ଆତଙ୍କବାଦୀଙ୍କ ଉପରେ କଠୋର ହେବ ଭାରତ: ପରିବାରକୁ ଦିଆଯିବ ନାହିଁ ଶବ

ଶ୍ରୀନଗର: ଆତଙ୍କବାଦୀଙ୍କ ଉପରେ ଆହୁରି କଠୋର ହେବ ଭାରତ। ଏଣିକି ଯବାନଙ୍କ ଅପରେସନରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ଶବକୁ ସେମାନଙ୍କ ପରିବାରକୁ ଦିଆଯିବ ନାହିଁ। ସେମାନଙ୍କ ଶବକୁ ଏକ ଅଜଣା ଜାଗାରେ ପୋତି ଦିଆଯିବ। ଖୁବ୍‌ଶୀଘ୍ର ଶବ ଫେରସ୍ତର ଏହି ପରମ୍ପରାକୁ ବନ୍ଦ କରିବା ପାଇଁ ବିଚାର କରାଯାଉଛି। ସ୍ଥାନୀୟ ଯୁବବର୍ଗ ଆତଙ୍କବାଦୀ ସଙ୍ଗଠନରେ ସାମିଲ୍‌ ହେଉଥିବା ଧାରାକୁ ରୋକିବା ପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶୁଣିବାକୁ ମିଳୁଛି।

ଖବର ଅନୁସାରେ ଲସ୍କର ଓ ହିଜ୍‌ବୁଲ୍‌ ଆତଙ୍କବାଦୀ ସଙ୍ଗଠନର କୌଣସି ଟପ୍‌ କମାଣ୍ଡର ସେନା ଅପରେସନରେ ନିହତ ହେଲେ ସେମାନଙ୍କ ଶବ ଶୋଭାଯାତ୍ରାରେ ବହୁ ସଂଖ୍ୟାର ସ୍ଥାନୀୟ ଯୁବକ ସାମିଲ୍‌ ହେଉଛନ୍ତି। ଫଳରେ ଆତଙ୍କବାଦୀ କମାଣ୍ଡରମାନେ ସେମାନଙ୍କ ବ୍ରେନ୍‌ ୱାସ୍‌ କରି ବିଭିନ୍ନ ଆତଙ୍କବାଦୀ ସଙ୍ଗଠନରେ ସାମିଲ୍‌ କରାଉଛନ୍ତି।ଖାଲି ସେତିକି ନୁହେଁ, ହ୍ୱାଟ୍‌ସଆପ୍‌ରେ ବି ମୃତ କମାଣ୍ଡର ଫଟୋ ଦେଇ ଯୁବବର୍ଗଙ୍କୁ ଉସ୍‌କା ଯାଉଛି। ନିକଟରେ ଗୁଇନ୍ଦା ବିଭାଗ ଭାରତ ସରକାରଙ୍କୁ ଏସମ୍ପର୍କିତ ଏକ ରିପୋର୍ଟ ପ୍ରଦାନ କରିଥିଲେ।

ଯଦି ଆତଙ୍କବାଦୀ ସଙ୍ଗଠନରେ ଯୁବବର୍ଗ ସାମିଲ୍‌ ହେଉଥିବା ତାଲିକା ଉପରେ ନଜର ପକାଯାଏ, ତେବେ ୨୦୧୮ରେ ବିଭିନ୍ନ ଆତଙ୍କବାଦୀ ସଙ୍ଗଠନରେ ୮୦ ଜଣ ଯୁବକ ସାମିଲ୍‌ ହୋଇଛନ୍ତି। ସେହିଭଳି ୨୦୧୭ରେ ଜାମ୍ମୁ-କାଶ୍ମୀରରେ ମୋଟ ୧୨୬ ଜଣ ଯୁବକ ଆତଙ୍କବାଦୀ ସଙ୍ଗଠନରେ ସାମିଲ୍‌ ହୋଇଥିଲେ। ବର୍ତ୍ତମାନର ତଥ୍ୟାନୁସାରେ ୨୦୧୦ ମସିହାଠାରୁ ଯୁବବର୍ଗ ଅଧିକ ମାତ୍ରାରେ ଆତଙ୍କବାଦୀ ସଙ୍ଗଠନରେ ସାମିଲ୍‌ ହେଉଥିବା ଜଣାପଡ଼ିଛି।

Share Now:

Kalinga News Beuro

Leave a Reply

Next Post

ସମବାୟ କତା ନିଗମ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ : ଘୋଷଯାତ୍ରା ପାଇଁ ଦଉଡ଼ି ମିଳିବନି!

Sat Jun 23 , 2018
ଭୁବନେଶ୍ୱର : ଆଉ ୨୦ ଦିନ ପରେ ମହାପ୍ରଭୁଙ୍କ ଘୋଷଯାତ୍ରା। ରଥ ତିଆରି କାମ ଅଧା ସରିଗଲାଣି। କିନ୍ତୁ ଏପର୍ଯ୍ୟନ୍ତ ରଥ ଟାଣିବା ପାଇଁ ଦଉଡ଼ି ତିଆରି ହୋଇପାରିନି। ତିନି ରଥ ପାଇଁ କତାରେ ତିଆରି ୧୪ଟି ଦଉଡ଼ି ଆବଶ୍ୟକ। ହେଲେ ତିଆରି ହୋଇଛି ମାତ୍ର ୫ଟି। ଆହୁରି ୯ଟି ଦଉଡ଼ି ସମେତ କଡର୍ନରେ ବ୍ୟବହୃତ ୧୨ଟି ଦଉଡ଼ି ତିଆରି ହୋଇନାହିଁ। ଘୋଷଯାତ୍ରା ମୁଣ୍ଡ ଉପରେ ଥିବା ବେଳେ ଓଡ଼ିଶା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial