରେଣୀରେ ପଢୁଥିବା ସେ ଝିଅର ଶବକୁ ଶୁକ୍ରବାର ଦିନ ସୋନାପୁରରେ ପ୍ରବାହିତ ଦିଗାରୁ ନଦୀରୁ ଉଦ୍ଧାର କରାଯାଇଥିବା କଥା ପୁଲିସ କହିଛି। ପୁଲିସ କହିବା ଅନୁସାରେ, ସୋମବାର ଦିନ ଫୋନ୍‌ ରି-ଚାର୍ଜ କରିବା ଲାଗି ଯାଇ ଝିଅଟି ନିଖୋଜ ହୋଇଯାଇଥିଲା। ପରେ ନଈକୂଳ ପାଖରୁ ତା’ର ଶବ ମିଳିବା ପରେ ସେ ଅଞ୍ଚଳରେ ଭୀଷଣ ପ୍ରତିବାଦ ଆରମ୍ଭ ହୋଇଥିଲା। ଘଟଣା ବିଷୟରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅପରାଧୀକୁ ମୃତ୍ୟୁ ଦଣ୍ଡ ଦେବା ପାଇଁ ପ୍ରତିବାଦକାରୀମାନେ ଦାବି କରିଥିଲେ।
ମୃତା ବାଳିକାର ବଡ଼ଭଉଣୀ କହିଛନ୍ତି, ଜୁନ୍‌ ୨୬ ତାରିଖ ଦିନ ମୋ ସାନଭଉଣୀ ମାଛ କିଣିବା ଲାଗି ବଜାରକୁ ଯାଇଥିଲା। ତା’ପରେ ସେ ଆଉ ଘରକୁ ଫେରି ନ ଥିଲା। ଆମେ ସୋନାପୁର ଥାନାରେ ନିରୁଦ୍ଦିଷ୍ଟ ଅଭିଯୋଗ ଫାଇଲ୍‌ କରିଥିଲୁ। ଆମେ ଜାଣୁନା ତା’ର (ଭଉଣୀ) କ’ଣ ହେଲା। ପରେ ଦିଗାରୁ ନଈରୁ ତା’ ଶବ ମିଳିଲା। ଘଟଣାର ତଦନ୍ତ ଆରମ୍ଭ କରି ପୁଲିସ ଜଣେ ଅଟୋରିକ୍ସା ଡ୍ରାଇଭର୍‌ଙ୍କୁ ଗିରଫ କରିଛି। ସେ ମଧ୍ୟ ଅପରାଧ ସ୍ୱୀକାର କରିଛନ୍ତି। ଏହି ଘଟଣାର ଅଧିକ ତଦନ୍ତ ଆରମ୍ଭ ହୋଇଛି ବୋଲି ପୁଲିସ କହିଛି।

Share Now:

Kalinga News Beuro

Next Post

ମଣିପୁର ଆଦିମ ଅଧିବାସୀ ହିଂସା ଦମନ ପାଇଁ ଗୃହୀତ ପଦକ୍ଷେପ ଉପରେ ରିପୋର୍ଟ ମାଗିଲେ ସୁପ୍ରିମ୍‌ କୋର୍ଟ

Mon Jul 3 , 2023
ନୂଆଦିଲ୍ଲୀ: ମଣିପୁରରେ ଆଦିମ ଅଧିବାସୀମାନେ ଚଳାଇଥିବା ହିଂସା ଦମନ ଓ ନାଗରିକ ଥଇଥାନ ଲାଗି ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ଆଜି ସୁପ୍ରିମ୍‌ କୋର୍ଟ ରାଜ୍ୟ ସରକାରଙ୍କୁ ସବିଶେଷ ‘ସ୍ଥିତାବସ୍ଥା ରିପୋର୍ଟ’ ମାଗିଛନ୍ତି। ଆଇନ-ଶୃଙ୍ଖଳା ପରିସ୍ଥିତି ଉପରେ ଚିନ୍ତା ପ୍ରକଟ କରି ଆଜି ସୁପ୍ରିମ୍‌ କୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି ଯେ, ହିଂସାକାଣ୍ଡଦ୍ୱାରା ପ୍ରଭାବିତ ଏବଂ ବାସହରା ହୋଇଥିବା ନାଗରିକମାନଙ୍କ ଥଇଥାନ ନିମନ୍ତେ ଶିବିର ନିର୍ମାଣ, ଫୋର୍ସ ମୁତୟନ ଏବଂ […]
ମଣିପୁର ଆଦିମ ଅଧିବାସୀ ହିଂସା ଦମନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial