ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ, ୨୧ରେ ଗଣତି : ନିର୍ବାଚନ ଆୟୋଗ

ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ

ନୂଆଦିଲ୍ଲୀ : ଜୁଲାଇ ୨୪ ତାରିଖରେ ଭାରତର ବର୍ତ୍ତମାନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେବ। ଏହା ପୂର୍ବରୁ ସମ୍ବିଧାନର ଧାରା ୬୨ ଅନୁସାରେ ନୂଆ ରାଷ୍ଟ୍ରପତି ଚୟନ ପାଇଁ ନିର୍ବାଚନ ପ୍ରକ୍ରିୟା ଶେଷ ହେବ। ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ ଓ ୨୧ରେ ଗଣତି ହେବ ବୋଲି ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଘୋଷଣା କରିଛନ୍ତି। ଦେଶର ସାଂସଦ ଓ ବିଧାୟକମାନଙ୍କୁ ନେଇ ଗଠିତ ଇଲେକ୍ଟରାଲ କଲେଜ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିଥାନ୍ତି। ଏହି ଇଲେକ୍ଟରାଲ କଲେଜରେ ୭୭୬ ଜଣ ସାଂସଦ ଏବଂ ସମସ୍ତ ରାଜ୍ୟ, ଦିଲ୍ଲୀ ଓ ପୁଡୁଚେରୀ ବିଧାନସଭାର ସଦସ୍ୟମାନେ ଅନ୍ତର୍ଭୁକ୍ତ। ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ମନୋନୟନ ପତ୍ର ଦାଖଲ କରିବାର ଶେଷ ତାରିଖ ଜୁନ ୨୯, ମନୋନୟନ ପତ୍ର ଯାଞ୍ଚର ଶେଷ ତାରିଖ ଜୁନ ୩୦, ମନୋନୟନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଜୁଲାଇ ୨ ରଖାଯାଇଛି। ଆସନ୍ତା ଜୁଲାଇ ୨୧ରେ ଭୋଟ ଗଣତି ପରେ ଜୁଲାଇ ୨୪ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ ହେବ ଓ ଜୁଲାଇ ୨୫ରେ ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ ବୋଲି ଆୟୋଗ ପକ୍ଷରୁ କୁହାଯାଇଛି। ଆସନ୍ତା ଜୁଲାଇ ୨୧ରେ ଭୋଟ ଗଣତି ପରେ ଜୁଲାଇ ୨୪ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ ହେବ ଓ ଜୁଲାଇ ୨୫ରେ ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ ବୋଲି ଆୟୋଗ ପକ୍ଷରୁ କୁହାଯାଇଛି। ୨୦୧୭ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜୁଲାଇ ୧୭ରେ ହୋଇଥିଲା ଓ ବିଜେତାଙ୍କ ଘୋଷଣା ୨୦ରେ ହୋଇଥିଲା।

Share Now:

Kalinga News Beuro

Next Post

ମୁସେୱାଲାଙ୍କ ହତ୍ୟା ପଛରେ ଆଇଏସଆଇର ହାତ

Thu Jun 9 , 2022
ନୂଆଦିଲ୍ଲୀ: ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକୁ ନେଇ ଦିଲ୍ଲୀ ପୁଲିସ ବୁଧବାର ଏକ ବଡ ଖୁଲାସା କରିଥିଲା। ମୁସେୱାଲାଙ୍କ ହତ୍ୟା ପଛରେ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆଇର ହାତ ଥିବା କଥା କହିଛି ପୁଲିସ। ଗତକାଲି ପୁଲିସ କହିଥିଲା ଯେ ଏପର୍ଯ୍ୟନ୍ତ ଏହି ମାମଲାରେ ୫ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ପୁଲିସ କମିସନର ଧାଲିୱାଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ସିଦ୍ଧୁ ମୁସେୱାଲା […]
ମୁସେୱାଲାଙ୍କ ହତ୍ୟା ପଛରେ ଆଇଏସଆଇ

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial