କଡ଼ାକଡ଼ି ହେଲା ନାଇଟ୍ କର୍ଫ୍ୟୁ : ନିୟମ ଖିଲାପ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

କଡ଼ାକଡ଼ି ହେଲା ନାଇଟ୍ କର୍ଫ୍ୟୁ

ପୂଜା ପାଇଁ ୧୭ ପ୍ଲାଟୁନ୍ ଫୋର୍ସ, ୭୨ ଅଫିସର

ଭୁବନେଶ୍ୱର : ପାର୍ବଣ ସମୟରେ କରୋନାର ସମ୍ଭାବ୍ୟ ସଂକ୍ରମଣକୁ ଆଖି ଆଗରେ ରଖି ସୋମବାର ରାତି ୮ଟାରୁ ଭୋର ୫ଟା ପର୍ଯ୍ୟନ୍ତ ଉଭୟ କଟକ-ଭୁବନେଶ୍ବର ଟୁଇନ୍ ସିଟିରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି। ଏହି ପରିପ୍ରେକ୍ଷୀରେ ରାଜଧାନୀରେ ସୋମବାର ରାତିଠୁ କମିସନରେଟ୍‌ ପୁଲିସ ପକ୍ଷରୁ ନାଇଟ୍ କର୍ଫ୍ୟୁ କଡ଼ାକଡ଼ି କରାଯାଇଛି। ସହରର ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଇଛି। ମାଇକ୍ ଯୋଗେ ବିଭିନ୍ନ ଛକରେ ନିୟମ ପାଳନ କରିବା ପାଇଁ କୁହାଯାଇଛି। ସନ୍ଧ୍ୟାରେ ପୁଲିସ କମିସନର ଓ ଡିସିପି ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ମାଷ୍ଟର କ୍ୟାଣ୍ଟିନ୍ ଛକରୁ ସଚେତନତା ଅଭିଯାନ ଆରମ୍ଭ କରିଥିଲେ ଏବଂ ରାମମନ୍ଦିର ଛକ, ରାଜମହଲ ଛକ, ଏୟାରପୋର୍ଟ ଛକ ଓ ଶିରିପୁର ଛକ ଆଦି ଅଞ୍ଚଳ ବୁଲିବା ସହ ଯାଞ୍ଚ କରିଥିଲେ। ଏହାପରେ ପୁଲିସ ବାହିନୀ ସହରର ବିଭିନ୍ନ ଅଞ୍ଚଳ ବୁଲି ଦୋକାନବଜାର ବନ୍ଦ କରିବା ସହ ବିନାମ କାରଣରେ ରାସ୍ତାରେ ଯା’ଆସ କରୁଥିବା ଲୋକଙ୍କୁ ଅଟକାଇ ଜରିମାନା ଆଦାୟ କରିଥିଲେ। ନାଇଟ୍‌ କର୍ଫ୍ୟୁ ସମୟରେ ଯେଉଁମାନେ ନିୟମ ଖିଲାପ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ଅଧିକ ଅମାନିଆଙ୍କୁ ଗିରଫ କରାଯିବ ବୋଲି ପୂର୍ବରୁ ପୁଲିସ କମିସନର ଚେତାବନୀ ଦେଇଛନ୍ତି।
ରାଜଧାନୀରେ ପୂଜା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସହରରେ ୧୭ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିବା ବେଳେ ୭୨ ଅଫିସର ନିୟୋଜିତ ହୋଇଛନ୍ତି। ୪ ଅତିରିକ୍ତ ଡିସିପି, ୮ ଏସିପି, ୨୫ ଇନ୍ସପେକ୍ଟର, ୩୫ ଏସ୍ଆଇ/ଏଏସ୍ଆଇ, ୨୨ ଜଣ ଏପିଆର୍ କନଷ୍ଟେବଳ ଓ ୨୦ ଜଣ ମହିଳା କନଷ୍ଟେବଳ ନିୟୋଜିତ ହୋଇଛନ୍ତି। ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସୁରକ୍ଷା ବ୍ୟବସ୍ଥା ପରିଚାଳିତ ହେବ ବୋଲି ଜଣାପଡ଼ିଛି।

Share Now:

Kalinga News Beuro

Next Post

ଭାରତ ମହାସାଗରରେ ଚଳିବନି ବେଜିଂର ଦାଦାଗିରି !

Wed Oct 13 , 2021
ମହାସାଗରରେ ନୌବୀରଙ୍କ କଳାକୌଶଳ ପ୍ରଦର୍ଶନ ନୂଆଦିଲ୍ଲୀ: ସାଉଥ୍ ଚାଇନା ସି ଭଳି ଭାରତ ମହାସାଗରରେ ଚଳିବନି ବେଜିଂର ଦାଦାଗିରି। ଚୀନ୍‌କୁ ସିଧାସଳଖ ବାର୍ତ୍ତା ଦେବାକୁ ଭାରତ ମହାସାଗରରେ ଆରମ୍ଭ ହୋଇଛି କ୍ୱାଡ୍‌ର ଦ୍ୱିତୀୟ ପର୍ଯ୍ୟାୟ ମାଲାବାର ନୌସମରାଭ୍ୟାସ। ଭାରତ ସମେତ ଅନ୍ୟ ୩ ସଦସ୍ୟ ରାଷ୍ଟ୍ର ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ଏଥିରେ ଅଂଶଗ୍ରହଣ କରିଛନ୍ତି। ମହାସାଗରରେ ନୌବୀରଙ୍କ କଳାକୌଶଳ ପ୍ରଦର୍ଶନ, ନୌସମରର ଅତି ଜଟିଳ ବ୍ୟବସ୍ଥାଗୁଡ଼ିକୁ ଡ୍ରିଲ ମାଧ୍ୟମରେ […]
ବେଜିଂର ଦାଦାଗିରି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial