ଯୋଗୀ ସରକାର ମଥୁରା-ବୃନ୍ଦାବନ ଅଞ୍ଚଳରେ ବ୍ୟାନ କଲେ ମଦ ଓ ମାଂସ ବିକ୍ରି

ମଥୁରା-ବୃନ୍ଦାବନ

ନୂଆଦିଲ୍ଲୀ: ଏଣିକି ମଥୁରା-ବୃନ୍ଦାବନ ଅଞ୍ଚଳରେ ମଦ ଓ ମାଂସ ବିକ୍ରି କରାଯାଇପାରିବ ନାହିଁ। ଉତ୍ତରପ୍ରଦେଶ ଯୋଗୀ ସରକାର ମଥୁରା ଏବଂ ବୃନ୍ଦାବନର ୧୦ କିଲୋମିଟର ଅଞ୍ଚଳକୁ ତୀର୍ଥସ୍ଥଳୀ ବୋଲି ଘୋଷଣା କରିଛନ୍ତି। ଏହି ୧୦ କିଲୋମିଟର ଅଞ୍ଚଳରେ ମାଂସ ଏବଂ ମଦ ବିକ୍ରି ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ରହିବ। ଯେଉଁମାନେ ନିୟମ ନ ମାନି ମାଂସ ଦୋକାନ କରିବେ ବା ମଦ ବିକ୍ରି କରିବେ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ତୀର୍ଥସ୍ଥଳୀ ଭାବରେ ଘୋଷିତ ଅଞ୍ଚଳରେ ମ୍ୟୁନିସିପାଲିଟି କର୍ପୋରେସନର ୨୨ ଟି ୱାର୍ଡ ଅଛି। ଯୋଗୀ ସରକାର ନିରନ୍ତର ତୀର୍ଥସ୍ଥଳୀର ବିକାଶ କରୁଛନ୍ତି। ଅଯୋଧ୍ୟା, ବାରାଣାସୀ, ମଥୁରାରେ ପର୍ଯ୍ୟଟକଙ୍କ ପାଇଁ ଅଧିକ ବ୍ୟବସ୍ଥା କରିବାକୁ ଯୋଗୀ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଜନ୍ମାଷ୍ଟମୀ ଦିନ ମଥୁରା ଆସିଥିଲେ ଏବଂ କହିଥିଲେ ଯେ ମଥୁରାର ବୃନ୍ଦାବନ, ଗୋବର୍ଦ୍ଧନ, ନନ୍ଦଗାଓଁ, ଗୋକୁଳ, ମହାବନ ଏବଂ ବଳଦେବ ଅଞ୍ଚଳରେ ମାଂସ ଓ ମଦ ବିକ୍ରି ବନ୍ଦ ହୋଇଯିବ। ଆଉ ପୂର୍ବ ଘୋଷଣା ମୁତାବକ ଏହି ନିର୍ଦ୍ଦେଶ ଆଜିଠାରୁ କାର୍ଯ୍ୟକାରୀ କରାଯାଇଛି। ସେହିପରି ଯେଉଁମାନେ ମଦ ଦୋକାନ ବା ମାଂସ ଦୋକାନ କରିଥିଲେ ସେହି ବ୍ୟବସାୟୀଙ୍କୁ ଅନ୍ୟ ବୃତ୍ତିରେ ଥଇଥାନ କରାଯାଇଛି। ସୂଚନା ଥାଉ କି ଉତ୍ତରପ୍ରଦେଶରେ ସରକାର ଗଠନ ହେବା ପରେ ଯୋଗୀ ତୀର୍ଥସ୍ଥଳୀ ଘୋଷଣା କରିବା ଆରମ୍ଭ କରିଥିଲେ। ଅକ୍ଟୋବର ୨୦୧୭ରେ, ବୃନ୍ଦାବନ ଏବଂ ରାଧାଙ୍କ ଜନ୍ମସ୍ଥାନ ବରସାନାକୁ ଧାର୍ମିକସ୍ଥଳୀ ଭାବରେ ଘୋଷଣା କରିଥିଲେ। ସାତୋଟି ସ୍ଥାନକୁ ମଧ୍ୟ ଧାର୍ମିକ ସ୍ଥାନ ଭାବରେ ଘୋଷଣା କରାଯିବ ବୋଲି କୁହାଯାଇଥିଲା। ସୂଚନା ମୁତାବକ ପ୍ରତିବର୍ଷ ୧.୫ କୋଟି ଭକ୍ତ ବୃନ୍ଦାବନ ଏବଂ ୬୦ ଲକ୍ଷ ଭକ୍ତ ବରସାନା ଆସିଥାନ୍ତି।

Share Now:

Kalinga News Beuro

Next Post

ହାଇକୋର୍ଟର ମୁଖ୍ୟ ବିଚାରପତି ଲୋକାର୍ପିତ କଲେ ନୂତନ ଜିଲ୍ଲା ଦୌରାଜଜଙ୍କ କୋର୍ଟ

Fri Sep 10 , 2021
ମାଲକାନଗିରି : ମାଲକାନଗିରି ଜିଲ୍ଲା ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ନୂତନ ଭାବେ ଜିଲ୍ଲା ଦୌରା ଜଜଙ୍କ କୋର୍ଟ ଆଜି ଲୋକାର୍ପିତ ହୋଇଯାଇଛି। ଆଜି ପବିତ୍ର ଗଣେଶ ପୂଜା ଅବସରରେ ଏହି ଜିଲ୍ଲା ଦୌରାଜଜ କୋର୍ଟକୁ ହାଇକୋର୍ଟର ମୁଖ୍ୟ ବିଚାରପତି ଏସ.ମୁରଲୀଧର ଭିଡିଓ କନଫେରେସିଂ ଜରିଆରେ ଲୋକାର୍ପିତ କରିଛନ୍ତି। ଆଜି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଦୌରା ଜଜ୍ ରେଖା ପ୍ରସାଦ ମୁଖ୍ୟ ଅତିଥି ଭାବେ ଯୋଗ […]
ନୂତନ ଜିଲ୍ଲା ଦୌରାଜଜଙ୍କ କୋର୍ଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial