କର୍ଣ୍ଣାଟକର ଭିତ୍ତିଭୂମି ବିକାଶ ମନ୍ତ୍ରୀ ମହିଳାଙ୍କୁ ଚାପୁଡା ମାରିବା ଘଟଣା : ସ୍ପଷ୍ଟୀକରଣ ମାଗିଲେ ମୁଖ୍ୟମନ୍ତ୍ରୀ

କର୍ଣ୍ଣାଟକର ମନ୍ତ୍ରୀ ମହିଳାଙ୍କୁ ଚାପୁଡା ମାରିବା ଘଟଣା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଜଣେ ମନ୍ତ୍ରୀ ଖୋଲାଖୋଲି ଭାବେ ଜଣେ ମହିଳାଙ୍କୁ ଚାପୁଡ଼ା ମାରିବା ଘଟଣାକୁ ନେଇ ଏବେ ବିବାଦ ବଢ଼ିବାରେ ଲାଗିଛି। ବିରୋଧୀ ଦଳର ସମାଲୋଚନା ମଧ୍ୟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବମ୍ମାଇ ରାଜ୍ୟ ଭିତ୍ତିଭୂମି ବିକାଶ ମନ୍ତ୍ରୀ ଭି ସୋମନ୍ନାଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି। ସୋମନ୍ନା ଜଣେ ମହିଳାଙ୍କୁ ଚାପୁଡ଼ା ମାରିଥିଲେ ଯେତେବେଳେ ସେ ତାଙ୍କ ନିକଟକୁ ଆସିଥଲେ। ଏହି ଭିଡିଓକୁ ନେଇ ବିବାଦ ଆରମ୍ଭ ହୋଇଥିବା ବେଳେ ଏବେ ମହିଳାଙ୍କ ଏକ ନୂତନ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ କହିଛନ୍ତି ଯେ, ମନ୍ତ୍ରୀ ତାଙ୍କୁ ମାଡ ମାରୁ ନଥିଲେ ବରଂ ତାଙ୍କୁ ସାନ୍ତ୍ୱନା ଦେଉଥିଲେ। ସଂଗୃହୀତ ସୂଚନା ଅନୁସାରେ, ‘ବିଜେପି’ ନେତା ତଥା କର୍ଣ୍ଣାଟକର ଭିତ୍ତିଭୂମି ବିକାଶ ମନ୍ତ୍ରୀ ଭି ସୋମନ୍ନା ଗତକାଲି ଚମରାଜନଗର ଜିଲ୍ଲା ଅନ୍ତର୍ଗତ ହଙ୍ଗଲା ଗାଁରେ ଆୟୋଜିତ କାର୍ଯ୍ୟକ୍ରମରେ ଜମି ପଟ୍ଟା ବଣ୍ଟନ କରୁଥିଲେ। ସେଠାରେ ଜମି ପଟ୍ଟା ପାଇବାରୁ ବଞ୍ଚିତା ହୋଇ ଉତ୍ତ୍ୟକ୍ତ ହୋଇଯାଇଥିବା ଜଣେ ମହିଳାଙ୍କ ସହ ମନ୍ତ୍ରୀଙ୍କର ମୁହଁମୁହିଁ ହୋଇଗଲା। ମହିଳାଙ୍କ ଆଚରଣରେ କ୍ଷୁବ୍ଧ ହୋଇ ମନ୍ତ୍ରୀ ତାଙ୍କୁ ଚଟକଣା ମାରିଥିଲେ। ମାଡ଼ ଖାଇ ସୁଦ୍ଧା ମହିଳାଜଣକ ତୁରନ୍ତ ନଇଁପଡ଼ି ମନ୍ତ୍ରୀଙ୍କ ପାଦସ୍ପର୍ଶ କରିଥିଲେ। ଭିଡିଓରେ ଶୁଣାଯାଉଛି ପରବର୍ତ୍ତୀ ସମୟରେ ମନ୍ତ୍ରୀ ସୋମନ୍ନା ମହିଳାଙ୍କୁ କ୍ଷମାଯାଚନା କରୁଛନ୍ତି। ଏହି ଘଟଣାକୁ ନେଇ ବିରୋଧୀ ଟା‌ର୍ଗେଟ କରିବାରୁ ମୁଖ୍ୟମନ୍ତ୍ରୀ ବସବରାଜ ବମ୍ମାଇ ନୋଟିସ ଜାରି କରି ସୋମନ୍ନାଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ସୋମବାର ସୁଦ୍ଧା ମନ୍ତ୍ରୀଙ୍କୁ ତାଙ୍କ ସ୍ପଷ୍ଟୀକରଣ ଉପସ୍ଥାପନ କରିବାକୁ କୁହାଯାଇଛି।

Share Now:

Kalinga News Beuro

Next Post

ଆଜି ଆୟୁର୍ବେଦ ଦିବସ : କରୋନା ପରେ ବଢ଼ିଛି ବିଶ୍ବାସ

Sun Oct 23 , 2022
ଭୁବନେଶ୍ୱର: ଖାଦ୍ୟପେୟ‌ରେ ଅନିୟମିତତା, ଅସନ୍ତୁଳିତ ଆହାର, ମୋବାଇଲ୍‌ ମାୟାରେ ରାତିଅଧ ଯାଏ ଉଜାଗର ରହିବା, ଘଣ୍ଟାଘଣ୍ଟା ଧରି ଅଫିସ୍‌ରେ ବସି ରହିବା ଆଦି ବହୁ ଦୁରାରୋଗ୍ୟକୁ ଜନ୍ମ ଦେଇଥାଏ। ସ୍ବାସ୍ଥ୍ୟ ପ୍ରତି ଦିନଦିନ ଧରି ଅବହେଳା ମେଦବହୁଳତା, ମଧୁମେହ, ଅର୍ଶ, ମଳକଣ୍ଟକ, ଆଣ୍ଠୁଗଣ୍ଠିଜନିତ ଓ ବିଭିନ୍ନ ପ୍ରକାର ଚର୍ମରୋଗର କାରଣ ହୋଇଥାଏ। ଏଲୋପାଥି ଚିକିତ୍ସା ବିଜ୍ଞାନରେ ଏହି ସବୁ ରୋଗ ମଧ୍ୟରୁ କିଛି ରୋଗର ଅସ୍ତ୍ରୋପଚାର ଆବଶ୍ୟକ ପଡ଼ୁଥିବା ବେଳେ […]
ଆଜି ଆୟୁର୍ବେଦ ଦିବସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial