ମହିଳା ମାଓ କମାଣ୍ଡରର ଆତ୍ମସମର୍ପଣ

ମହିଳା କମାଣ୍ଡରର ଆତ୍ମସମର୍ପଣ

ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ପୁଲିସ ନିକଟରେ ଦୁର୍ଦାନ୍ତ ମହିଳା ମାଓ କମାଣ୍ଡର ଆତ୍ମସମର୍ପଣ କରିଛି। ମହିଳା ମାଓବାଦୀ ଜଣକ ହେଲେ ସରିତା ସୋଡି।ସରିତା ନାମରେ ସରକାର ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ୨୦୧୩ ମସିହାରେ ରାଜନନ୍ଦଗାଓଁ ଅନ୍ତର୍ଗତ ମାନପୁରର ଔଧୀ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲା। ୨୦୧୫ ମସିହାରେ ମିରତୁର ଅନ୍ତର୍ଗତ ଚରେଲି କ୍ୟାମ୍ପ ଉପରେ ଆକ୍ରମଣ, ନାରାୟଣପୁର ଅନ୍ତର୍ଗତ କୁକୁଡାଝୋର କ୍ୟାମ୍ପ ଉପରେ ଆକ୍ରମଣ, ୨୦୧୫ରେ ରେଳ ଲାଇନ କାଟି ଉଡାଇବା ଘଟଣାରେ ସାମିଲ ଥିବା ପୁଲିସ କହିଛି।
ସେହିପରି ୨୦୧୭ ମସିହାରେ ଜଣେ ଗ୍ରାମବାସୀକୁ ହତ୍ୟା କରିବା, ୨୦୧୯ରେ ଡଣ୍ଡାବେଡା ଠାରେ ପ୍ରଜାକୋର୍ଟରେ ୯ ଜଣଙ୍କୁ ହତ୍ୟା କରିବା ଭଳି ସଂଗୀନ ଅଭିଯୋଗ ରହିଛି। ୨୦୨୦ରେ ଜଟାବାୟାରେ ମିଲିସିଆଙ୍କ ସହ ମିଶି ଜଣକୁ ହତ୍ୟା ଏବଂ ସେହି ବର୍ଷ ହିଁ ଘର ଘର ବୁଲି ମାଗି ଖାଉଥିବା ଜଣେ ମହିଳାକୁ ମଧ୍ୟ ହତ୍ୟା କରିଥିବା ସେ ସ୍ବୀକାର କରିଛି। ତେବେ ସରିତାକୁ ନେଇ ପୁଲିସ ମଧ୍ୟ ଚିନ୍ତାରେ ଥିଲା। ବହୁ ଘଟଣା ଘଟାଇ ସରିତା ଖସି ପଳାଇବାରେ ସଫଳ ହେଉଥିଲା। ସରିତା ଆତ୍ମସମର୍ପଣ କରିବା ପରେ ସଂଗଠନରେ ଏକ ବଡ ଜାଗା ଖାଲି ହୋଇଥିବା ପୁଲିସ କହିଛି। ଆଗକୁ ସଂଗଠନ ଦୁର୍ବଳ ହେବ ବୋଲି ପୁଲିସ କହିଛି।

Share Now:

Kalinga News Beuro

Next Post

ମହାନଦୀ ଶଯ୍ୟା ପୋତାଯିବା ପ୍ରସଙ୍ଗ : ଏନ୍‌ଜିଟି ଟିମ୍‌ର ସ୍ଥିତି ଅନୁଧ୍ୟାନ, ଅଗଷ୍ଟ ୭ରେ ପରବର୍ତ୍ତୀ ଶୁଣାଣି

Thu Jul 14 , 2022
କଟକ: ମହାନଦୀ ଶଯ୍ୟା ପୋତାଯିବା ପ୍ରସଙ୍ଗକୁ ନେଇ ଜାତୀୟ ଗ୍ରିନ ଟ୍ରିବ୍ୟୁନାଲ (ଏନ୍‌ଜିଟି) ଦ୍ବାରା ଗଠିତ ୭ଜଣିଆ ସ୍ବତନ୍ତ୍ର ଟିମ ଆଜି ମହାନଦୀର ହାଡିଆପଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ମହାନଦୀ ଶଯ୍ୟାକୁ ବେଆଇନ ଭାବେ ପୋତାଯିବାକୁ ବିରୋଧ କରି ଜାତୀୟ ଗ୍ରିନ ଟ୍ରିବ୍ୟୁନାଲରେ ଆଇନଜୀବୀ ପ୍ରଦୀପ ପଟ୍ଟନାୟକ ଓ ପରିବେଶବିତ ବିଶ୍ବଜିତ ମହାନ୍ତିଙ୍କ ପକ୍ଷରୁ ମାମଲା ଦାୟର କରାଯାଇଥିଲା। ଏହି ମାମଲାର ଶୁଣାଣି କରି ଏନ୍‌ଜିଟି ପ୍ରଶାସନକୁ ନୋଟିସ […]
ମହାନଦୀ ଶଯ୍ୟା ପୋତାଯିବା ପ୍ରସଙ୍ଗ

ଆହୁରି ପଢ଼ନ୍ତୁ

Most Read

Social media & sharing icons powered by UltimatelySocial