ବୁଡ଼ିଯିବ ମୁମ୍ବାଇ:ଲଗାଣ ବର୍ଷରେ ଉବୁଟୁବୁ ଓ ୧୧ ମୃତ

ମୁମ୍ବାଇ: ଲଗାଣ ବର୍ଷାରେ ମୁମ୍ବାଇ ସହର ଉଟୁଟୁବୁ। ଗତ ରବିବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ବର୍ଷାରେ ସାରା ସହରର ଅବସ୍ଥା ବେହାଲ୍‌ ହୋଇପଡ଼ିଛି। ମାତ୍ର ୨୪ ଘଣ୍ଟାର ବର୍ଷାରେ ମୁମ୍ବାଇ ସହରର ବିଭିନ୍ନ ସ୍ଥାନରେ କାନ୍ଥ ଭୁଶୁଡ଼ିବା ସହ ଗଛ ଉପୁଡ଼ି ୫ ଜଣଙ୍କର ମୃତ୍ୟୁ ହୋଇଛି। ସହରର ମୁଖ୍ୟ ରାସ୍ତା ଗୁଡ଼ିକରେ ପାଣିର ସୁଅ ଛୁଟୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଲଗାଣ ବର୍ଷା ଯୋଗୁଁ ଅନେକ ଟ୍ରେନ୍‌ ବିଳମ୍ବରେ ଚାଲୁଛି। ଓ୍ଵାଦଲାର ଆଣ୍ଟପ୍‌ ହିଲ୍‌ ସ୍ଥିତ ବିଦ୍ୟାଳଙ୍କାର ରୋଡ୍‌ରେ ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିବା ଫଳର ୭ଟି କାର୍‌ ଚୁରମାର୍‌ ହୋଇଯାଇଛି। ସେହିପରି ଓ୍ଵାଦଲା ସ୍ଥିତ ଏକ କମ୍ପ୍ଲେକ୍ସର କାନ୍ଥ ଭୁଶୁଡ଼ି ପଡ଼ିବା ଫଳରେ ପାର୍କିଂ ହୋଇଥିବା ୧୫ଟି କାର ଭାଙ୍ଗିରୁଜି ଯାଇଛି। ସହରର ଅନେକ ସ୍ଥାନରେ ବହୁ ଗଛ ଭାଙ୍ଗି ପଡ଼ିବାରୁ ଅନେକ ବ୍ୟକ୍ତି ଆହତ ହୋଇଛନ୍ତି। ସେପଟେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରି କୁହାଯାଇଛି ଯେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ସହରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।

ଗତକାଲି ସନ୍ଧ୍ୟାରୁ ଲାଗି ରହିଥିବା ବର୍ଷାରେ ଥାନେ ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୨୨୯.୮୧ ମିଲିମିଟର ବର୍ଷା ହୋଇଛି। ଦକ୍ଷିଣ ମୁମ୍ବାଇର ଫ୍ୟାସନ୍‌ ଷ୍ଟ୍ରିଟ୍‌ରେ ଏକ ଗଛ ଉପୁଡ଼ି ପଡ଼ିବା ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଯାଇଛି। ସେହିପରି ମାଲାଡ୍‌ର ଏଭରସାଇନ୍‌ ନଗରରେ ଜଣେ ବ୍ୟକ୍ତି ନର୍ଦ୍ଦମା ଭିତରେ ଖସିପଡ଼ିବାକୁ ତାଙ୍କର ମୃତ୍ୟୁ ହୋଇଯାଇଛି। ଥାନେ ଜିଲ୍ଲାରେ କାନ୍ଥ ଭୁଶୁଡ଼ି ପଡ଼ିବା ଫଳରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ଚେମ୍ବୁରର ପୋଷ୍ଟାଲ୍‌ କଲୋନିରେ ଆଜି ଅଣ୍ଟାଏ ପାଣି ଚାଲୁଥିବାବେଳେ ଭିଲେ ପାର୍ଲେରେ ଆଣ୍ଠୁଏ ପାଣି ଚାଲୁଛି। ସେହିପରି ଗୁରଗାଓଁ, ଅନ୍ଧେରି, କାନ୍ଦିଭାଲି, ସିଅନ, ମାଲଡ୍‌, ଖାର, ଓ୍ଵାଦଲା, ଫାଇଭ୍‌ ଗାର୍ଡେନ୍‌, ଚେମ୍ବୁର ଏବଂ କୁର୍ଲା ଅଞ୍ଚଳ ଗୁଡ଼ିକ ଜଳବନ୍ଦୀ ରହିଛି। ବର୍ଷା ହେତୁ ଆଜି ସହରର ପ୍ରମୁଖ ସ୍ଥାନ ମାନଙ୍କରେ ଟ୍ରାଫିକ୍‌ ସମସ୍ୟା ମଧ୍ୟ ଉପୁଜିଛି।

Share Now:

Kalinga News Beuro

Leave a Reply

Next Post

ଜୁଲାଇ ପହିଲାରୁ ଜାତୀୟ ନମୁନା ସର୍ବେକ୍ଷଣ : ଓଡ଼ିଶାର ୨୩୬ ଗ୍ରାମ ଓ ୭୨ ସହରରୁ ହେବ ତଥ୍ୟ ସଂଗ୍ରହ

Tue Jun 26 , 2018
ଭୁବନେଶ୍ୱର : ଭାରତ ସରକାରଙ୍କ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ଅଧୀନ ‘ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ’(ଏନ୍‌ଏସ୍‌ଏସ୍‌ଓ) ପକ୍ଷରୁ ଆସନ୍ତା ଜୁଲାଇ ପହିଲାରୁ ଏହାର ୭୬ତମ ପର୍ଯ୍ୟାୟ ସର୍ବେକ୍ଷଣ ଆରମ୍ଭ ହେବ। ଏହି ୬ ମାସ ଅବଧିର ସର୍ବେକ୍ଷଣରେ ଗାଁ ଓ ସହରର ପାନୀୟ ଜଳ, ସ୍ୱଚ୍ଛତା, ପରିମଳତା, ଗୃହର ଅବସ୍ଥା ଓ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସମ୍ବନ୍ଧିତ ବିଭିନ୍ନ ତଥ୍ୟ ସଂଗ୍ରହ କରାଯିବ। ଏନେଇ କେନ୍ଦ୍ର ସରକାରଙ୍କ ଦ୍ୱାରା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial