ରାହୁଲଙ୍କ ଭିଡିଓ ସୁଟ୍‌କୁ ଲଜ୍ଜାଜନକ ବୋଲି କହି ନିନ୍ଦା କଲେ ରାଜ୍ୟସଭା ଅଧ୍ୟକ୍ଷ ଧନକର୍‌

ନୂଆଦିଲ୍ଳୀ: ମଙ୍ଗଳବାର ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀଙ୍କୁ ନିନ୍ଦା କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର୍‌। ଟିଏମ୍‌ସି ସାଂସଦ ସଂସଦ ବାହାରେ ତାଙ୍କର ମିମିକ୍ରି କରୁଥିବା କାରଣକୁ ନେଇ ସେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। କେବଳ କଲ୍ୟାଣ ବାନାର୍ଜୀ ନୁହଁନ୍ତି, ରାହୁଲ ଗାନ୍ଧୀଙ୍କ ଉପରେ ବି ସେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ସାଂସଦ ମିମିକ୍ରି କରୁଥିବା ବେଳେ ତାହାକୁ ଭିଡିଓ ସୁଟ୍‌ କରୁଥିଲେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ। ସାଂସଦ କଲ୍ୟାଣ ବାନାର୍ଜୀ ମିମିକ୍ରି କରିବା ବେଳେ ସେଠାରେ ଉପସ୍ଥିତ ଥିବା ଅନ୍ୟ ସାଂସଦମାନେ ହସୁଥିଲେ। ତାହାକୁ ମୋବାଇଲ୍‌ରେ ସୁଟ୍‌ କରୁଥିଲେ ରାହୁଲ ଗାନ୍ଧୀ। ଯାହାକି ଧନକରଙ୍କୁ ଖୁବ୍‌ ଖରାପ ଲାଗିଛି।
ଏହି ଘଟଣାରେ ଧନକର୍‌ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ ‘ଲଜ୍ଜାଜନକ, ହାସ୍ୟାସ୍ପଦ, ଆଦୌ ଗ୍ରହଣୀୟ ନୁହେଁ। ଜଣେ ସାଂସଦ ମିମିକ୍ରି କରି ଉପହାସ କରୁଛନ୍ତି ଏବଂ ଦ୍ୱିତୀୟ ସାଂସଦ ସେହି ଘଟଣାର ଭିଡିଓଗ୍ରାଫି କରୁଛନ୍ତି!’’ ଉଲ୍ଲେଖଯୋଗ୍ୟ, ସଂସଦର ଚାଲିଥିବା ଶୀତକାଳୀନ ଅଧିବେଶନ ପାଇଁ ୯୨ ଜଣ ସାଂସଦଙ୍କ ନିଲମ୍ବନକୁ ନେଇ ବିରୋଧ ମଧ୍ୟରେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ସଂସଦ ପରିସରରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖରଙ୍କ ମିମିକ୍ରି କରୁଥିବାର ନଜର ଆସିଥିଲେ। ତାହାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ମୋବାଇଲ୍‌ ଧରି ସୁଟିଂ କରିଥିଲେ। ଏହି ଘଟଣା ଉପରେ ଧନକର ନିଜର ପ୍ରତିକ୍ରିୟା ରଖିବା ପରେ ରାହୁଲଙ୍କୁ ଭଗବାନ କିଛି ଭଲ ଜ୍ଞାନ ଦିଅନ୍ତୁ ବୋଲି କହିଛନ୍ତି।

Share Now:

Kalinga News Beuro

Next Post

ରାଉରକେଲାରେ ସୁଧୁରିନି ସ୍ଥିତି : ଡାଇରିଆରେ ପୁଣି ଜଣଙ୍କର ମୃତ୍ୟୁ, ମୃତକଙ୍କ ସଂଖ୍ୟା ୧୦ରେ ପହଞ୍ଚିଲା

Tue Dec 19 , 2023
ରାଉରକେଲା: ରାଉରକେଲାରେ ଏବେ ବି ସ୍ଥିତିରେ ବିଶେଷ ପରିବର୍ତ୍ତନ ଘଟିନି। ଇସ୍ପାତ ସହରରେ ଏବେବି ଜାରି ରହିଛି ଝାଡ଼ାବାନ୍ତି ଆତଙ୍କ। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଆଉ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ବନ୍ଧମୁଣ୍ଡା ତିଲକନଗରର ଅଞ୍ଜଳି ଶୁଣ୍ଢି (୮)। ଏବେ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚଛି। ଏଣେ ଆରଜିଏଚରେ ଡାଇରିଆରେ ଭର୍ତ୍ତି ହେଲେଣି ୩୯୭ ରୋଗୀ। ଆଜି ୨୩ ଶିଶୁଙ୍କ ସମେତ ୧୪୯ ଜଣ ରୋଗୀ ଚିକିତ୍ସିତ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial