ମାଡ଼ମାରି ବୋହୂକୁ ଘରୁ ତଡ଼ିଦେଲେ: ଶ୍ୱଶୁର ଘର ଆଗରେ ଧାରଣରେ ବସିଲେ ମହିଳା

ମାଡ଼ମାରି ବୋହୂକୁ ଘରୁ ତଡ଼ିଦେଲେ

ରାଉରକେଲା: ମାଡ଼ମାରି ବୋହୂକୁ ଘରୁ ତଡିଦେଲେ ସ୍ବାମୀ ଓ ଶ୍ବଶୁର। ପିତାଙ୍କ ସହାୟତାରେ ୧୫ ଦିନ ବିଶ୍ରାସ୍ଥିତ ଚାଇଲ୍‌ଡ ଲାଇନ୍‌ରେ ରହିବା ପରେ କୋର୍ଟର ଆଶ୍ରୟ ନେଲେ। କୋର୍ଟର ନିର୍ଦ୍ଦେଶକ୍ରମେ ଆଜି ମହିଳା ତାଙ୍କ ପିତା ସହ ଶ୍ବଶୁର ଘରକୁ ଯାଇଥିଲେ। ମାତ୍ର ଶ୍ବଶୁର ଘର ଲୋକ ତାଙ୍କୁ ଘରେ ପୁରାଇ ଦେଇଥିଲେ। ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ବନ୍ଧମୁଣ୍ଡା ପୁଲିସ ପହଞ୍ଚି ଶ୍ବଶୁର ଘର ଲୋକଙ୍କୁ ବୁଝାସୁଝା କରିଥି‌ଲେ ହେଁ କୌଣସି ସୁଫଳ ମିଳି ନଥିଲା। ଶେଷରେ ମହିଳା ଜଣକ ପୁଣି ଚାଇଲ୍‌ଡ ଲାଇନରେ ଆଶ୍ରୟ ନେଇଛନ୍ତି। ଏମିତି ଘଟଣା ଘଟିଛି ବିଶ୍ରାସ୍ଥିତ ଆସିଆନା କଲୋନିରେ। ଜଣେ ମହିଳାଙ୍କ ପ୍ରତି ଶ୍ବଶୁର ଘର ଲୋକଙ୍କ ଏଭଳି ବ୍ୟବହାରକୁ ନେଇ ସ୍ଥାନୀୟ ପଡୋଶୀ ନା ପସନ୍ଦ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ବିହାର ନାଳନ୍ଦାସ୍ଥିତ ଆସ୍ଥାମା ଗାଁର ମହମ୍ମଦ ଫୈଜାଙ୍କ ଝିଅ ଗତ ୨୦୧୭ ଜାନୁଆରି ୪ରେ ବିଶ୍ରା ଆସିଆନା କଲୋନିରେ ବିବାହ କରିଥିଲେ। ବିବାହର କିଛି ଦିନ ପରେ ସ୍ବାମୀ ରୋଜଗାର କରିବାକୁ ଦୁବାଇ ଚାଲି ଯାଇଥିଲେ। ମହିଳା ଜଣଙ୍କ ଶ୍ବଶୁର ଘରେ ରହିଥିଲେ। ସ୍ବାମୀ ଦୁବାଇ ଚାଲିଯିବାର କିଛି ମାସ ପରେ ଶ୍ବଶୁର ଘରେ ଶାଶୁ ଓ ନଣଦ ଉଭୟେ ମହିଳାଙ୍କୁ ମାଡ୍‌ପିଟ୍‌ କରିବା ଆରମ୍ଭ କରି ଦେଇଥିଲେ। ଶାଶୁ ଓ ନଣଦଙ୍କ ନିର୍ଯାତନା ସହ୍ୟ ନ କରି ପାରି ମହିଳା ଜଣଙ୍କ ବାପ ଘର ବିହାରକୁ ଚାଲି ଯାଇଥିଲେ। ସ୍ବାମୀ ଘରକୁ ଆସିବା କଥା ଶୁଣିବା ପରେ ମହିଳା ଜଣଙ୍କ ପିତାଙ୍କ ସହ ଗତ ୧୫ ଦିନ ତଳେ ବିଶ୍ରାରେ ପହଞ୍ଚିଥିଲେ।

ସେପଟେ ପତ୍ନୀ ଆସୁଥିବା କଥା ଜାଣି ସ୍ବାମୀ ଘର ଛାଡି ଫେରାର ହୋଇଯାଇଥିଲେ। ମହିଳା ତାଙ୍କ ପିତା ସହ ଶ୍ବଶୁର ଘର ଭିତରକୁ ପଶିବାବେଳେ ପରିବାର ଲୋକ କଡା ବି‌ରୋଧ କରିଥି‌ଲେ। ଘର ଭିତରୁ କବାଟ ବନ୍ଦ କରି ଦେଇଥିଲେ। କିଛି ଉପାୟ ନ ପାଇ ମହିଳା ଜଣଙ୍କ ତାଙ୍କ ପିତା ସହ ସ୍ବାମୀଙ୍କ ଘର ବାରଣ୍ଡାରେ ଧାରଣା ମଧ୍ୟ ଦେଇଥିଲେ। ମହିଳାଙ୍କୁ କିଛି ପଡୋଶୀ ସହାୟତା କରିଥିଲେ। ସେମାନେ ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ବନ୍ଧମୁଣ୍ଡା ପୁଲିସ ମଧ୍ୟ ମହିଳାଙ୍କ ଶ୍ବଶୁର ଘର ଲୋକଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ କିଛି ଫଳ ମିଳି ନଥିଲା। ମହିଳା ଜଣଙ୍କ ଚାଇଲ୍‌ଡ ଲାଇନରେ ପିତାଙ୍କ ସହ ରହିଥିଲେ। ନ୍ୟାୟ ପାଇଁ ରାଉରକେଲା କୋର୍ଟର ଆଶ୍ରୟ ନେଇଥିଲେ। ‌କୋର୍ଟ ମହିଳାଙ୍କୁ ଘର ଭିତରକୁ ପଶିବା ପାଇଁ ସୁରକ୍ଷା ଦେବାକୁ ସ୍ଥାନୀୟ ଥାନାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟର ନିର୍ଦ୍ଦେଶସତ୍ବେ ଶ୍ବଶୁରଘର ଲୋକ ମହିଳାଙ୍କୁ ଘର ଭିତରକୁ ପଶିବାକୁ ଦେଇ ନଥିଲେ। ମହିଳା ଜଣଙ୍କ ପୁଣି ଚାଇଲ୍‌ଡ ଲାଇନ୍‌ରେ ଆଶ୍ରୟ ନେଇଛନ୍ତି।

Share Now:

Kalinga News Beuro

Next Post

କରୋନା ସଂକ୍ରମଣରେ ବଡ଼ ହ୍ରାସ: ୫ ମାସରେ ସବୁଠୁ କମ୍‌ ମାମଲା

Wed Dec 9 , 2020
ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍‌ ସଂକ୍ରମଣ ମାମଲାରେ ଦ୍ରୁତ ହ୍ରାସ ପରିଲକ୍ଷିତ ହୋଇଛି। ବିଗତ ୫ ମାସ ମଧ୍ୟରେ ସବୁଠୁ କମ୍‌ ସଂକ୍ରମଣ ମାମଲା ଆଜି ଦେଖିବାକୁ ମିଳିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୨୬,୫୬୭ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦେଶରେ ସଂକ୍ରମଣରୁ ମୁକ୍ତ ହୋଇଥିବା ଲୋକଙ୍କ ସଂଖ୍ୟା ୯୧ ଲକ୍ଷରେ ପହଞ୍ଚିଯାଇଛି। ଅନ୍ୟପକ୍ଷରେ ଦେ ମୋଟ୍‌ ସଂକ୍ରମଣ ମାମଲା ୯୭,୦୩,୭୭୦ ରହିଛି। ବିଗତ ୨୪ ଘଣ୍ଟାରେ […]
କରୋନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial