ଅନୁପ୍ରବେଶ ଉଦ୍ୟମକୁ ରୋକିଲା ଭାରତୀୟ ସେନା : କଶ୍ମୀରର ଭିମ୍ବର ଗଲିରେ ପାକିସ୍ତାନୀ ଆତଙ୍କବାଦୀ ନିହତ

ପାକିସ୍ତାନୀ ଆତଙ୍କବାଦୀ ନିହତ

ଜମ୍ମୁ: ଗରୁବାର ରାତିରେ ପୁଞ୍ଚ୍‌ ଅନ୍ତର୍ଗତ ଭିମ୍ବର ଗଲି ଅଞ୍ଚଳରେ ଥିବା ବାସ୍ତବ ନିୟନ୍ତ୍ରଣ ରେଖାରେ ଅନୁପ୍ରବେଶ ଉଦ୍ୟମ ଭଣ୍ଡୁର କରିବା ବେଳେ ଭାରତୀୟ ସେନାର ଯବାନମାନେ ଜଣେ ଆତଙ୍କବାଦୀକୁ ହତ୍ୟା କରିଛନ୍ତି। ଆତଙ୍କବାଦୀମାନେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଖବର ପାଇବାକ୍ଷଣି ସେନାବାହିନୀର ଯବାନମାନେ ଅନୁପ୍ରବେଶ ଉଦ୍ୟମ ଭଣ୍ଡୁର କରିବା ସହ ଉକ୍ତ ଆତଙ୍କବାଦୀକୁ ନିପାତ କରିଥିଲେ। ଘଟଣାସ୍ଥଳରୁ ନିହତ ଆତଙ୍କବାଦୀର ଶବ ଏବଂ ତା’ ପାଖରେ ଥିବା ଅସ୍ତ୍ରଶସ୍ତ୍ର ଏବଂ ଆଗ୍ନେୟାସ୍ତ୍ର ଉଦ୍ଧାର କରାଯାଇଛି। ଏବେ ମଧ୍ୟ ସେଠାରେ ଅଭିଯାନ ଚାଲୁ ରହିଛି। ଜମ୍ମୁ ଲୋକସମ୍ପର୍କ ଅଧିକାରୀ କହିଛନ୍ତି, ୨୦୨୧ ନଭେମ୍ବର ୨୫ ତାରିଖ ରାତିରେ ଭିମ୍ବର ଗଲି ସେକ୍ଟର୍‌ ଅନ୍ତର୍ଗତ ବାସ୍ତବ ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନୀ ଆତଙ୍କବାଦୀମାନେ ଅନୁପ୍ରବେଶ ଉଦ୍ୟମ କରିଥିଲେ। ସଜାଗ ଥିବା ଭାରତୀୟ ସେନା ସଫଳତାର ସହ ଅନୁପ୍ରବେଶ ଉଦ୍ୟମ ଭଣ୍ଡୁର କରିବା ସହ ଜଣେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି।

Share Now:

Kalinga News Beuro

Next Post

ଚାକିରି ଦେବା ନାଁରେ ଯୁବତୀଙ୍କୁ ଦୁଷ୍କର୍ମ ମାମଲା: ଏଜି ଅଫିସ ଅଡିଟର୍‌ଙ୍କୁ ୧୦ ବର୍ଷ ଜେଲ୍‌

Fri Nov 26 , 2021
ଭୁବନେଶ୍ୱର : ଚାକିରି ପ୍ରଲୋଭନରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ମାମଲାର ବିଚାର କରି ଭୁବନେଶ୍ବର ଅତିରିକ୍ତ ଜିଲ୍ଲା ଦୌରାଜଜ୍-୪ ମିନାକ୍ଷୀ ଦାସ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ ଏଜି ଅଫିସର ବରିଷ୍ଠ ଅଡିଟର ସୌମେନ୍ଦ୍ର ନାରାୟଣ ଦାସ ଓରଫ୍ ଟୁଟୁଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହିତ ୩୦ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦାୟ ଅଧିକ ବର୍ଷେ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ […]
ଚାକିରି ଦେବା ନାଁରେ ଯୁବତୀଙ୍କୁ ଦୁଷ୍କର୍ମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial