ଚୋରି ସନ୍ଦେହରେ ୩ ଜଣଙ୍କୁ କ୍ଲବ୍‌ରେ ବାନ୍ଧି ପିଟିଲେ: ମହିଳା ସମେତ ୬ଗିରଫ

ଚୋରି ସନ୍ଦେହରେ ୩ ଜଣଙ୍କୁ ବାନ୍ଧି ପିଟିଲେ

ଭୁବନେଶ୍ବର: ମୋବାଇଲ୍ ଚୋରି କରିଥିବା ସନ୍ଦେହରେ ୩ ଜଣ ଯୁବକଙ୍କୁ କ୍ଲବ୍‌ ଘରେ ଅଟକ ରଖି ନିସ୍ତୁକ ମାଡ଼ ମାରିବା ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଜଣେ ମହିଳାଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ସାଲିଆସାହି ଜନତା ନଗରର ହରସା ବେହେରା, ମାନସ ବେହେରା, କପିଳା ବେହେରା, ସୁବାସ ଦାସ, ଚିତ୍ତରଂଜନ ବାରିକ ଓ ରାଜକିଶୋର ସାହୁ। ଆକ୍ରମଣର ଶିକାର ହୋଇଥିବା ୩ ଯୁବକ ହେଲେ ଭିଲୁ ଦିଗଲ, ରଶ୍ମି ଓ ଦୀପକ। ଅଭିଯୁକ୍ତମାନେ ଏହି ତିନି ଜଣଙ୍କୁ ପ୍ରାୟ ୭ଘଣ୍ଟା କାଳ ଏକ କ୍ଲବ୍ ଘରେ ବାନ୍ଧି ନିର୍ମମ ଭାବେ ଲୁହା ରଡ୍ ଓ କାଠ ଫାଳିଆରେ ପିଟିଥିଲେ। ସୂଚନାନୁସାରେ ଗତ ୧୯ ତାରିଖରେ ନିରଙ୍କରୀନଗରର ଯତି ଓ ମାନସର ମୋବାଇଲ୍ ଫୋନ୍‌ ଚୋରି ହୋଇଥିଲା। ଭିଲୁ ଏହି ଚୋରି କରିଛି ବୋଲି ସନ୍ଦେହ କରି ଯତି ଓ ମାନସ ତାକୁ ନିରଙ୍କରୀନଗରସ୍ଥିତ ରାମଚଣ୍ଡୀ କ୍ଲବ୍‌କୁ ଡକାଇଥିଲେ। ଭିଲୁ କ୍ଲବରେ ପହଞ୍ଚିବା ପରେ ସେମାନେ ତାକୁ ମୋବାଇଲ୍‌ ଫୋନ୍‌ ମାଗିଥିଲେ। ଏତିକିବେଳେ ଭିଲୁକୁ ଖୋଜି ରଶ୍ମି ଓ ଦୀପକ ସେଠାରେ ପହଞ୍ଚିଥିଲେ। ମାତ୍ର ଭିଲୁ ମୋବାଇଲ୍ ଚୋରି କରିନାହିଁ ବୋଲି କହିବାରୁ ମାନସ ଗୋଷ୍ଠୀ ୩ ଜଣଙ୍କୁ କ୍ଲବ୍‌ ଘରେ ପୂରାଇ ବାନ୍ଧି ପକାଇଥିଲେ। ଖବର ପାଇ ଭିଲୁର ମା’ ଥାନାରେ ଜଣାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା। କିନ୍ତୁ ସେତେବେଳେ ମାନସ ଗୋଷ୍ଠୀ ଫେରାର୍ ହୋଇଯାଇଥିଲେ।

Share Now:

Kalinga News Beuro

Next Post

ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତରେ ୮୨୭ କୋଟିର ନୂଆଁଖାଇ ଭେଟି

Thu Sep 23 , 2021
ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ ଓ ପ୍ରସିଦ୍ଧ ହରିଶଙ୍କର ପୀଠର ବିକାଶ ପାଇଁ ଭିତ୍ତିପ୍ରସ୍ତର ବଲାଙ୍ଗୀର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଜିଲ୍ଲା ଗସ୍ତ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ୍‌କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୫୯୭କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଦେଇଥିବା ବେଳେ ୨୩୦କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ବଲାଙ୍ଗୀର ଜିଲ୍ଲାବାସୀଙ୍କୁ ମୋଟ ୮୨୭କୋଟି […]
ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial