କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ୨୧ରେ ଶପଥ ନେବେ କୁମାରସ୍ୱାମୀ!

ବେଙ୍ଗାଲୁରୁ : ବିଜେପି ନେତା ବି.ଏସ୍‌.ୟେଦୁରପ୍ପାଙ୍କର ଇସ୍ତଫା ପରେ ଜେଡ଼ିଏସ୍‌ ନେତା ଏଚ୍‌.ଡ଼ି.କୁମାରସ୍ୱାମୀଙ୍କୁ ସରକାର ଗଢ଼ିବା ଲାଗି କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ରୁଦ୍ରଭାଇ ବାଲା ଆମନ୍ତ୍ରଣ ଜଣାଇଛନ୍ତି। ଶନିବାର କୁମାରସ୍ୱାମୀ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଥିବା ବେଳେ ଏନେଇ ଗଣମାଧ୍ୟମକୁ ଜଣାଇଛନ୍ତି କୁମାରସ୍ୱାମୀ। ଆସନ୍ତା ସୋମବାର ଦିନ ମଧ୍ୟାହ୍ନ ୧୨ଟାରୁ ୧ଟା ମଧ୍ୟରେ ବେଙ୍ଗାଲୁରୁର କ୍ରାନ୍ତିରଭା ଷ୍ଟାଡ଼ିୟମ୍‌ରେ କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ଜଣା ପଡ଼ିଛି। ଏହି ଅବସରରେ ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ଲାଗି ସେ ସୋନିଆ ଓ ରାହୁଲ୍‌ଙ୍କୁ ନିମନ୍ତ୍ରଣ କରିଥିବା ସୂଚନା ମିଳିଛି ।

 

ଉଲ୍ଲଖଯୋଗ୍ୟ କି, ଏଚ୍‌.ଡ଼ି .କୁମାରସ୍ୱାମୀଙ୍କୁ ୧୫ ଦିନ ମଧ୍ୟରେ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଲାଗି ରାଜ୍ୟପାଳ କହିଛନ୍ତି।

Share Now:

Kalinga News Beuro

Leave a Reply

Next Post

୨୩ରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କୁମାରସ୍ୱାମୀ

Sun May 20 , 2018
ମନ୍ତ୍ରିମଣ୍ଡଳ ଗଠନ ପାଇଁ କସରତ୍‌ ଆରମ୍ଭ:ମନ୍ତ୍ରିମଣ୍ଡଳରେ ରହିବେ ୩୩ ମନ୍ତ୍ରୀ; କଂଗ୍ରେସର ଉପମୁଖ୍ୟମନ୍ତ୍ରୀ ସମେତ ୨୦ ମନ୍ତ୍ରୀ, ଜେଡିଏସର ୧୩ ମନ୍ତ୍ରୀ ବେଙ୍ଗାଲୁରୁ: କର୍ଣ୍ଣାଟକରେ ମାତ୍ର ଅଢ଼େଇ ଦିନରେ ୟେଦୁରପ୍ପା ସରକାରର ପତନ ହୋଇଛି। ୟେଦୁରାପ୍ପାଙ୍କ ଇସ୍ତଫା ପରେ ରାଜ୍ୟରେ ଜେଡିଏସ୍‌ ଓ କଂଗ୍ରେସର ମିଳିତ ସରକାର ଗଠନ ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଜେଡିଏସ୍‌ ଓ କଂଗ୍ରେସର ମିଳିତ ସରକାରରେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବାକୁ ଯାଉଥିବା ଜେଡିଏସ୍‌ର ନେତା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial