ଗାଙ୍ଗଟକ୍ : ସିକିମର ନାଥୁଲା ଘାଟିରେ ଆଜି ପ୍ରବଳ ହିମସ୍ଖଳନ ଯୋଗୁଁ ୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ଭୂସ୍ଖଳନ ପରେ ଅନେକ ପର୍ଯ୍ୟଟକ ବରଫରେ ଫସି ରହିଥିବା ଆଶଙ୍କା କରାଯାଉଛି। ସେନା ଓ ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ହିମସ୍ଖଳନ ସମୟରେ ଏହି ଅଞ୍ଚଳରେ ୩୫୦ରୁ ଅଧିକ ପର୍ଯ୍ୟଟକ ଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ,ଗ୍ୟାଙ୍ଗଟକରୁ ନାଥୁଲାକୁ ସଂଯୋଗ କରୁଥିବା ଜବାହରଲାଲ ନେହେରୁ ରୋଡରେ ୧୫ତମ ମାଇଲରେ ହିମସ୍ଖଳନରେ ୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ବେଳେ ୩୫୦ରୁ ଅଧିକ ଲୋକ ବରଫରେ ଫସି ରହିଥିବା ଆଶଙ୍କା କରାଯାଉଛି।
ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୧୨ଟା ୨୦ ମିନିଟରେ ହିମସ୍ଖଳନ ଘଟିଥିଲା। ଆହତ ହୋଇଥିବା ୬ ଜଣଙ୍କର ନିକଟସ୍ଥ ସାମରିକ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ୪ ଜଣ ପୁରୁଷ, ଜଣେ ମହିଳା ଓ ଜଣେ ଶିଶୁ ଅଛନ୍ତି। ପୁଲିସର ସୂଚନା ଅନୁଯାୟୀ,୧୫୦ରୁ ଅଧିକ ପର୍ଯ୍ୟଟକ ଏବେ ମଧ୍ୟ୧୫ ମାଇଲରୁ ଅଧିକ ଦୂରରେ ଫସି ରହିଛନ୍ତି। ସେପଟେ ବରଫରେ ଫସି ରହିଥିବା ୩୦ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇ ଗ୍ୟାଙ୍ଗଟକସ୍ଥିତ ଏସଟିଏନଏମ ହସ୍ପିଟାଲ ଓ ସେଣ୍ଟ୍ରାଲ ରେଫରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନାଥୁଲା ପାସ୍ ଭାରତ-ଚୀନ ସୀମାନ୍ତ ନିକଟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ। ଏହା ସମୁଦ୍ର ପତ୍ତନଠାରୁ ୧୪.୧୪୦ ଫୁଟ୍ ଉଚ୍ଚରେ ଅବସ୍ଥିତ। ଏହା ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଭାବେ ଜଣାଶୁଣା।
ନାଥୁଲା ଘାଟିରେ ହିମସ୍ଖଳନ : ୬ ମୃତ, ୩୫୦ରୁ ଅଧିକ ପର୍ଯ୍ୟଟକ ଫସିଥିବା ଆଶଙ୍କା

Share Now: