ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ: ଭୁବନେଶ୍ୱରକୁ ଏୟାରଲିଫ୍ଟ କରାଯାଉଥିବାର ସୂଚନା

ପ୍ରତାପ ଜେନା ପୁଣି ଅସୁସ୍ଥ

ଫୁଲବାଣୀ: ପଞ୍ଚାୟତିରାଜ, ନଗର ଉନ୍ନୟନ ତଥା ଆଇନମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ ଥିବାର ସୂଚନା ରହିଛି। ତିନିଦିନିଆ କନ୍ଧମାଳ ଗସ୍ତରେ ଥିବା ମନ୍ତ୍ରୀ ପ୍ରତାପ ଜେନା ଫୁଲବାଣୀ ସର୍କିଟ ହାଉସରେ ଥିବା ବେଳେ ଅସୁସ୍ଥ ହୋଇଛନ୍ତି। ଦେହରେ ଜ୍ୱର ସହ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା ନେଇ ସୂଚନା ମିଳିଛି। ମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ଡାକ୍ତରୀ ଟିମ୍ ନଜର ରଖିଛି। ଉତ୍ତମ ଚିକିତ୍ସା ପାଇଁ ଆଜି ମନ୍ତ୍ରୀଙ୍କୁ ଭୁବନେଶ୍ୱର ଏୟାରଲିଫ୍ଟ କରାଯାଇପାରେ ବୋଲି ଖବର ଆସୁଛି। ଭୁବନେଶ୍ୱରରୁ ଏୟାର ଆମ୍ବୁଲାନ୍ସ ଫୁଲବାଣୀ ଯାଉଥିବା ସୂଚନା ମିଳିଛି। ଉଭୟ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଗସ୍ତରେ ଥିଲେ ମନ୍ତ୍ରୀ ପ୍ରତାପ ଜେନା। ଶେଷ ଦିନର ତାଙ୍କର ସବୁ କାର୍ଯ୍ୟକ୍ରମ ବାତିଲ ହୋଇଥିବା ଜଣାଯାଇଛି। ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ମଧ୍ୟ ପ୍ରତାପ ଜେନା ଅସୁସ୍ଥ ହୋଇଥିଲେ। ସେତେବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ବରର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ତାଙ୍କର ଛାତିରେ ଦୁଇଟି ବ୍ଲକେଜ ଥିବା ଜଣାପଡ଼ିଲା। ଏହାପରେ ଅସ୍ତ୍ରୋପଚାର କରି ଦୁଇଟି ଷ୍ଟେଣ୍ଟ ଲଗାଯାଇଥିଲା।

Share Now:

Kalinga News Beuro

Next Post

ଗାଧୋଇବା ବେଳେ ପାଣିରେ ବୁଡି ଦୁଇ ହାଇସ୍କୁଲ ଛାତ୍ର ମୃତ

Sun Oct 31 , 2021
ହାଟଡ଼ିହି: କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ପନ୍ଦାଡ଼ ଗାଁ ନିକଟରେ ଥିବା ବିଦ୍ୟାଧରପୁର-ଆନନ୍ଦପୁର ମୁଖ୍ୟ କେନାଲରେ ଗାଧୋଉଥିବା ସମୟରେ ଅସାବଧାନତା ବଶତଃ ଭାସିଯାଇ ଦୁଇ ଛାତ୍ରଙ୍କର ମୃତ୍ୟୁ ହୋଇଛି। ହିମାଂଶୁଙ୍କ ମୃତଦେହକୁ ୧ଘଣ୍ଟା ମଧ୍ୟରେ ଉଦ୍ଧାର କରାଯାଇଥିବା ବେଳେ ୩ଘଣ୍ଟା ପରେ ମାନସଙ୍କୁ ଉଦ୍ଧାର କରାଯାଇ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ନିଆଯାଇଥିଲା। ମାନସଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପନ୍ଦାଡ଼ ଗାଁର ପଦ୍ମନାଭ ଦାସଙ୍କ ପୁଅ ୧୦ମ ଶ୍ରେଣୀର ଛାତ୍ର […]
ପାଣିରେ ବୁଡି ଦୁଇ ହାଇସ୍କୁଲ ଛାତ୍ର ମୃତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial