କୋଟିଆ ମାମଲା: ଓଡ଼ିଶାର ଆବେଦନ ଉପରେ ଆନ୍ଧ୍ରକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

କୋଟିଆ ମାମଲା

ଆସନ୍ତା ଶୁକ୍ରବାର ଦିନ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ : ‘କୋଟିଆ’ରେ ଅନୁପ୍ରବେଶ ସଂକ୍ରାନ୍ତରେ ଆନ୍ଧ୍ର ସରକାରଙ୍କ ବିରୋଧରେ ଦାଖଲ କରାଯାଇଥିବା ଅଦାଲତ ଅବମାନନା ମାମଲାର ତ୍ବରିତ ଶୁଣାଣି କରି ସୁପ୍ରିମକୋର୍ଟ ପ୍ରତିପକ୍ଷ ଆନ୍ଧ୍ର ପ୍ରଦେଶକୁ ନୋଟିସ୍ ଜାରି କରିଛନ୍ତି। ଆସନ୍ତା ଶୁକ୍ରବାର ଦିନ ଏନେଇ ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାଯାଇଛି। ଜଷ୍ଟିସ୍ ଏ ଏନ୍ ଖାନଵଲିକର ଓ ଜଷ୍ଟିସ୍ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିଛନ୍ତି। ସୂଚନାଯୋଗ୍ୟ, ଏହି ମାମଲାର ତ୍ବରିତ ଶୁଣାଣି କରିବା ପାଇଁ ଓଡ଼ିଶା ପକ୍ଷରୁ ଏହି ମାମଲାରେ ନିୟୋଜିତ ବରିଷ୍ଠ ଆଇନଜୀବୀ ବିକାଶ ସିଂହ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍ଏ ବୋବଡେ, ଜଷ୍ଟିସ୍ ଏ.ଏସ୍.ବୋପାନ୍ନା ଓ ଜଷ୍ଟିସ ଭି. ରମା ସୁବ୍ରମନ୍ୟନଙ୍କ ଖଣ୍ଡପୀଠରେ ନିବେଦନ କରିଥିଲେ। ଶ୍ରୀ ସିଂହ ଯୁକ୍ତି ଉପସ୍ଥାପନ କରି କହିଥିଲେ, କୋଟିଆ ମାମଲାରେ ସ୍ଥିତାବସ୍ଥା ବଜାୟ ରଖିବାକୁ ସର୍ବୋଚ୍ଚ ନ୍ୟାୟ୍ୟାଳୟ ୨୦୦୬ରେ ନିର୍ଦ୍ଦେଶ ଦେଇଥିଲେ। ଆନ୍ଧ୍ର ସରକାର ଏହାକୁ ପାଳନ କରିନାହାନ୍ତି। ନିର୍ଦ୍ଦେଶକୁ ଉଲ୍ଲଂଘନ କରି ଆନ୍ଧ୍ର ସରକାର କୋଟିଆକୁ ନିଜର ସୀମାରେ ଦର୍ଶାଇ ପଞ୍ଚାୟତ ନିର୍ବାଚନ କରାଉଛି। ଆନ୍ଧ୍ରର ଏଭଳି ଏକତରଫା ଆଚରଣ ଦ୍ବାରା ଗୁରୁତର ସାମ୍ବିଧାନିକ ସଙ୍କଟ ସୃଷ୍ଟି ହୋଇଛି। ଅତଏବ ଏହି ଅଦାଲତ ଅବମାନନା ମାମଲାର ତ୍ବରିତ ଶୁଣାଣି କରାଯାଉ। ଖଣ୍ଡପୀଠ ଏହି ମାମଲାର ଶୁଣାଣି ପାଇଁ ରାଜି ହୋଇଥିଲେ। ବରିଷ୍ଠ ଆଇନଜୀବୀ ବିକାଶ ସିଂହଙ୍କୁ ମାମଲାର ପରିଚାଳନା ସମୟରେ ସହଯୋଗ କରିଥିଲେ ସୁପ୍ରିମ କୋର୍ଟର ଆଡଭୋକେଟ ଅନ୍ ରେକର୍ଡ ଶିବଶଙ୍କର ମିଶ୍ର।

Share Now:

Kalinga News Beuro

Next Post

ରାଜ୍ୟରେ ପୁଣି ୫୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ

Fri Feb 12 , 2021
ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୫୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୫ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୩ ଜଣ ସ୍ଥାନୀୟ ସଂକ୍ରମିତ। ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୪୨ରେ ପହଞ୍ଚିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୩୩ ହଜାର ୨୮୦ […]
୨୪ ଘଣ୍ଟା ମଧ୍ୟରେ ପୁଣି ୫୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial