ଯୁବକଙ୍କୁ ପିଟିପିଟି ମାରିଦେଲେ ସୁରକ୍ଷାକର୍ମୀ

ଯୁବକଙ୍କୁ ମାରିଦେଲେ ସୁରକ୍ଷାକର୍ମୀ

ଭାଇରାଲ ହେଲା ନିର୍ମମ ଭାବେ ପିଟୁଥିବାର ଭିଡ଼ିଓ

ରାଉରକେଲା: ଆରଏସପି ପରିସରକୁ ପଶିଥିବା ନିଶାଶକ୍ତ ଯୁବକଙ୍କୁ ଘରୋଇ କମ୍ପାନିର ସୁରକ୍ଷା କର୍ମୀ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ଅପମୃତ୍ୟୁ ମାମଲା ରୁଜୁ କରି ଟାଙ୍ଗରପାଲ୍ଲୀ ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ଏବେ ପଦାକୁ ଆସିଥିବା ଭାଇରାଲ ଭିଡିଓ ତଦନ୍ତକାରୀ ପୁଲିସ, କାରଖାନା ସୁରକ୍ଷା ଦାୟିତ୍ୱରେ ଥିବା ସିଆଇଏସଏଫ ଏବଂ ଘରୋଇ କମ୍ପାନି ଏଲଆଣ୍ଡଟିର ସୁରକ୍ଷାକର୍ମୀଙ୍କୁ କାଠଗଡାରେ ଛିଡା କରାଇଛି। ଭିଡିଓଟି ଭାଇରାଲ ହେବାପରେ ମାମଲାକୁ ଅପମୃତ୍ୟୁ ଦର୍ଶାଇ ରଫାଦଫା ଉଦ୍ୟମ କରୁଥିବା ଆରଏସପି ନିୟୁ ହଟଷ୍ଟ୍ରିପ ମିଲରେ କାର୍ଯ୍ୟରତ ଠିକାସଂସ୍ଥା ଏଲ.ଆଣ୍ଡ.ଟି କର୍ତୃପକ୍ଷ ସବୁଠାରୁ ବେଶୀ ବିଚଳିତ ଥିବା ଏବଂ ମୃତକ ପରିବାରକୁ ପ୍ରଲୋଭନ ଦେଖାଇ ପ୍ରବଳ ଚାପ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି।
ସହର ଉପକଣ୍ଠ ଦେଓଗାଁ, ଦେହୁରୀ ବସ୍ତିରେ ରହୁଥିବା ସଚିନ ଗୋପ (୨୪) ଗତକାଲି ସନ୍ଧ୍ୟାରେ କାରଖାନାର ପାଚେରୀ ବାହାରେ ମୁର୍ମୁଷ ଅବସ୍ଥାରେ ପଡିଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରି ସରକାରୀ ହସ୍ପିଟାଲ ନେଇଥିଲେ। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏନେଇ ଟାଙ୍ଗରପାଲ୍ଲୀ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଏହି ଭିଡିଓ ଟି ପଦାକୁ ଆସିଛି। ସେପଟେ ସଚିନ ନିଶାଶକ୍ତ ଅବସ୍ଥାରେ କାରଖାନା ପରିସରକୁ ପଶିଥିବା ବେଳେ ସୁରକ୍ଷାକର୍ମୀ ଧରିନେଇ କାରଖାନା ସୁରକ୍ଷା ଦାୟିତ୍ୱରେ ଥିବା ସି.ଆଇ.ଏସ.ଏଫ ଯବାନଙ୍କ ଉପସ୍ଥିତିରେ ପିଟିପିଟି ମାରିଦେବା ପରେ ପାଚେରୀ ବାହାରକୁ ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ମୃତ ସଚିନଙ୍କ ସମ୍ପର୍କୀୟ। ମୃତ ସଚିନଙ୍କ ପତ୍ନୀଙ୍କ ପ୍ରତିକ୍ରିୟା ନେବାକୁ ଗଣମାଧ୍ୟମ ପକ୍ଷରୁ ଉଦ୍ୟମ ହେଉଥିବା ବେଳେ ସେଠାରେ ଉପସ୍ଥିତ କିଛି ବ୍ୟକ୍ତି ତାଙ୍କୁ ବାରଣ କରି ବଳପୂର୍ବକ ନେଇଯିବା ସମଗ୍ର ଘଟଣାବଳୀକୁ ରହସ୍ୟ ଘେରକୁ ନେଇଯାଇଛି। ଏନେଇ ପୁଲିସ କିମ୍ବା କାରଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ତେବେ, ଏଭଳି ଏକ ସମ୍ବେଦନଶୀଳ ମାମଲାର ନିରପେକ୍ଷ ତଦନ୍ତ ହେଲେ ସବୁ କିଛି ସ୍ପଷ୍ଟ ହେବ ବୋଲି ମତପ୍ରକାଶ ପାଇଛି।

Share Now:

Kalinga News Beuro

Next Post

ତିନିମହଲା କୋଠା ଉପରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା

Sat Jul 10 , 2021
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତିନିମହଲା କୋଠା ଉପରୁ ଡେଇଁ ଚିକିତ୍ସାଧୀନ ଥିବା ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବତୀଙ୍କ ନାମ ରଜନୀ ମେଲକା (୨୮)। ତାଙ୍କ ଘର ରାୟଗଡ଼ା ସହର ନିକଟସ୍ଥ ତୁମ୍ବିଗୁଡା ଗ୍ରାମରେ। ଯୁବତୀ ଜଣକ ଜ୍ୱର ଏବଂ ପାଟିଘାରେ ପୀଡିତ ହୋଇ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ ୭ ତାରିଖରେ ଭର୍ତ୍ତି ହୋଇଥିଲେ। ଆଜି ଭୋର ପ୍ରାୟ ୪ଟା ବେଳେ ବାଥରୁମ୍ […]
ଯୁବତୀଙ୍କ ଆତ୍ମହତ୍ୟା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial