ଏନ୍‌ଆଇଏର ଜେରା ପରେ ରାଜଧାନୀରେ ଭୟ

ଏନ୍‌ଆଇଏର ଜେରା ପରେ ରାଜଧାନୀରେ ଭୟ

ଭୁବନେଶ୍ୱର : ଗତକାଲି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ଖଣ୍ଡଗିରି ଯଦୁପୁର ଅଞ୍ଚଳର ଜଣେ ଛାତ୍ରଙ୍କୁ ୫ ଘଣ୍ଟା ଜେରା କରିବା ପରେ ରାଜଧାନୀକୁ ଆତଙ୍କବାଦ ଭୟ ଘାରିଛି। ରାଜଧାନୀର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିବାରୁ ସହରବାସୀ ଭୟର ବାତାବରଣ ଭିତରେ ଅଛନ୍ତି। ସହରର ସବୁ ପ୍ରବେଶ ପଥ ଖୋଲାମେଲା ପଡ଼ିଛି। କିଏ ଯାଉଛି କିଏ ଆସୁଛି କାହା ପାଖରେ ଖବର ନାହିଁ। ଏଣୁ ଯେ କୌଣସି ସମୟରେ ଯେ କେହି ଭୁବନେଶ୍ବରରେ ପଶି କୌଣସି ଅଘଟଣ ଘଟାଇବା ସମ୍ଭବ ହୋଇଥିବାରୁ ଲୋକଙ୍କ ଭିତରେ ସ୍ବତଃ ଭୟ ସୃଷ୍ଟି ହୋଇଛି। ବିଳମ୍ବିତ ରାତିରେ ସହରର ସ୍ଥିତି ଅନୁଧ୍ୟାନ କଲାବେଳେ ଏଭଳି ଚିତ୍ର ଦେଖିବାକୁ ମିଳିଥିଲା।

ନନ୍ଦନକାନନ ରଘୁନାଥପୁରଠାରେ ଥିବା ପ୍ରବେଶ ପଥରେ ପୁଲିସ ପହରା ଆଦୌ ନାହିଁ। ପୂର୍ବରୁ ଏଠାରେ ନିୟମିତ ଯାଞ୍ଚ ହେଉଥିଲା। ହେଲେ ଏବେ ତାହା ବନ୍ଦ ହୋଇଯାଇଛି। ଏଠାରେ ସିସିଟିଭି ମଧ୍ୟ ନାହିଁ। ଫଳରେ ପ୍ରବେଶ ପ୍ରସ୍ଥାନ ଉପରେ କୌଣସି ନିୟନ୍ତ୍ରଣ ନାହିଁ। ସେହିଭଳି ଅନ୍ୟତମ ପ୍ରବେଶ ପଥ ଭୁବନେଶ୍ବର-କଟକ ଜାତୀୟ ରାଜପଥ ହାଇଟେକ୍‌ ଛକରେ ମଧ୍ୟ ଅନୁରୂପ ସ୍ଥିତି। ସେହିଭଳି ପୁରୀ ଭୁବନେଶ୍ବର ଜାତୀୟ ରାଜପଥର ଲିଙ୍ଗିପୁର ବାଇପାସ୍‌ ଛକରେ ମଧ୍ୟ ଯାଞ୍ଚ ହେଉନାହିଁ। ତେବେ ଏଠାରେ ସିସିଟିଭି କ୍ୟାମେରା ଲାଗିଛି। ଅନ୍ୟତମ ପ୍ରବେଶ ପଥ ଖଣ୍ଡଗିରି ଛକ ଅବସ୍ଥା ସବୁଠାରୁ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଏଠାରେ ମଧ୍ୟ ପୁଲିସର ଯାଞ୍ଚ ବ୍ୟବସ୍ଥା ନାହିଁ। ବଡ଼ କଥା ହେଉଛି ସହରରେ ପୁଲିସ ପାଟ୍ରୋଲିଂ ମଧ୍ୟ ଉଚିତ ଢଙ୍ଗରେ ହେଉନାହିଁ। ରାଜପଥ ପାଟ୍ରୋଲିଂ ବହୁ ଦୁର୍ବଳ ହୋଇଥିବାବେଳେ ସହର ଭିତରେ ମଧ୍ୟ ପାଟ୍ରୋଲିଂ କଡ଼ାକଡ଼ି ହେଉ ନାହିଁ। ଫଳରେ ଭୁବନେଶ୍ବର ସୁରକ୍ଷା ପ୍ରତି ବିପଦ ନେଇ ଆଶଙ୍କା କରାଯାଉଛି।

Share Now:

Kalinga News Beuro

Next Post

‘ଭୁବନେଶ୍ୱର ୱାନ୍‌’ ଆଜି ଅନୁପଯୋଗୀ : ହୋଇଥାନ୍ତା ବିଶ୍ୱର ସବୁଠୁ ଅଧିକ ତଥ୍ୟଭିତ୍ତିକ ୱେବସାଇଟ୍‌

Thu Oct 22 , 2020
ଭୁବନେଶ୍ୱର : ବିଶ୍ୱର ସବୁଠୁ ଅଧିକ ତଥ୍ୟ ଭିତ୍ତିକ, ସୂଚନା ଭିତ୍ତିକ, ଲୋକ ଉପଯୋଗୀ ୱେବସାଇଟ୍‌/ଆପ୍‌ ହୋଇଥାନ୍ତା ଭୁବନେଶ୍ୱର ୱାନ୍‌। ଜଣେ ଘରେ ଥାନ୍ତୁ କି ବାହାରେ। ପାଖରେ ଯଦି ଲାପଟପ୍‌ କି ସ୍ମାର୍ଟ ଫୋନ୍‌ ଅଛି ଏବଂ ଏଥିରେ ନେଟ୍‌ ସଂଯୋଗ ଅଛି ତେବେ ରାଜଧାନୀର କେଉଠଁ କ’ଣ ଅଛି, ପହଞ୍ଚିବାକୁ କେତେ ସମୟ ଲାଗିବ, ଯେଉଁ ରାସ୍ତାରେ ଯାଉଛନ୍ତି ସେହି ରାସ୍ତା ଜାମ୍‌ ଅଛି କି ଫାଙ୍କା, […]
‘ଭୁବନେଶ୍ୱର ୱାନ୍‌’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial