ନୌସେନାରେ ସାମିଲ ହେବ ପରମାଣୁ କ୍ଷେପଣାସ୍ତ୍ର ଟ୍ରାକିଙ୍ଗ ଜାହାଜ ଆଇଏନଏସ ଧୃବ

ଆଇଏନଏସ ଧ୍ରୁବ

ନୂଆଦିଲ୍ଲୀ: ଏଣିକି ଭାରତୀୟ ଜଳସୀମାରେ କାମ ଦେବନାହିଁ ପରମାଣୁ କ୍ଷେପଣାସ୍ତ୍ର। କାରଣ ବିଦେଶୀ ରାଷ୍ଟ୍ରର ପରମାଣୁ କ୍ଷେପଣାସ୍ତ୍ର ଉପରେ ନଜର ରଖିବାକୁ ଭାରତୀୟ ନୌସେନାକୁ ଏକ ପ୍ରଭାବଶାଳୀ ଯୁଦ୍ଧ ଜାହାଜ ମିଳିବାକୁ ଯାଉଛି। ଯାହା ପରେ ଭାରତୀୟ ନୌସେନା ସମୁଦ୍ରରେ ଚୀନ୍ ଏବଂ ପାକିସ୍ତାନର ପ୍ରତ୍ୟେକ କାର୍ଯ୍ୟାନୁଷ୍ଠାନ ଉପରେ ଉଚିତ ଜବାବ ଦେବ। ପରମାଣୁ କ୍ଷେପଣାସ୍ତ୍ର ଉପରେ ନଜର ରଖିବା ପାଇଁ ଭାରତର ପ୍ରଥମ ଜାହାଜ ଆଇଏନଏସ ଧୃବ ୧୦ ସେପ୍ଟେମ୍ବରରେ ଲଞ୍ଚ ହେବ। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସେପ୍ଟେମ୍ବର ୧୦ରେ ବିଶାଖାପାଟଣାରେ ସାଟେଲାଇଟ ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଟ୍ରାକ୍ କରିବା ପାଇଁ ଭାରତର ପ୍ରଥମ ଜାହାଜ ଆଇଏନଏସ ଧୃବକୁ ନୌସେନାରେ ନିୟୋଜିତ କରିବେ। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ଏବଂ ଜାତୀୟ ବୈଷୟିକ ଅନୁସନ୍ଧାନ ସଂଗଠନର ସହଯୋଗରେ ହିନ୍ଦୁସ୍ତାନ ସିପୟାର୍ଡ ଦ୍ୱାରା ନିର୍ମାଣ କରାଯାଇଥିବା ଆଇଏନଏସ ଧୃବ ଶତ୍ରୁ ପକ୍ଷରୁ ପଠାଯାଉଥିବା ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ଟ୍ରାକ୍ କରିବାର କ୍ଷମତା ରଖିଛି। ସୂଚନା ଥାଉ କି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଏହିପରି ଜାହାଜଗୁଡ଼ିକ କେବଳ ଫ୍ରାନ୍ସ, ଆମେରିକା, ବ୍ରିଟେନ, ଋଷ ଏବଂ ଚୀନ୍ ପାଖରେ ରହିଛି। ୧୦,୦୦୦ ଟନ୍ ଓଜନର ଏହି ଜାହାଜ ଭାରତ ମହାସାଗରରେ ଭାରତର ସାମୁଦ୍ରିକ ପ୍ରତିରକ୍ଷା ସର୍କଲକୁ ମଜବୁତ କରିବ ଏବଂ ଶତ୍ରୁମାନଙ୍କଠାରୁ ସତର୍କ ରଖିବାରେ ସାହାଯ୍ୟ କରିବ।

Share Now:

Kalinga News Beuro

Next Post

ଖୋଲିବ ଆତ୍ମଘୋଷିତ ବାବା ମାନସଙ୍କ ଗୁମର

Fri Sep 3 , 2021
ଭୁବନେଶ୍ବର : ଆଇନଜୀବୀ ହୋଇ ବେଆଇନ କାମରେ ଲିପ୍ତ ଆତ୍ମଘୋଷିତ ଗୁରୁଜୀ ମାନସ ଦାସ ଶେଷରେ ଆଇନ ଜାଲରେ ଛନ୍ଦି ହୋଇ ଯାଇଛନ୍ତି। ମାନବବାଦ ସଂଗଠନ(ରାଷ୍ଟ୍ରୀୟ ସାମାଜିକ ସୁରକ୍ଷା ମଞ୍ଚ) ନାଁରେ ବହୁ ବର୍ଷ ଧରି ଅମାନବୀୟ କାର୍ଯ୍ୟ ଘଟାଇ ଚାଲିଥିବା ମାନସଙ୍କୁ ଗୁରୁବାର ଦିନ ଖୋର୍ଦ୍ଧା ପୁଲିସ ଭୁବନେଶ୍ବର ସହିଦନଗର ସ୍ଥିତ ଘରୁ ଉଠାଇ ନେଇ ପେସାଦାର ଅପରାଧୀ ଭଳି ରାସ୍ତାରେ ଚଲାଇ ଚଲାଇ ନେଇଛି। ପୁଲିସର ଏଭଳି […]
ଆତ୍ମଘୋଷିତ ଗୁରୁଜୀଙ୍କ ଗୁମର ଫିଟିବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial