ଏକ ଅନନ୍ୟ ଉଦାହରଣ ହରେରାମ ପାଣ୍ଡେ

ଭଗବାନଙ୍କ ଉପହାର

‘ମୁଁ ଭଗବାନଙ୍କ ଏହି ଉପହାରଗୁଡ଼ିକୁ ରାସ୍ତାପାର୍ଶ୍ବ,ରେଳଧାରଣା ଓ ବୁଦାରୁ ପାଇଛି’- ହରେରାମ

ନୂଆଦିଲ୍ଲୀ: ହରେ ରାମ ପା‌ଣ୍ଡେ ଝାଡ଼ଖଣ୍ଡର ଦେବଘର‌ରେ ବସବାସ କରନ୍ତି। ହରେ ରାମ ତାଙ୍କ ଜୀବନକୁ ୩୫ଜଣ କନ୍ୟାଙ୍କୁ ପାଳିପୋଷି ବଡ଼ କରିବା ସହିତ ସେମାନଙ୍କୁ ଶିକ୍ଷିତ କରିବା ପାଇଁ ସମର୍ପିତ କରି ଦେଇଛନ୍ତି। ୩୫ଜଣ ପିଲାଙ୍କୁ ହରେ ଝାଡ଼ଖଣ୍ଡର ବୁଦା, ଜଙ୍ଗଲ ଓ ଟ୍ରେନରୁ ପାଇ ନିଜ ପାଖରେ ରଖିଥିବା ଜଣାପଡ଼ିଛି। ହରେ ଦେବଘରରେ ନାରାୟଣ ସେବା ଆଶ୍ରମ ଚଲାଇ ଥାଆନ୍ତି। ନିକଟରେ ହରେ ରାମ ପାଣ୍ଡେ ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ସୋ’ କୌନ ବନେଗା କୋରଡପତି’ରେ ପହଞ୍ଚିଥିଲେ। ଏହି ସୋ’ରେ ହରେ ଯେତେବେଳେ ଏହି ପିଲାଙ୍କ କାହାଣୀ ଶୁଣାଇଥିଲେ ସେତେବେଳେ ଅମିତାଭଙ୍କ ଆଖି ଲୁହରେ ଭରି ଯାଇଥିଲା। ୨୦୦୪ ଡିସେମ୍ବର ୯ ତାରିଖରେ ହରେ ରାମ ପାଣ୍ଡେଙ୍କ ଜୀବନ ବଦଳି ଯାଇଥିଲା। ହରେ ୨୦୦୪ ଡିସେମ୍ବର ୯ ତାରିଖରେ ଜଙ୍ଗଲରେ ଏକ ନବଜାତ ଶିଶୁ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ହରେ ନବଜାତକୁ ଘଟଣାସ୍ଥଳରୁ ଉଦ୍ଧାର କରିବା ସମୟରେ ତାର ଅବସ୍ଥା ଶୋଚନୀୟ ହୋଇପଡ଼ି ଥିଲା।
ତେଣୁ ନବଜାତକୁ ହରେ ସଙ୍ଗେସଙ୍ଗେ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏହି ସମୟରେ ଶିଶୁର ନାଭି ଓ ପିଠିରେ ପିମ୍ପୁଡ଼ି ଲାଗି ଯାଇଥିଲା। ହସ୍ପିଟାଲରେ ନବଜାତ ୨୧ଦିନ ଧରି ଭର୍ତ୍ତି ରହିଥିଲା। ଏମିତି ଏକ ସମୟ ଆସିଥିଲା କି ନବଜାତ ଆଉ ବଞ୍ଚିବ ନାହିଁ ‌ବୋଲି ଡାକ୍ତରମାନେ ଆଶା ଛାଡ଼ି ଦେଇଥିଲେ। କିନ୍ତୁ ହରେ ରାମଙ୍କ ବିଶ୍ବାସ ଥିଲା କି ଉକ୍ତ ନବଜାତ ନିଶ୍ଚିୟ ବଞ୍ଚିବ। କାରଣ ତାଙ୍କର ବିଶ୍ବାସ ଥିଲା ଏ ଶିଶୁକୁ ଭଗବାନ ତାଙ୍କୁ ଉପହାର ସ୍ବରୂପରେ ଦେଇଛନ୍ତି। ଶେଷରେ ନବଜାତ ବଞ୍ଚିଲା ହରେ ତାର ନାମ ରଖିଥିଲେ ତାପସୀ। ତାପସୀ ଆଜି ୧୭ବର୍ଷ ବୟସରେ ପ୍ରଦାର୍ପଣ କରିଛି। ତାପସୀଙ୍କ ଭଳି ୩୫ଜଣ କନ୍ୟାଙ୍କୁ ହରେ ରାସ୍ତାଘାଟ, ବୁଦାରୁ ଉଦ୍ଧାର କରି ନିଜ ପାଖରେ ରଖି ମଣିଷ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଝାଡ଼ଖଣ୍ଡର ହରେ କନ୍ୟା ରକ୍ଷକ ଭାବେ ଜଣାଶୁଣା। ନିଜ ସ୍ତ୍ରୀ ଭବାନୀ କୁମାରଙ୍କ ସହିତ ହରେ ରାମ ପାଣ୍ଡେ ଆଶ୍ରମ ଚଲାଇଥାଆନ୍ତି।

Share Now:

Kalinga News Beuro

Next Post

ବଡ଼ବଡ଼ୁଆ ଡାକିବାକୁ ଆସିଥିଲେ ଚାଲିଗଲା ସ୍ତ୍ରୀଙ୍କ ଜୀବନ,ସ୍ବାମୀ ଗୁରୁତର

Mon Nov 13 , 2023
ଭୁବନେଶ୍ବର: ରାଜଧାନୀର ଲିଙ୍ଗରାଜ ସମୁଖ ଉତ୍ତର ଦ୍ୱାର ନିକଟରେ ଅଘଟଣ। ଗତକାଲି ବଡ଼ବଡ଼ୁଆ ଡାକିବାକୁ ଆସିଥିବା ଦମ୍ପତିଙ୍କ ଉପରେ କାର ଚଢ଼ିଯିବାରୁ ଘଟଣାସ୍ଥଳରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି। ସ୍ୱାମୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୃତ ମହିଳା ହେଲେ ହେଲେ ସୁଲୋଚନା ମହାନ୍ତି(୫୩)। କୁକୁଡ଼ାଖଣ୍ଡି ବ୍ଲକ ବାଳକୃଷ୍ଣପୁର ପ୍ରାଇମେରି ସ୍କୁଲ ଶିକ୍ଷକ ଥିଲେ। ସେ ବ୍ରହ୍ମପୁର ତୁଳସୀ ନଗର ତୃତୀୟ ଲେନରେ ରହନ୍ତି। ଗୁରୁତର ସ୍ୱାମୀ ଜୁରିନାଥ ବେବର୍ତ୍ତା। […]
ବଡ଼ବଡ଼ୁଆ ଡାକିବାକୁ ଆସି ଚାଲିଗଲା ଜୀବନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial