ଭାରତରେ ଯଦି ବ୍ୟବସାୟ କରିବାକୁ ଚାହୁଁଛ, ଠିକ୍ ମାନଚିତ୍ର ଦେଖାଅ : ହ୍ୱାଟ୍ସଆପକୁ କେନ୍ଦ୍ରମନ୍ତ୍ରୀଙ୍କ ଚେତାବନୀ

ହ୍ୱାଟ୍ସଆପକୁ କେନ୍ଦ୍ରମନ୍ତ୍ରୀଙ୍କ ଚେତାବନୀ

ନୂଆଦିଲ୍ଲୀ: ହ୍ୱାଟ୍ସଆପ ପକ୍ଷରୁ କରାଯାଇଥିବା ଏକ ଟ୍ୱିଟରେ ଭାରତର ଭୁଲ ମାନଚିତ୍ର ଦର୍ଶାଯାଇଥିବାରୁ ଖପ୍ପା ହୋଇଯାଇଛନ୍ତି ଭାରତର ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର। ଶନିବାର ଦିନ କମ୍ପାନୀକୁ ଏକ ଚେତାବନୀ ଜାରି କରି ଯଥାଶୀଘ୍ର ଭୁଲ ସଂଶୋଧନ କରିବାକୁ ସେ କହିଛନ୍ତି। ହ୍ୱାଟସଆପ୍ ଦ୍ୱାରା ଟ୍ୱିଟ୍ କରାଯାଇଥିବା ଗ୍ରାଫିକ୍ସରେ, ଭାରତର ମାନଚିତ୍ରରେ ପାକିସ୍ତାନ ଅଧିକୃତ କାଶ୍ମୀର ଏବଂ ଚୀନ୍ ଦ୍ୱାରା ଦାବି କରାଯାଉଥିବା କିଛି ଭାରତୀୟ ଅଞ୍ଚଳକୁ ଛାଡି ଦିଆଯାଇଥିଲା। ଏହି ଗ୍ରାଫିକ୍ସ ଉପରେ ପ୍ରତିକ୍ରିୟା ପ୍ରକାଶ କରି ରାଜୀବ ଚନ୍ଦ୍ରଶେଖର ଏକ ଟ୍ୱିଟରେ କହିଛନ୍ତି ଯେ ଭାରତରେ ନିଜର ବ୍ୟବସାୟ ଚଳାଇବାକୁ ଚାହୁଁଥିବା କିମ୍ବା ଭାରତରେ ନିଜର ବ୍ୟବସାୟକୁ ଆହୁରି ବିସ୍ତାର କରିବାକୁ ଚାହୁଁଥିବା ଯେକୌଣସି ପ୍ଲାଟଫର୍ମ ଏପରି ଭୁଲ କରିବାରୁ ଦୂରେଇ ରହିବା ଉଚିତ୍। ଏବଂ ସର୍ବଦା ଭାରତର ସଠିକ୍ ମାନଚିତ୍ର ବ୍ୟବହାର କରନ୍ତୁ। ଏହି ଟ୍ୱିଟରେ ଚନ୍ଦ୍ରଶେଖର ‘ମେଟା’କୁ ମଧ୍ୟ ଟ୍ୟାଗ୍ କରିଛନ୍ତି। କାରଣ ମେଟା ( ପୂର୍ବର ଫେସବୁକ) ହେଉଛି ହ୍ୱାଟ୍ସଆପର ମୂଳ କମ୍ପାନି। ହ୍ୱାଟସଆପ୍ ପକ୍ଷରୁ ନୂଆ ବର୍ଷ ପାଇଁ ଏହାର ମଲଟି-ଲୋକେସନ ଲାଇଭଷ୍ଟ୍ରିମ ସଂପର୍କିତ ଏହି ଟ୍ୱିଟ କରାଯିବାର କିଛି ଘଣ୍ଟା ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ଏହି ଭୁଲକୁ ଧରି ମେଟା ସମ୍ମୁଖରେ ରଖିଥିଲେ। ମନ୍ତ୍ରୀଙ୍କ ଟ୍ୱିଟ ଆସିବାର କିଛି ସମୟ ପରେ ହ୍ୱାଟ୍ସଆପ ଏହି ଟ୍ୱିଟକୁ ଡିଲିଟ କରିଦେଇଥିଲା।

Share Now:

Kalinga News Beuro

Next Post

ମୋଦୀଙ୍କ ଭଳି ଲୋକ ଖୁବ ବିରଳ : ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

Sat Dec 31 , 2022
ନୂଆଦିଲ୍ଲୀ: ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଏଭଳି ଲୋକ ବହୁତ କମ୍ ଦେଖିବାକୁ ମିଳନ୍ତି। ଏଭଳି ଲୋକ ଖୁବ ବିରଳ। ଛତିଶଗଡ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ସମୟ ମାଗିଥିଲେ। କିନ୍ତୁ ଯେତେବେଳେ ପ୍ରଧାନମନ୍ତ୍ରୀଙ୍କ ମାଙ୍କର ଦେହାନ୍ତ ହେଲା, ମୁଁ ସୂଚନା ଦେଲି ଯେ ଏହି ବୈଠକ ଆଉ କେବେ […]
ମୋଦୀଙ୍କ ଭଳି ଲୋକ ଖୁବ ବିରଳ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial