ଆମେରିକାରୁ ୩୦ଟି ପ୍ରିଡେଟର ଡ୍ରୋନ କିଣିବ ଭାରତ

ଆମେରିକାରୁ ୩୦ଟି ପ୍ରିଡେଟର ଡ୍ରୋନ କିଣିବ ଭାରତ

ଆଜି ବସିବ ପ୍ରତିରକ୍ଷା ମନ୍ତ୍ରାଳୟର ଗୁରୁତ୍ବପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ : ଭାରତକୁ ଆସିପାରେ ଆମେରିକାର ମହାଶକ୍ତିଶାଳୀ ପ୍ରିଡେଟର ଡ୍ରୋନ। ପ୍ରାୟ ୨୧ ହଜାର କୋଟି ବିନିମୟରେ ମୋଟ ୩୦ଟି ପ୍ରିଡେଟର ଡ୍ରୋନ କ୍ରୟ ପାଇଁ ଆଜି ପ୍ରତିରକ୍ଷା ମନ୍ତ୍ରାଳୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ। ପ୍ରତିରକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ତିନିବାହିନୀର ବରିଷ୍ଠ ଅଧିକାରୀମାନେ ଯୋଗ ଦେବେ। ଏହି ବୈଠକରେ ପ୍ରସ୍ତାବକୁ ମଞ୍ଜୁରୀ ମିଳିଲେ ତାହାକୁ ପ୍ରତିରକ୍ଷା କ୍ରୟ ପରିଷଦ ଓ ତାପରେ କ୍ୟାବିନେଟ ମଞ୍ଜୁରୀ ପାଇଁ ପଠାଯିବ। ଭାରତ ନିଜର ତିନି ବାହିନୀ- ସ୍ଥଳସେନା, ବାୟୁ ଓ ନୌସେନା ପାଇଁ ଏସବୁ ଡ୍ରୋନ କିଣିବ। ଜୁନ ୨୦୧୭ରେ ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପଙ୍କ ସମୟରେ ଆମେରିକା ନିଜର ସାମରିକ ରପ୍ତାନି ନୀତିରେ ସଂଶୋଧନ କରି ଭାରତକୁ ଏହି ଡ୍ରୋନ ରପ୍ତାନି ପାଇଁ ପଥ ପରିଷ୍କାର କରିଥିଲା। ଯଦି ଭାରତ ଏହି ଡ୍ରୋନ କିଣେ, ଏହା ପାଇବାରେ ବିଶ୍ୱର ପ୍ରଥମ ଅଣ-ନ୍ୟାଟୋ ଦେଶ ହେବ। ଅବଶ୍ୟ ଭାରତୀୟ ନୌସେନା ଏବେ ପ୍ରିଡେଟର ଡ୍ରୋନର ନାଭାଲ ଭର୍ସନ ସି ଗାର୍ଡିଆନକୁ ଭଡ଼ାରେ ଆଣି ବ୍ୟବହାର କରୁଛି। ଏହି ଡ୍ରୋନ ହେଉଛି ବିଶ୍ୱର ସବୁଠୁ ଶକ୍ତିଶାଳୀ ଲଢୁଆ ଡ୍ରୋନ। ଏଗୁଡିକ ଦ୍ବାରା ବହୁ ଦୂର ପର୍ଯ୍ୟନ୍ତ ପ୍ରହରା ଦେଇହେବ। ଏଥିରୁ କ୍ଷେପଣାସ୍ତ୍ର ଓ ବୋମା ଖଞ୍ଜି ଆକ୍ରମଣ କରିହେବ। ଆଫଗାନିସ୍ତାନରେ ଆମେରିକା ବ୍ୟବହାର କରିଥିବା ଶକ୍ତିଶାଳୀ ହେଲଫାୟାର କ୍ଷେପଣାସ୍ତ୍ର ମଧ୍ୟ ଏଥିରେ ଖଞ୍ଜି ହେବ। ଏହି ଡ୍ରୋନ ପାଇଲେ ଭାରତର ଶକ୍ତି ବହୁଗୁଣିତ ହୋଇଯିବ। ଏପରିକି ସର୍ଜିକାଲ ଷ୍ଟ୍ରାଇକ କରିବାକୁ ଆଉ ପାକିସ୍ତାନ ସୀମା ଭିତରକୁ ଯିବାକୁ ପଡିବ ନାହିଁ। ଡ୍ରୋନ ପଠାଇ ଏହି କାମ କରିହେବ।

Share Now:

Kalinga News Beuro

Next Post

ତ୍ରିପୁରାରେ ଗିରଫ ହୋଇଥିବା ୨ ଓଡ଼ିଆ ସାମ୍ବାଦିକାଙ୍କୁ ମିଳିଲା ଜାମିନ

Mon Nov 15 , 2021
ନୂଆଦିଲ୍ଲୀ: ତ୍ରିପୁରାରରେ ଗିରଫ ଦୁଇ ସାମ୍ବାଦିକଙ୍କୁ ଜାମିନ ମିଳିଛି। ସାଂପ୍ରଦାୟିକ ଉତ୍ତେଜନା ସଂପର୍କିତ ଖବର ସଂଗ୍ରହ କରିବାକୁ ଯାଇଥିବାବେଳେ ଦୁଇ ସାମ୍ବାଦିକଙ୍କୁ ପୁଲିସ ଗିରଫ କରିଥିଲା। ଏମାନେ ହେଲେ ଝାରସୁଗୁଡାର ସାମ୍ବାଦିକା ସମ୍ରିଦ୍ଧି କେ. ସକୁନିଆ ଏବଂ ଅନ୍ୟଜଣେ ସାମ୍ବାଦିକା ସ୍ବର୍ଣ୍ଣ ଝା। ତେବେ ସାଂପ୍ରଦାୟିକ ହିଂସା ବେଳେ ମସଜିଦ ଓ ମୁସଲମାନଙ୍କ ସମ୍ପତ୍ତି ନଷ୍ଟ ଭଳି କିଛି ଭିଡିଓ ଏମାନେ ଟ୍ୱିଟ କରିଥିବା ଅଭିଯୋଗ ରହିଛି। କୁହାଯାଉଛି ଯେ, […]
ଓଡ଼ିଆ ସାମ୍ବାଦିକାଙ୍କ ସମେତ ୨ ଜଣଙ୍କୁ ମିଳିଲା ଜାମିନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial