ଶୋପିଆଁ ଏନକାଉଣ୍ଟର: ୨ ଆତଙ୍କବବାଦୀ ନିହତ

ଶୋପିଆଁ ଏନକାଉଣ୍ଟର

ଶ୍ରୀନଗର: ମଙ୍ଗଳବାର ଦିନ ଜମ୍ମୁ-କଶ୍ମୀରର ଶୋପିଆଁ ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଏ ନେଇ ଜମ୍ମୁ-କଶ୍ମୀର ପୁଲିସ ପକ୍ଷରୁ କୁହାଯାଇଛି। ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଶୋପିଆଁ ଜିଲ୍ଲାର ଜୈନପୋରା ଅଞ୍ଚଳର ସୁଗାନ୍ ଗ୍ରାମରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ବୋଲି ପୁଲିସ ମୁଖପାତ୍ର କହିଛନ୍ତି। ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚିବା ପରେ ସୁରକ୍ଷା ବାହିନୀ ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଏହାର ଜବାବ ଦେବାକୁ ଯାଇ ସୁରକ୍ଷା ବାହିନୀ ପକ୍ଷରୁ ଗୁଳି ଚଳାଯାଇଥିବା ବେଳେ ଏହି ଗୁଳି ବିନିମୟରେ ୨ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣା ପଡ଼ିଛି। ତେବେ ସେହି ଅଞ୍ଚଳରେ ଅନ୍ୟ ଆତଙ୍କବାଦୀ ଲୁଚି ରହିଛନ୍ତି କି ନାହିଁ ଜାଣିବା ପାଇଁ ଏବେ ସର୍ଚ୍ଚ ଅପରେସନ ଜାରି ରହିଛି। ଏହି ଏନକାଉଣ୍ଟରରେ କୌଣସି ଯବାନଙ୍କ ମୃତାହତ ହୋଇଥିବା ଖବର ମିଳି ନାହିଁ।

Share Now:

Kalinga News Beuro

Next Post

ଡ୍ରେନ‌ ସାଜୁଛି ମରଣଯନ୍ତା: ବର୍ଷା ହେଲେ ସାଂଘାତିକ ସ୍ଥିତି

Wed Oct 7 , 2020
ଭୁବନେଶ୍ବର: ରାଜଧାନୀ ହୋଇଛି ସ୍ମାର୍ଟ। ରାସ୍ତାକଡ଼‌ରେ କୋଟି କୋଟି ଟଙ୍କା ବିନିଯୋଗ କରି ସୁନ୍ଦର ପରିବେଶ ତିଆରି ହୋଇଛି। ମାତ୍ର ମରଣଯନ୍ତା ସାଜିଥିବା ଖୋଲା ଓ ଅଧାଭଙ୍ଗା ଡ୍ରେନ୍‌ ସଜାଡ଼ିବାକୁ ପ୍ରଶାସନ ଉଚିତ୍‌ ମଣୁନାହିଁ। ରାଜଧାନୀରେ ଖୋଲା ଡ୍ରେନ୍‌ ମଣିଷର ଜୀବନ ନେଇଯିବା ଘଟଣା ଚିରାଚରିତ ହୋଇଯାଇଛି। ତେବେ ତା’ଠୁ ବିପଜ୍ଜନକ ସାଜିଛି ଅଧ ଭଙ୍ଗା ଅବସ୍ଥାରେ ଶୋଚନୀୟ ହୋଇ ପଡ଼ିଥିବା ଡ୍ରେନ୍‌। କେଉଁଠି ଡ୍ରେନ୍‌ର ବାଡ଼ ଭାଙ୍ଗି ଯାଇଛି […]
ଡ୍ରେନ‌ ସାଜୁଛି ମରଣଯନ୍ତା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial