‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ରେ ସେଲ୍‌ଫି ପାଇଁ ହଟହଟା : ଅଟୋ-ଲକ୍‌ ଡୋର୍‌ରେ ଫଶିଗଲେ ବ୍ୟକ୍ତି

ଅଟୋ-ଲକ୍‌ ଡୋର୍‌ରେ ଫଶିଗଲେ

ପାଟନା : ଦେଶର ବିଭିନ୍ନ ସ୍ଥାନରେ ଏବେ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଚାଲିବାରେ ଲାଗିଛି। ଏହି ଟ୍ରେନ୍‌ର ଚାହିଦା ରହିଥିବା ବେଳେ ଅନେକ ଲୋକ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଭିତରେ ଓ ବାହାରେ ଫଟୋ ଉଠାଇବାରେ ଲାଗିଛନ୍ତି। ଏହି ଫଟୋ ଉଠାଇବା ‌ନିଶା ପାଇଁ ପାଟନାର ଜଣେ ବ୍ୟକ୍ତି ଏବେ ଅଡୁଆରେ ଫଶି ଯାଇଥିବା ଦେଖିବାକୁ ମିଳିଛି। ପାଟ୍‌ନାରେ ‘ବନ୍ଦେ ଭରତ ଏକ୍ସପ୍ରେସ’ ଟ୍ରେନରେ ଜଣେ ବ୍ୟକ୍ତି ସେଲଫି ନେବା ପାଇଁ ପଶି ଯାଇଥିବା ବେଳେ ଅଟୋମେଟିକ୍‌ ଟ୍ରେନ୍‌ ଲକ୍‌ ହୋଇ ଯାଇଥିଲା। ଫଳରେ ତାଙ୍କୁ ୪୮ କିଲୋମିଟର୍‌ ବାଟ ଅଧିକ ଯିବାକୁ ପଡ଼ିଥିଲା।
ସେହି ସମୟର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଅଟକି ଥିବା ବେଳେ ବୃଦ୍ଧ ଜଣକ ସେଲ୍‌ଫି ନେବାକୁ ପଶି ଯାଇଥିଲେ। ସେ ପଶିବା ପରେ କବାଟଟି ଆପେ ବନ୍ଦ ହୋଇ ଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଭୋପାଳରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଞ୍ଚିଙ୍କୁ ପାଟନା ସହ ସଂଯୋଗ କରୁଥିବା ଏକ ‘ବନ୍ଦେ ଭାରତ ଏକ୍ସପ୍ରେସ’ ଉଦ୍‌ଘାଟନ କରିଥିଲେ। ଉଭୟ ବିହାର ଏବଂ ଝାଡ଼ଖଣ୍ଡ ପାଇଁ ଏହା ହେଉଛି ପ୍ରଥମ ‘ବନ୍ଦେ ଭାରତ ଏକ୍ସପ୍ରେସ’। ଏହାପୂର୍ବରୁ ଜାନୁଆରି ମାସରେ ବି ଏହିପରି ଏକ ସମାନ ଘଟଣା ଘଟିଥିଲା। ଜଣେ ତେଲୁଗୁ ବ୍ୟକ୍ତି ସେଲଫି ନେବା ପାଇଁ ଟ୍ରେନରେ ଚଢ଼ିବା ସମୟରେ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ଟି ଆପେ ବନ୍ଦ ହୋଇ ଯାଇଥିଲା।

Share Now:

Kalinga News Beuro

Next Post

୫ ଦିନିଆ ରିମାଣ୍ଡରେ ତଡାଖିଆ ଉପଜିଲ୍ଲାପାଳ : ଅଧିକ ଖୋଳତାଡ଼ କରିବ ଭିଜିଲାନ୍ସ

Wed Jun 28 , 2023
ଭୁବନେଶ୍ୱର: ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା ନବରଙ୍ଗପୁରର ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି ଭିଜିଲାନ୍ସ। ୫ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ। ରିମାଣ୍ଡ ସମୟରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସମ୍ପର୍କରେ ଅଧିକ ଖୋଳତାଡ଼ କରିବ ଭିଜିଲାନ୍ସ। ପୂର୍ବରୁ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ […]
୫ ଦିନିଆ ରିମାଣ୍ଡରେ ଉପଜିଲ୍ଲାପାଳ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial