ବଡ଼ଭାଇର ନିସ୍ତୁକ ମାଡ଼ରେ ସାନଭାଇ ମୃତ : ଅଭିଯୁକ୍ତ ଗିରଫ

ବଡ଼ଭାଇର ନିସ୍ତୁକ ମାଡ଼ରେ ସାନ ମୃତ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ନୟାପଲ୍ଲୀ ଥାନା ଅନ୍ତର୍ଗତ ନୂଆସାହିରେ ବଡ଼ଭାଇର ନିସ୍ତୁକ ମାଡ଼ରେ ସାନର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ରାଜମୋହନ ସେନାପତି। ଅଭିଯୁକ୍ତ ବିଶ୍ବମୋହନ ସେନାପତିକୁ ପୁଲିସ ଗିରଫ କରିଛି। ସୂଚନା ଅନୁସାରେ ନୂଆସାହି ଅଞ୍ଚଳର ବିଶ୍ବମୋହନ ଓ ରାଜମୋହନ ହେଉଛନ୍ତି ଦୁଇ ଭାଇ। ବିଶ୍ବମୋହନ ହେଉଛନ୍ତି ବଡ଼ ଏବଂ ସେ ଏମ୍‌ବିଏ ପଢ଼ିଛନ୍ତି। କିନ୍ତୁ ସାନଭାଇ ଏମ୍‌ବିଏ ପାଠ ପଢ଼ିସାରିଲା ପରେ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଉଥିଲେ। କିନ୍ତୁ ଅନେକ ଥର ପରୀକ୍ଷା ଦେଲା ପରେ ମଧ୍ୟ ତାଙ୍କୁ ସଫଳତା ମିଳିପାରୁ ନଥିଲା। ଏହି କାରଣରୁ ଉଭୟ ବିଶ୍ବମୋହନ ଓ ରାଜମୋହନ ଭିତରେ ମଝିରେ ମଝିରେ ଯୁକ୍ତିତର୍କ ହେଉଥିଲା। ଆଜି କିନ୍ତୁ ଏହା ସୀମା ଟପିଯାଇଥିଲା। ରାଜମୋହନଙ୍କୁ ପାଠ ପଢ଼ିବାକୁ ତାଗିଦ କରି ବିଶ୍ବମୋହନ ନିସ୍ତୁକ ମାଡ଼ ମାରିଥିଲେ। ଫଳରେ ରାଜମୋହନଙ୍କ ମୃତ୍ୟୁ ଘଟିଥିଲା। ସୂଚନା ପାଇ ନୟାପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ୩୦୨ ଦଫାରେ ଉଚ୍ଚ ଶିକ୍ଷିତ ଏମ୍‌ବିଏ ପଢ଼ୁଆ ବିଶ୍ବମୋହନ ନାଁରେ ଏକ ମାମଲା ରୁଜୁ କରି ଗିରଫ କରିଛି। ପୁଲିସ ଘଟଣାର ଅଧିକ ତଦନ୍ତ କରୁଥିବା ବେଳେ ପରିବାରରେ ଶୋକର ଲହରୀ ଖେଳିଯାଇଛି। ସାହିପଡ଼ିଶାର ଲୋକେ ଓ ବନ୍ଧୁବାନ୍ଧବ ଏହି ଘଟଣାକୁ ନେଇ ଚର୍ଚ୍ଚା କରୁଛନ୍ତି।

Share Now:

Kalinga News Beuro

Next Post

କ୍ରସର ଓ ପଥର କୁଆଁରି ବନ୍ଦ ପାଇଁ ଉପଜିଲ୍ଲାପାଳଙ୍କୁ ଘେରିଲେ ଗନ୍ଦିପାଲୀ ଗ୍ରାମବାସୀ

Tue Sep 20 , 2022
ମାଲକାନଗିରି: ମାଲକାନଗିରି ନିକଟସ୍ଥ ଗନ୍ଦିପାଲୀ ଗ୍ରାମ ନିକଟରେ କ୍ରସର ଏବଂ ପଥର କୁଆଁରିକୁ ତୁରନ୍ତ ବନ୍ଦ କରିବା ପାଇଁ ଗ୍ରାମବାସୀ ଲଗାତାର ଦୀର୍ଘ ଦିନ ହେଲା ଦାବି କରିଆସୁଥିଲେ ମଧ୍ୟ ପଥର କୁଆଁରି ଏବଂ କ୍ରସରର ମାଲିକ ବିଭାଗୀୟ ଅଧିକାରୀ ଏବଂ ଉଚ୍ଚ ଅଧିକାରୀଙ୍କୁ ହାତଗୁଞ୍ଜା ଦେଇ ପୁଣି ସେଠାରେ କ୍ରସର ଏବଂ ପଥର କୁଆଁରି ଖୋଲିବା ନେଇ ସମସ୍ତ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଆଜି ଏନେଇ ଉପଜିଲ୍ଲାପାଳଙ୍କ […]
କ୍ରସର ଓ ପଥର କୁଆଁରି ବନ୍ଦ ନେଇ ଦାବି-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial