କନ୍ଧମାଳ ରାସନ ଦୁର୍ନୀତି: କୁଟିଆ ଆଦିବାସୀଙ୍କ ରାସନ ହଡ଼ପର ଅଡିଟ ଆରମ୍ଭ

କନ୍ଧମାଳ ରାସନ ଦୁର୍ନୀତି

ତୁମୁଡ଼ିବନ୍ଧ: କନ୍ଧମାଳ ଜିଲ୍ଲା ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତି ତଥା କୁଟିଆ ଆଦିବାସୀଙ୍କ ପାଇଁ ଆସିଥିବା ଅନ୍ତ୍ୟୋଦୟ ଓ ଅନ୍ନପୂର୍ଣ୍ଣା ଯୋଜନା ବାବଦ ରାସନ ମହାଦୁର୍ନୀତି ମାମଲାରେ ବିଳମ୍ବ ହେଲେ ବି ସ୍ଵତନ୍ତ୍ର ଅଡ଼ିଟ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ସୂଚନା ପ୍ରକାରେ, କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ଗୁମା ପଞ୍ଚାୟତର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ୩୦୦ରୁ ଅଧିକ କୁଟିଆ ଆଦିବାସୀଙ୍କୁ ତିନି ବର୍ଷର ରାସନ ଚାଉଳ ମିଳି ନଥିଲା। ଏହାକୁ ଅଧିକାରୀ ମାନେ ପ୍ରକୃତ ହିତାଧିକାରୀଙ୍କୁ ନଦେଇ ଚଞ୍ଚକତାପୂର୍ଣ୍ଣ ଉପାୟରେ ହଡ଼ପ କରି ଅର୍ଥ ଭାଗବାଣ୍ଟି ଖାଇ ଯାଇଥିଲେ। ଏ ନେଇ ପ୍ରଥମେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ପରେ ଘଟଣାଟି ଲୋକ ଲୋଚନକୁ ଆସି ପାରିଥିଲା। ପ୍ରାଥମିକ ତଦନ୍ତରୁ ଘଟଣାରେ ସତ୍ୟତା ଥିବା ଜଣା ପଡ଼ିଥିଲା। ଏଥିରେ ପରିବହନ ସଂସ୍ଥା, ଗୋଦାମ ମାଲିକ ଓ ଯୋଗାଣ ବିଭାଗର ବଡ଼ ବଡ଼ ଅଧିକାରୀ, ପଞ୍ଚାୟତ ଯୋଗାଣ ଅଧିକାରୀ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ମାନେ ସାମିଲ ଥିବା ଜଣା ପଡ଼ିଥିଲା। ପରେ ଘଟଣାକୁ ଚପାଇ ଦେବା ପାଇଁ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ତଳ ଅଧିକାରୀ ମାନେ ଲାଗି ପଡ଼ିଥିଲେ। ଏହାକୁ ନେଇ ବ୍ଲକ୍ ଯୋଗାଣ ଅଧିକାରୀ, ପଞ୍ଚାୟତ ଯୋଗାଣ ଅଧିକାରୀ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରି ସେମାନଙ୍କୁ ଜାମିନ୍‌ରେ ଛାଡ଼ି ଦିଆଗଲା। ଏତିକିରେ ହିଁ ଅଟକି ଯାଇଥିଲା କାର୍ଯ୍ୟାନୁଷ୍ଠାନ। ମାତ୍ର ସାଧାରଣ କୁଟିଆ ଆଦିବାସୀଙ୍କ ହକ୍‌ ଓ ନ୍ୟାୟ ପାଇଁ ଗଣମାଧ୍ୟମରେ ଏହି ମହାଦୁର୍ନୀତିର ଫର୍ଦ୍ଦ ପ୍ରକାଶ ପାଇ ଚାଲିଲା। ପରେ ରାଜ୍ୟ ସରକାରଙ୍କ ଭିଜିଲାନ୍ସ୍ ଟିମ୍ ଅଚାନକ ଆସି ଗୋଦାମରେ ଚଢ଼ଉ କରି କାଗଜପତ୍ର ଜବତ କରି ଦେଇଥିଲେ। ଆଉ ଏବେ ରାଜ୍ୟ ସରକାର ଏହି କେଳେଙ୍କାରୀର ସ୍ଵତନ୍ତ୍ର ଅଡ଼ିଟ୍ ନିର୍ଦ୍ଦେଶ ଦେବା ପରେ ଅଡ଼ିଟ୍‌ ଆରମ୍ଭ ହୋଇଛି। ହେଲେ ଏହାର ଫଳାଫଳ କୁଟିଆ ଆଦିବାସୀଙ୍କୁ ନ୍ୟାୟ ଦେଇପାରୁଛି କି ବଡ଼ବଡ଼ିଆଙ୍କ ଚାପରେ ଦିଗଭ୍ରଷ୍ଟ ହେଉଛି, ତାହା ଦେଖିବାକୁ ବାକି ରହିଲା।

Share Now:

Kalinga News Beuro

Next Post

ବିବନକୁ ଧରିଥିବା ପୁଲିସ ଅଧିକାରୀଙ୍କୁ ଡିଜିଙ୍କ ପ୍ରଶଂସା

Thu Feb 25 , 2021
କଟକ: ବହୁଚର୍ଚ୍ଚିିତ ଅଞ୍ଜନା ଗଣଦୁଷ୍କର୍ମ ଘଟଣାର ଅନ୍ୟତମ ଅଭିଯୁକ୍ତ ବିବନ ବିଶ୍ବାଳକୁ ଗିରଫ କରିଥିବା କମିସନରେଟ ପୁଲିସକୁ ସାଧୁବାଦ ଜଣାଇଛନ୍ତି ପୁଲିସ୍‌ ଡିଜି ଅଭୟ। ଏହି ଟିମର କଠିନ ପରିଶ୍ରମ ଯୋଗୁଁ ଦୀର୍ଘ ୨୨ ବର୍ଷ ଧରି ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ବିବନ ଧରାପଡିଥିଲା। ଏହି ପରିପ୍ରେକ୍ଷୀରେ ବୁଧବାର ସନ୍ଧ୍ୟାରେ ପୁଲିସ ମୁଖ୍ୟାଳୟରେ ତଦନ୍ତକାରୀ ଟିମ ସହ ଡିଜିପି ଆଲୋଚନା କରିଛନ୍ତି। ଟିମର କଠିନ ପରିଶ୍ରମ, ନିଷ୍ଠା ଓ […]
ବିବନକୁ ଧରିଥିବା ପୁଲିସ ଅଧିକାରୀଙ୍କୁ ଡିଜିଙ୍କ ପ୍ରଶଂସା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial