ବିବନକୁ ଧରିଥିବା ପୁଲିସ ଅଧିକାରୀଙ୍କୁ ଡିଜିଙ୍କ ପ୍ରଶଂସା

ବିବନକୁ ଧରିଥିବା ପୁଲିସ ଅଧିକାରୀଙ୍କୁ ଡିଜିଙ୍କ ପ୍ରଶଂସା

କଟକ: ବହୁଚର୍ଚ୍ଚିିତ ଅଞ୍ଜନା ଗଣଦୁଷ୍କର୍ମ ଘଟଣାର ଅନ୍ୟତମ ଅଭିଯୁକ୍ତ ବିବନ ବିଶ୍ବାଳକୁ ଗିରଫ କରିଥିବା କମିସନରେଟ ପୁଲିସକୁ ସାଧୁବାଦ ଜଣାଇଛନ୍ତି ପୁଲିସ୍‌ ଡିଜି ଅଭୟ। ଏହି ଟିମର କଠିନ ପରିଶ୍ରମ ଯୋଗୁଁ ଦୀର୍ଘ ୨୨ ବର୍ଷ ଧରି ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ବିବନ ଧରାପଡିଥିଲା। ଏହି ପରିପ୍ରେକ୍ଷୀରେ ବୁଧବାର ସନ୍ଧ୍ୟାରେ ପୁଲିସ ମୁଖ୍ୟାଳୟରେ ତଦନ୍ତକାରୀ ଟିମ ସହ ଡିଜିପି ଆଲୋଚନା କରିଛନ୍ତି। ଟିମର କଠିନ ପରିଶ୍ରମ, ନିଷ୍ଠା ଓ ଉତ୍ସର୍ଗୀକୃତ ମନୋଭାବକୁ ସେ ଭୂୟଶୀ ପ୍ରଶ˚ସା କରିଥିଲେ। ଏହି କ୍ରାର୍ଯ୍ୟକ୍ରମରେ ପୁଲିସ କମିଶନର ଡକ୍ଟର ସୁଧାଂଶୁ ଷଡଙ୍ଗୀ, ଡିସିପି ପ୍ରତୀକ ସିଂହ, ଏଡିସିପି ପ୍ରମୋଦ ରଥ, ସ୍ପେଶାଲ ସ୍କାଡ୍ ଆଇଆଇସି ଅଜୟ ଦାସ, ଇନ୍ସପେକ୍ଟର ରଶ୍ମୀରଞ୍ଜନ ମହାପାତ୍ର, ଶଶୀକାନ୍ତ ରାଉତ ଓ ଟିମ୍‌ର ୩ କନଷ୍ଟେବଳ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

ଓଡ଼ିଶାରେ ୨୪ ଘଣ୍ଟାରେ ପୁଣି ୮୯ ଜଣ କରୋନା ସଂକ୍ରମିତ ଚିହ୍ନଟ

Thu Feb 25 , 2021
ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୮୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୩ ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ୩୬ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୯୨୪ରେ ପହଞ୍ଚିଛି। ଏବେ ସୁଦ୍ଧା […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୮୯ ଜଣ କରୋନା ସଂକ୍ରମିତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial