ଯମୁନୋତ୍ରୀ ଓ ଗଙ୍ଗୋତ୍ରି ନଦୀରୁ ବାହାରିଲାଣି ୭ କୁଇଣ୍ଟାଲ ଶାଢି

ନଦୀରୁ ଏଯାଏଁ ବାହାର କରାଗଲାଣି ୭ କୁଇଣ୍ଟାଲ ଶାଢି

ନଦୀଗର୍ଭ ପ୍ରଦୂଷିତ କରୁଛନ୍ତି ଶ୍ରଦ୍ଧାଳୁ ତୀର୍ଥଯାତ୍ରୀ

ଡେରାଡୁନ: ଉତ୍ତରଖଣ୍ଡରେ ଏବେ ଚାରିଧାମ ଯାତ୍ରା ଜାରି ରହିଛି। ଯମୁନୋତ୍ରୀ, ଗଙ୍ଗୋତ୍ରି, କେଦାରନାଥ ଓ ବଦ୍ରୀନାଥ ଯାତ୍ରାକୁ ଚାରି ଧାମ ଯାତ୍ରା କୁହାଯାଉଥିବାବେଳେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏହି ଯାତ୍ରା କରନ୍ତି। ତେବେ ଏହି ସମୟ ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ବାସ୍ତବରେ, ଚାରି ଧାମ ଯାତ୍ରାରେ ଆସୁଥିବା ତୀର୍ଥଯାତ୍ରୀମାନେ ନଦୀରେ ବହୁ ପରିମାଣର ପିନ୍ଧା ଲୁଗା ଫୋଫାଡିଥିବାର ଜଣାପଡିଛି। ବାସ୍ତବରେ ନଦୀକୁ ସ୍ଵଛ ରଖିବା ପାଇଁ ସ୍ୱଚ୍ଛତା ଦଳ ଦ୍ୱାରା ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଥିଲା ଯେଉଁଥିରେ ଭାଗୀରଥୀ ନଦୀ ଏବଂ ଯମୁନା ନଦୀରୁ ୭ କ୍ୱିଣ୍ଟାଲ ଶାଢି ବାହାର କରାଯାଇଛି। ଯମୁନୋତ୍ରୀ ଓ ଗଙ୍ଗୋତ୍ରି ତୀର୍ଥସ୍ଥଳର ରକ୍ଷଣାବେକ୍ଷଣ କାର୍ଯ୍ୟରେ ନିୟୋଜିତ ଅଧିକାରୀଙ୍କ ସୂଚନା ମୁତାବକ ଏଭଳି ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ। ସେମାନେ କହିଛନ୍ତି ଯେ ଚାରି ଧାମ ପରିଦର୍ଶନ କରୁଥିବା ତୀର୍ଥଯାତ୍ରୀମାନେ ଗଙ୍ଗୋତ୍ରିରୁ ଉତ୍ପନ୍ନ ଭାଗୀରଥୀ ଏବଂ ଯମୁନୋତ୍ରୀରୁ ଉତ୍ପନ୍ନ ଯମୁନା ନଦୀରେ ଗାଧୋଇବା ପରେ ସେଠାରେ ନିଜର ପିନ୍ଧା ଲୁଗା ଛାଡି ଚାଲିଯାଉଛନ୍ତି।
ଏଭଳି ପରିସ୍ଥିତିରେ ଏହି ଦୁଇ ନଦୀର ପରିଷ୍କାର ପରିଚ୍ଛନ୍ନତାକୁ ନେଇ ସଙ୍କଟଜନକ ପରିସ୍ଥିତି ଉପୁଜିଥିବା ଜଣାପଡିଛି। ଧାମର ସଫେଇ ବ୍ୟବସ୍ଥାରେ ନିୟୋଜିତ ଅଧିକାରୀ କହିଛନ୍ତି ଯେ ସମସ୍ୟା ଗୁରୁତର। ଗଙ୍ଗୋତ୍ରି ଧାମର ସଚିବ ସୁରେଶ ସେମୱାଲ କହିଛନ୍ତି ଯେ ଏହା ଏକ ଜଟିଳ ସମସ୍ୟା। ସେ କହିଛନ୍ତି ଯେ ଆମେ ଭାଗୀରଥୀ ନଦୀରୁ ୪ କ୍ୱିଣ୍ଟାଲ ଶାଢି ସଂଗ୍ରହ କରିଛୁ। ପ୍ରତିଦିନ ଶ୍ରମିକମାନେ ନଦୀକୁ ଯାଇ ସେଠାରେ ଫୋପାଡି ଦିଆଯାଇଥିବା ପୋଷାକ ସଂଗ୍ରହ କରୁଛନ୍ତି। ଯମୁନୋତ୍ରୀ ମନ୍ଦିର କମିଟିର ଜଣେ ଅଧିକାରୀ କହିଛନ୍ତି ଯେ ଏଠାରେ ମଧ୍ୟ ସ୍ନାନ କରିବା ପରେ ପୋଷାକ ଫିଙ୍ଗିବା ପ୍ରକ୍ରିୟା ଚାଲିଛି। ମେ ଏବଂ ଜୁନ ମାସରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଆସୁଥିବାବେଳେ ସେମାନେ ଏଠାରେ ସ୍ନାନ କରି ପିନ୍ଧା ଲୁଗା ନଦୀରେ ଫୋଫାଡ଼ି ଦେଉଛନ୍ତି। ଯାହାଦ୍ୱାରା ନଦୀଗର୍ଭ ପ୍ରଦୂଷିତ ହେଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଏଠାରୁ ୩କ୍ୱିଣ୍ଟାଲ ଲୁଗା ସଂଗ୍ରହ କରିଛୁ। ଆମେ ତୀର୍ଥଯାତ୍ରୀମାନଙ୍କୁ, ବିଶେଷକରି ମହିଳାମାନଙ୍କୁ ନିବେଦନ କରିଛୁ ଯେ ଅଧିକାଂଶ ନିଜର ପିନ୍ଧା ଲୁଗା ନଦୀରେ ଫିଙ୍ଗନ୍ତୁ ନାହିଁ।

Share Now:

Kalinga News Beuro

Next Post

ବାଜିରେ ଲାଗିଛି ‌ସଫେଇ କର୍ମଚାରୀଙ୍କ ଜୀବନ

Sat Jun 24 , 2023
ବିନା ସୁରକ୍ଷାରେ ୪ ଫୁଟ୍‌ ନର୍ଦ୍ଦମା ପାଣିରେ କରୁଛନ୍ତି ସଫେଇ କଟକ: ସହରର ଡ୍ରେନ୍‌ ସଫେଇରେ ଅସୁରକ୍ଷିତ ଭାବେ ନିୟୋଜିତ ହେଉଛନ୍ତି ସଫେଇ କର୍ମଚାରୀ। ପଙ୍କୋଦ୍ଧାର ସମୟରେ ସଫେଇ କର୍ମଚାରୀଙ୍କ ସୁରକ୍ଷା ପ୍ରତି ପୌର ନିଗମ କର୍ତ୍ତୃପକ୍ଷ ଆଖି ବୁଜି ଦେଇଛନ୍ତି। ସହରର ପିଲିଗ୍ରିମ୍‌ ରୋଡ୍‌ସ୍ଥିତ ଡ୍ରେନ୍‌ ସଫେଇ କାମ ଏବେ ଚାଲିଛି। ଏଠାରେ ସଫେଇ କର୍ମଚାରୀ ୪ ଫୁଟ୍‌ରୁ ଅଧିକ ଉଚ୍ଚ ନର୍ଦ୍ଦମା ପାଣି ଓ ପଙ୍କ ଭିତରେ […]
ବାଜିରେ ଲାଗିଛି ‌ସଫେଇ କର୍ମଚାରୀଙ୍କ ଜୀବନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial