ମହାରାଷ୍ଟ୍ର ମନ୍ତ୍ରୀ ଆଦିତ୍ୟ ଠାକେରେଙ୍କୁ ଧମକ ଦେଇଥିବା ଯୁବକ ଗିରଫ

ଆଦିତ୍ୟ ଠାକେରେ

ମୁମ୍ବାଇ: ମହାରାଷ୍ଟ୍ରର କ୍ୟାବିନେଟ ମନ୍ତ୍ରୀ ତଥା ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରେଙ୍କ ପୁଅ ଆଦିତ୍ୟ ଠାକେରେଙ୍କୁ ଧମକ ଦେଇଥିବା ଜଣେ ଯୁବକଙ୍କୁ ବେଙ୍ଗାଲୁରୁରୁ ଗିରଫ କରିଛି ପୁଲିସ୍। ମହାରାଷ୍ଟ୍ରର ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ଶନିବାର ଜୟ ସିଂ ରାଜପୁତ ନାମକ ଅଭିଯୁକ୍ତଙ୍କୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ବେଙ୍ଗଲୁରୁରୁ ଗିରଫ କରିବା ପରେ ମୁମ୍ବାଇକୁ ଆଣିଛି। ଡିସେମ୍ବର ୮ ତାରିଖ ଦିନ ଜୟ ସିଂ ରାଜପୁତ ପ୍ରଥମେ ଆଦିତ୍ୟ ଠାକେରେଙ୍କୁ ଫୋନ୍ କରିଥିଲେ କିନ୍ତୁ ଆଦିତ୍ୟ ଫୋନ୍ ଉଠେଇ ନଥିଲେ। ଏହାପରେ ଅଭିଯୁକ୍ତ ଜଣକ ଆଦିତ୍ୟଙ୍କୁ ଧମକପୂର୍ଣ୍ଣ ମେସେଜ୍ ପଠାଇଥିଲେ। ତଦନ୍ତ ସମୟରେ ମୁମ୍ବାଇର ସାଇବର୍ ପୁଲିସ୍ ଅଭିଯୁକ୍ତଙ୍କ ଫୋନ୍ ନମ୍ବର ଟ୍ରେସ୍ କରି ପଡୋଶୀ କର୍ଣ୍ଣାଟକର ବେଙ୍ଗାଲୁରୁରୁ ଧମକପୂର୍ଣ୍ଣ ମେସେଜ୍ ଆସିଛି ବୋଲି ଜାଣିବାକୁ ପାଇଥିଲା। ଏହାପରେ ବେଙ୍ଗାଲୁରୁକୁ ଏକ ସ୍ବତନ୍ତ୍ର ପୁଲିସ୍ ଦଳ ପଠାଯାଇ ଅଭିଯୁକ୍ତଙ୍କୁ ଗିରଫ କରି ମୁମ୍ବାଇ ଅଣାଯାଇଥିଲା। ଏବେ ଏହି ଘଟଣାର ତଦନ୍ତ ମୁମ୍ବାଇ ପୁଲିସ୍‌ ପକ୍ଷରୁ ଚାଲିଛି।

Share Now:

Kalinga News Beuro

Next Post

ହାଇକୋର୍ଟରେ ମମିତା ମେହେର ହତ୍ୟା ମାମଲା : ମୁଦା ଲଫାପାରେ ଦାଖଲ ହେଲା ତଦନ୍ତର ଷ୍ଟାଟସ୍ ରିପୋର୍ଟ

Thu Dec 23 , 2021
କଟକ: ମମିତା ମେହେର ହତ୍ୟା ମାମଲାରେ ତଦନ୍ତର ଅଗ୍ରଗତି ସମ୍ପର୍କରେ ସରକାର ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛନ୍ତି। ଆଜି ଜଷ୍ଟିସ ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମମିତାଙ୍କ ବାପା ସୁଚନ୍ଦ୍ର ମେହେର ଓ ଭାଇ ବଣ୍ଟି ମେହେରଙ୍କ ଆବେଦନର ଶୁଣାଣି ସମୟରେ ସରକାରଙ୍କ ତରଫରୁ ମୁଦା ଲଫାପାରେ ତଦନ୍ତର ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇଥିଲା। ତଦନ୍ତର ତଦାରଖ ପାଇଁ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଏ.ବି.ଏସ. ନାଇଡୁଙ୍କୁ ନିଯୁକ୍ତି […]
ହାଇକୋର୍ଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial