ଡାକ୍ତରଖାନା ନେଉଥିବା ବେଳେ କରୋନା ପୀଡ଼ିତାଙ୍କ ସହ ଦୁଷ୍କର୍ମ କଲେ ଆମ୍ବୁଲାନ୍ସ ଚାଳକ

କରୋନା ପୀଡ଼ିତାଙ୍କ ସହ ଦୁଷ୍କର୍ମ କଲେ ଆମ୍ବୁଲାନ୍ସ ଚାଳକ

ଥିରୁବନନ୍ତପୁରମ୍: କେରଳର ଥିରୁବନନ୍ତପୁରମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ କରୋନା ଆକ୍ରାନ୍ତଙ୍କ ସହ ଡାକ୍ତରଖାନା ନେଇ ଯାଉଥିବା ଜଣେ ଆମ୍ବୁଲାନ୍ସ ଚାଳକ ଦୁଷ୍କର୍ମ କରିବ‌ା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଘଟଣାଟି କେରଳ ପଠାନାମଥୀତାରେ ଘଟିଛି। ଘଟଣାଟି ଶନିବା‌ର ରାତିରେ ଘଟିଥିବା ବେଳେ ଅଭିଯୁକ୍ତ ଚାଳକକୁ ଚାକିରିରୁ ବାହାର କରିଦିଆଯାଇଥିବା ଜଣା ପଡ଼ିଛି। ପୁଲିସର କହିବା ମୁତାବକ, ଶନିବାର ଜ‌ଣେ ବୃଦ୍ଧା ଏବଂ ପୀଡ଼ିତାଙ୍କୁ ନେଇ କୋଭିଡ ହସ୍ପିଟାଲ ଯାଉଥିଲେ ଅଭିଯୁକ୍ତ। ଅଧା ବାଟରେ ବୃଦ୍ଧାଙ୍କୁ ଏକ ହସ୍ପିଟାଲରେ ଛାଡ଼ିବା ପରେ ପୀଡ଼ିତାଙ୍କୁ ପାଣ୍ଡଲମ ହସ୍ପିଟାଲରେ ପହଞ୍ଚାଇବା ପାଇଁ ଆଗକୁ ବଢ଼ିଥିଲେ। ହେଲେ ଡାକ୍ତରଖାନାରେ ପହଞ୍ଚାଇବା ପରିବର୍ତ୍ତେ ଅଭିଯୁକ୍ତ ଚାଳକ ଏକ ଜନଶୁନ୍ୟ ସ୍ଥାନକୁ ନେଇ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହି ଘଟଣାରେ ଆଶ୍ଚର୍ଯ୍ୟ ପ୍ରକଟ କରି କେରଳ ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ ଶୈଲଜା ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସକୁ କହିଛନ୍ତି। କୋଭିଡ-୧୯ ରୋଗୀଙ୍କ ଉପରେ ଯୌନ ନିର୍ଯାତନା ମାମଲା ସମଗ୍ର ଦେଶରୁ ରିପୋର୍ଟ କରାଯାଇଛି। ଜୁଲାଇରେ ଦିଲ୍ଲୀରେ କୋଭିଡ କେୟାର ସେଣ୍ଟରରେ ଜଣେ ନାବାଳିକା କୋଭିଡ-୧୯ ରୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା।

Share Now:

Kalinga News Beuro

Next Post

ଉଠା ଦୋକାନ ଉଚ୍ଛେଦ ପାଲା : ଭାଙ୍ଗୁଛି ବିଏମ୍‌ସି , ଗଢ଼ୁଛନ୍ତି ବେପାରୀ

Sun Sep 6 , 2020
ଭୁବନେଶ୍ୱର : ବିଏମ୍‌ସି ପକ୍ଷରୁ ଗତକାଲି ନୂଆପଲ୍ଲୀ ପୁଲିସ ଷ୍ଟେସନଠାରୁ ଆରମ୍ଭ କରି ଆଇଡି ମାର୍କେଟ, ସାଲିଆସାହି ଓ ସିଆର୍‌ପିଏଫ୍‌ ଛକର ଉଭୟ ପାର୍ଶ୍ବରେ ଥିବା ପ୍ରାୟ ୧୦୦ରୁ ଊର୍ଦ୍ଧ୍ବ ଉଠା ଦୋକାନକୁ ଉଚ୍ଛେଦ କରିଛି। କିନ୍ତୁ ସନ୍ଧ୍ୟାବେଳକୁ ପୁଣି ପୂର୍ବ ସ୍ଥାନରେ କିଛି ଦୋକାନ ମୁଣ୍ଡ ଟେକିଛି। ବିନା ନୋଟିସ୍‌ରେ ଏହି ଉଚ୍ଛେଦ କରାଯାଇଥିବାରୁ ଅସନ୍ତୁଷ୍ଟ କିଛି ବ୍ୟବସାୟୀ ପୁଣି ରାସ୍ତା କଡ଼ରେ ସେମାନଙ୍କ ପସରା ମେଲାଇଛନ୍ତି। ତେଣୁ […]
ବିଏମ୍‌ସି ଭାଙ୍ଗୁଛି, ବେପାରୀ ଗଢ଼ୁଛନ୍ତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial