ଉତ୍ତରପ୍ରଦେଶରେ ପୁଣି ଯୋଗୀ ସରକାର ସମ୍ଭାବନା : ଏବିପି-ସିଭୋଟର ଜନମତ ସର୍ଭେ

ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ପୁଣି ବିଜେପି କ୍ଷମତାକୁ ଫେରିବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ପଦ ପାଇଁ ଯୋଗୀ ଆଦିତ୍ୟନାଥ ଲୋକଙ୍କ ପ୍ରଥମ ପସନ୍ଦ ଅଛନ୍ତି ବୋଲି ଏବିପି-ସି ଭୋଟର-ଆଇଏଏନଏସ ପକ୍ଷରୁ କରାଯାଇଥିବା ଜନମତ ସର୍ଭେରୁ ଜଣାପଡ଼ିଛି। ଏହି ସର୍ଭେ ରିପୋର୍ଟରେ କୁହାଯାଇଛି ଯେ ଆଗାମୀ ନିର୍ବାଚନରେ ବିଜେପି ମେଣ୍ଟ ୨୬୩ଟି ଆସନ ଜିତିବାର ସମ୍ଭାବନା ରହିଛି। ୨୦୧୭ରେ ବିଜେପି ମେଣ୍ଟ ୩୨୫ଟି ଆସନ ଜିତିଥିଲା। ବିଜେପି ୨୦୧୭ ତୁଳନାରେ ୬୨ଟି କମ ଆସନ ଜିତିବାର ସମ୍ଭାବନା ଥିଲେ ବି ଏହା ସରକାର ଗଢିବାକୁ ସକ୍ଷମ ହେବ। ଅନ୍ୟପକ୍ଷରେ ସମାଜବାଦୀ ପାର୍ଟି (ସପା) ୧୦୯ରୁ ୧୧୭ଟି ଆସନ ଜିତିବାର ସମ୍ଭାବନା ରହିଛି। ମାୟାବତୀଙ୍କ ବହୁଜନସମାଜ ପାର୍ଟି (ବସପା) ୧୨ରୁ ୧୬ ଓ କଂଗ୍ରେସ ମାତ୍ର ୩ରୁ ୭ଟି ଆସନ ଜିତିବାର ସମ୍ଭାବନା ରହିଛି। ବିଜେପି ୪୧.୮ ପ୍ରତିଶତ ଭୋଟ ଜିତିବାର ସମ୍ଭାବନା ରହିଥିବାବେଳେ ସପା ୩୦.୨ ପ୍ରତିଶତ ଭୋଟ ଜିତିବାର ସମ୍ଭାବନା ରହିଛି। କିନ୍ତୁ ଆସନ୍ତା ନିର୍ବାଚନରେ ସବୁଠାରୁ ଅଧିକ କ୍ଷତି ସହିବ ବସପା। ଦଳ ୨୦୧୭ରେ ୨୨.୨ ପ୍ରତିଶତ ଭୋଟ ପାଇଥିବାବେଳେ ୨୦୨୨ରେ ତାହା ୧୫.୭ ପ୍ରତିଶତକୁ ଖସିଆସିବ। ରାଜ୍ୟର ୪୦.୪ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀଭାବେ ଯୋଗୀଙ୍କୁ ପସନ୍ଦ କରୁଥିବାବେଳେ ୨୭.୫ ପ୍ରତିଶତ ଅଖିଳେଶ ଯାଦବଙ୍କୁ ପସନ୍ଦ କରୁଛନ୍ତି।

Share Now:

Kalinga News Beuro

Next Post

ଗତ ୨୪ ଘଣ୍ଟାରେ ଭୁବନେଶ୍ବରରୁ ୧୯୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ

Sat Sep 4 , 2021
ଭୁବନେଶ୍ବର: ଏବେ ରାଜଧାନୀରେ କରୋନା ସଂକ୍ରମଣ ସ୍ଥିର ରହିଛି। ଗତ କିଛି ଦିନ ହେଲାଣି ସଂକ୍ରମିତଙ୍କ ସଂଖ୍ୟା ୨୦୦ଭିତରେ ରହୁଛି। ଆଜି ରାଜ୍ୟ ରାଜଧାନୀରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୪୭ଜଣ ଥିବା […]
୧୯୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial