୯୦ତମ ବାୟୁସେନା ଦିବସରେ କର୍ମଚାରୀଙ୍କ ପାଇଁ ନୂଆ ପ୍ରକାରର ୟୁନିଫର୍ମ

୯୦ତମ ବାୟୁସେନା ଦିବସ

ଚଣ୍ଡୀଗଡ଼: ଆଜି ୯୦ତମ ବାୟୁସେନା ଦିବସରେ ଭାରତୀୟ ବାୟୁସେନା ତା’ର କର୍ମଚାରୀଙ୍କ ପାଇଁ ନୂଆ ଧରଣର ‘କମ୍ବାଟ୍‌ ୟୁନିଫର୍ମ’ ପ୍ରଚଳନ କରିଛି। ‘ଡିଜିଟାଲ୍‌ କେମୋଫ୍ଲଜ୍‌ ୟୁନିଫର୍ମ’ କୁହାଯାଉଥିବା ଏହି ୟୁନିଫର୍ମର ‘ଫାଷ୍ଟ୍‌ ଲୁକ୍‌’କୁ ଏୟାର୍‌ ଚିଫ୍‌ ମାର୍ସାଲ୍‌ ବିବେକ ରାମ ଚୌଧରୀ ଉନ୍ମୋଚନ କରିଥିଲେ। ସୂଚନାଯୋଗ୍ୟ, ଚଳିତ ଥର ପ୍ରଥମ କରି ଦିଲ୍ଲୀ ବାହାରେ ବାୟୁସେନା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ପ୍ରାରମ୍ଭରେ ଭାରତୀୟ ସେନା ମଧ୍ୟ ତା’ର ଯବାନମାନଙ୍କ ପାଇଁ ‘ଡିଜିଟାଲ୍‌ କେମୋଫ୍ଲଜ୍‌ ୟୁନିଫର୍ମ’ ପ୍ରଚଳନ କରିଥିଲା। ଏହି ନୂଆ ୟୁନିଫର୍ମ ପୂର୍ବ ୟୁନିଫର୍ମଠାରୁ ଭିନ୍ନ। ଏଥିରେ ପୁରଣା ‘ଅର୍ଗାନିକ୍‌ ପ୍ୟାଟର୍ଣ୍ଣ’ ପରିବର୍ତ୍ତେ ‘ପିକ୍ସେଲେଟେଡ୍‌ ଡିଜାଇନ୍‌’ କରାଯାଇଛି। ବିଶ୍ବର ସବୁ ଲଢୁଆ ବଳ ଏବଂ ସେନା ‘ଡିଜିଟାଲ୍‌ କେମୋଫ୍ଲଜ୍‌ ୟୁନିଫର୍ମ’ ପିନ୍ଧିଲେଣି।
ସୂଚନାଯୋଗ୍ୟ, ଇଂଲଣ୍ଡ୍‌ର ‘ରୟାଲ୍‌ ଏୟାର୍‌ ଫୋର୍ସ’ର ସହକାରୀ ବଳ ଭାବେ ୧୯୩୨ ମସିହାରେ ଔପଚାରିକ ଭାବେ ‘ଆଇଏଫ୍‌’ ଆରମ୍ଭ କରାଯାଇଥିଲା। ଭାରତୀୟ ବାୟୁସେନା ମୁଖ୍ୟ ଏବଂ ଅନ୍ୟାନ୍ୟ ଉଚ୍ଚସ୍ତରୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ଏହି ଦିନକୁ ପାଳନ କରାଯାଏ। ଜଣେ ବାୟୁସେନା ଅଧିକାରୀ କହିଛନ୍ତି, ଆମେ ଆଗରୁ ‘କମ୍ବାଟ୍‌ ୟୁନିଫର୍ମ’ ପିନ୍ଧି ସାରିଛୁ। କିନ୍ତୁ, ତା’ର ପ୍ୟାଟର୍ଣ୍ଣ ପରିବର୍ତ୍ତନ ହୋଇଯାଇଛି। ଏବେ ତାହାକୁ ‘ଡିଜିଟାଲ୍‌ କେମୋଫ୍ଲଜ୍‌ ୟୁନିଫର୍ମ’ କହୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଆଜିର ‘ଫ୍ଲାଇପାଷ୍ଟ୍‌’ରେ ପ୍ରାୟ ୮୦ଟି ହେଲିକପ୍ଟର୍‌ ଏବଂ ପରିବହନକାରୀ ବିମାନ ଅଂଶ ଗ୍ରହଣ କରୁଛନ୍ତି। ଚଣ୍ଡୀଗଡ଼ର ସୁଖନା ହ୍ରଦ ଉପରେ ‘ଫ୍ଲାଇପାଷ୍ଟ୍‌’ ପ୍ରଦର୍ଶନ ଚାଲିଛି। ନିକଟରେ ବାୟୁସେନାରେ ସାମିଲ‌ ହୋଇଥିବା ହାଲୁକା ଲଢୁଆ ହେଲିକପ୍ଟର୍‌ ‘ପ୍ରଚଣ୍ଡ’ ବି ଏହି ‘ଫ୍ଲାଇପାଷ୍ଟ୍‌’ରେ ଅଂଶ ଗ୍ରହଣ କରିଛି।

Share Now:

Kalinga News Beuro

Next Post

ଧରାପଡିଲା ପାକିସ୍ତାନୀ ବୋଟ : ଜବତ ହେଲା ୩୫୦ କୋଟି ଟଙ୍କାର ହେରୋଇନ

Sat Oct 8 , 2022
ଅହମ୍ମଦାବାଦ: ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) ଏବଂ ଗୁଜୁରାଟ ଆତଙ୍କବାଦ ବିରୋଧୀ ସ୍କ୍ୱାର୍ଡ (ଏଟିଏସ) ଶନିବାର ଆରବ ସାଗରରେ ଥିବା ଆନ୍ତର୍ଜାତୀୟ ସାମୁଦ୍ରିକ ସୀମା ରେଖା (ଆଇଏମବିଏଲ) ନିକଟରେ ଅଲ ସାକର ନାମକ ଏକ ପାକିସ୍ତାନୀ ବୋଟକୁ ଜବତ କରିଛି। ଏଟିଏସ୍ ଏବଂ ଆଇସିଜି ଏହି ଡଙ୍ଗାରୁ ୩୫୦ କୋଟି ଟଙ୍କା ମୂଲ୍ୟର ୫୦ କିଲୋଗ୍ରାମ ହେରୋଇନ୍ ଜବତ କରିବା ସହ ୬ ଜଣ ସଦସ୍ୟଙ୍କୁ ଗିରଫ କରିଥିଲେ। ଏହି […]
ଗୁଜୁରାଟରୁ ଧରାପଡିଲା ପାକିସ୍ତାନୀ ବୋଟ

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial