୪୬ ବର୍ଷ ବୟସରେ ବରିଷ୍ଠ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁଙ୍କ ପରଲୋକ

ବରିଷ୍ଠ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁଙ୍କ ପରଲୋକ

ବ୍ରହ୍ମପୁର: ବରିଷ୍ଠ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁଙ୍କର ବୁଧବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ବୟସ ହୋଇଥିଲା। ସେ ସକାଳ ଖବରକାଗଜରେ କାର୍ଯ୍ୟରତ ଥିଲେ। ବ୍ରହ୍ମପୁର ଏମକେସିଜି ବଡ ମେଡିକାଲରେ ତାଙ୍କର ପରଲୋକ ହୋଇଯାଇଛି।
ସେ ଜଣେ ସ୍ନେହୀ ଓ ଆଦର୍ଶବାଦୀ ମଣିଷ ଭାବେ ସମସ୍ତଙ୍କ ଗହଣରେ ପରିଚିତ ଥିଲେ। ତାଙ୍କ ବିୟୋଗରେ ଗଞ୍ଜାମ ଜିଲ୍ଲା ତଥା ରାଜ୍ୟ ସାମ୍ବାଦିକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି। ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଛନ୍ତି।

Share Now:

Kalinga News Beuro

Next Post

ବାଲାକୋଟ୍‌ ଆକ୍ରମଣ ପରେ ପାକିସ୍ତାନ ଆଣବିକ ଆକ୍ରମଣ ପାଇଁ ପ୍ରସ୍ତୁତି କରୁଥିବା କଥା ଭାରତ ସୂଚନା ଦେଇଥିଲା: ପମ୍ପିଓ

Wed Jan 25 , 2023
ୱାସିଂଟନ୍‌: ବାଲାକୋଟ୍‌ ଷ୍ଟ୍ରାଇକ୍‌ ପରେ ପାକିସ୍ତାନ ଆଣବିକ ଆକ୍ରମଣ ପାଇଁ ପ୍ରସ୍ତୁତି କରୁଥିବା କଥା ଭାରତ ମତେ ସୂଚନା ଦେଇଥିଲା ବୋଲି ଆମେରିକାର ପୂର୍ବତନ ବୈଦେଶିକ ସଚିବ ମାଇକ୍‌ ପମ୍ପିଓ ଦାବି କରିଛନ୍ତି। ସେ କହିଛନ୍ତି, ୨୦୧୯ ଫେବ୍ରୁଆରି ବାଲାକୋଟ୍ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ପରେ ପାକିସ୍ତାନ ଆଣବିକ ଆକ୍ରମଣ ପାଇଁ ପ୍ରସ୍ତୁତି କରୁଥିବା କଥା ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ମତେ ଫୋନ୍‌ କରି ଜଣାଇଥିଲେ। ଏହାର ମୁକାବିଲା […]
ପୂର୍ବତନ ବୈଦେଶିକ ସଚିବ ମାଇକ୍‌ ପମ୍ପିଓ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial