ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇ ଗିରଫ ହେଲେ ପାଦ୍ରୀ

ନାବାଳିକାଙ୍କୁ ଯୌନ ନିର୍ଯାତନା

ଚେନ୍ନାଇ: ଜନୈକା ନାବାଳିକାଙ୍କୁ ଦୀର୍ଘ ୫ ବର୍ଷ ଧରି ଯୌନ ନିର୍ଯାତନା ଦେବା ଅଭିଯୋଗରେ ତାମିଲନାଡୁର ଜଣେ ପାଦ୍ରୀଙ୍କୁ ପୋକ୍ସୋ ଆକ୍ଟ ଅନୁଯାୟୀ ଗିରଫ କରାଯାଇଛି। ତାମିଲନାଡୁର ଏକ ଗାଁର ଜଣେ ୪୦ ବର୍ଷୀୟ ପାଦ୍ରୀଙ୍କୁ ୧୫ ବର୍ଷୀୟା ଜନୈକା ନାବାଳିକାଙ୍କୁ ଦୀର୍ଘ ୫ ବର୍ଷ ଧରି ଯୌନ ନିର୍ଯାତନା ଦେଉଥିବା ଅପରାଧରେ ଯୌନ ଅପରାଧରୁ ଶିଶୁ ସୁରକ୍ଷା ଆଇନ (ପୋକ୍ସୋ) ଅଧୀନରେ ଗିରଫ କରାଯାଇଛି। ହସ୍ତଗତ ରିପୋର୍ଟରୁ ପ୍ରକାଶ, ପୀଡ଼ିତା ନାବାଳିକା ଜଣକ କାଦମ୍ବୁର ମହିଳା ଥାନାରେ ଅଭିଯୋଗ କରିଥିଲେ ଯେ ପାଦ୍ରୀ (ପାଷ୍ଟର) ବିନୋଥ ଜୋସୁଆ ୨୦୧୮ରୁ ପୀଡ଼ିତା ୧୫ ବର୍ଷୀୟା ନାବାଳିକା ଥିବାବେଳେ ତାଙ୍କୁ ଯୌନ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ପୁଲିସ କହିଛି ଯେ ଅଭିଯୁକ୍ତ ଭେଲୋରର ବିନୋଥ ଜୋସୁଆ କିଜାକୋଟ୍ଟାଇ ଗ୍ରାମର ଅସିରବଧା ସଗୋଧରା ସଭାଇ ପେଣ୍ଟିକୋଷ୍ଟାଲ ଚର୍ଚ୍ଚରେ ପାଦ୍ରୀ ଭାବରେ କାର୍ଯ୍ୟ କରୁଥିଲେ।
ପୀଡ଼ିତା ଜଣକ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ସେ ଗତବର୍ଷ ବିବାହ କରିଥିଲେ ଏବଂ ୮ ମାସର ଗର୍ଭବତୀ ଥିଲେ ଏବଂ ନିକଟରେ ବିନୋଥ ଜୋସୁଆ ତାଙ୍କୁ ହ୍ଵାଟ୍‌ସଆପରେ ଯୋଗାଯୋଗ କରିଥିଲେ ଏବଂ ପୁଣି ଥରେ ହଇରାଣ କରିବା ଆରମ୍ଭ କରିଥିଲେ। ଅଭିଯୋଗ ମିଳିବା ପରେ କାଦମ୍ବର ପୁଲିସ ଘଟଣା ସଂପର୍କରେ ତଦନ୍ତ ଆରମ୍ଭ କରିଥିଲା ଯାହା ଆଧାରରେ ବିନୋଥ ଜୋସୁଆଙ୍କୁ ମଦୁରାଇର ମଟ୍ଟୁଥାଭାନୀ ବସ୍‌ ଷ୍ଟାଣ୍ଡ ନିକଟରୁ ଗିରଫ କରାଯାଇଥିଲା। କଦମ୍ବର ପୁଲିସ ବିନୋଥ ଜୋସୁଆଙ୍କ ବିରୋଧରେ ଯୌନ ଅପରାଧରୁ ଶିଶୁ ସୁରକ୍ଷା ଆଇନ (ପୋକ୍ସୋ) ଅଧୀନରେ ରୁଜୁ କରିଛି ଏବଂ ଘଟଣା ସଂପର୍କରେ ଅଧିକ ତଦନ୍ତ ଜାରି ରଖିଛି।

Share Now:

Kalinga News Beuro

Next Post

ପୁରୀ ରଥଯାତ୍ରା: ବଡ଼ଦାଣ୍ଡରେ ଗଡ଼ିଲା ତାଳଧ୍ୱଜ

Tue Jun 20 , 2023
ପ୍ରବଳ ଖରା ଓ ଗରମକୁ ଖାତିର ନକରି ରଥ ଟାଣୁଛନ୍ତି ଭକ୍ତ ପୁରୀ: ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ଅନ୍ୟତମ ଆକର୍ଷଣ ‘ରଥଟଣା’ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ପ୍ରଶାସନ ପକ୍ଷରୁ ରଥଟଣା କାମ ୪ଟାରୁ ଆରମ୍ଭ ହେବାକୁ ଥିବା ବେଳେ, ନୀତିନିର୍ଘଣ୍ଟ ଆଗୁଆ ଶେଷ ହୋଇଯାଇଥିବାରୁ ଅପରାହ୍ନ ୩ଟା ୪ ମିନିଟରେ ରଥଟଣା ଆରମ୍ଭ ହୋଇଯାଇଛି। ଭକ୍ତମାନେ ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜକୁ ବଡ଼ଦାଣ୍ଡରେ ଟାଣିବା ଆରମ୍ଭ କରିଦେଇଛନ୍ତି। ଭକ୍ତଙ୍କ ହରିବୋଲ, […]
ପୁରୀ ରଥଯାତ୍ରା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial