ବାଂଲାଦେଶୀ ଯୁବତୀ ବନ୍ଧା ହେବା ମାମଲା : ବେଶ୍ୟାବୃତ୍ତି କରୁଥିଲେ, ବଡ଼ବଡ଼ିଆ ଥିଲେ ଗ୍ରାହକ

ଭୁବନେଶ୍ୱର : ଷ୍ଟେସନ ନିକଟ ନିୟୁ ଆଶୀର୍ବାଦ ହୋଟେଲରୁ ଗିରଫ ହୋଇଥିବା ବାଂଲାଦେଶୀ ଯୁବତୀ ବେଶ୍ୟାବୃତ୍ତିରେ ଲିପ୍ତ ଥିଲେ ବୋଲି ପୁଲିସ ସ୍ପଷ୍ଟ କରିଛି। ଜଣେ ଦଲାଲଙ୍କ ଜରିଆରେ ସେ ଏଠାକୁ ଆସିଥିଲେ। ବାଂଲାଦେଶରୁ ଲୁଚିଛପି ପଶ୍ଚିମବଙ୍ଗ ଆସିବା ପରେ ଦଲାଲଙ୍କ ଜରିଆରେ ନିଜର ନକଲି ଆଧାରକାର୍ଡ ତିଆରି କରିଥିଲେ। ଏହି ନକଲି ଆଧାର କାର୍ଡ ବଳରେ ସେ ଦେଶର ବିଭିନ୍ନ ସ୍ଥାନ ବୁଲିବାରେ ସକ୍ଷମ ‌ହେଉଥିଲେ। ଗିରଫ ବାଂଲାଦେଶୀ ଯୁବତୀକୁ ପଚରା ଉଚରା ପରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ମିଳିଥିବା କହିଛନ୍ତି କମିସନରେଟ୍‌ ଡିସିପି ଅନୁପ କୁମାର ସାହୁ। ତାଙ୍କଠାରୁ ଆହୁରି ଅନେକ ତଥ୍ୟ ମିଳିଛି। ସେହି ତଥ୍ୟ ଆଧାରରେ ଅନୁସନ୍ଧାନ ଆରମ୍ଭ ହୋଇଛି। ଏକୁଟିଆ ଏହି ଯୁବତୀ ଆସିଥିଲେ ନା ଆଉ କେତେଜଣ ଆସିଛନ୍ତି? ଏବେ ବି ଆଉ କେଉଁଠି ଏଭଳି ଯୁବତୀ ରହୁଛନ୍ତି କି? କିଏ ଏମାନଙ୍କୁ ଆଣୁଛି? ଆଉ କେଉଁ ହୋଟେଲରେ ଏଭଳି ଚାଲିଛି? ଏସବୁର ମୂଳ ପର୍ଯ୍ୟନ୍ତ ଯିବା ପାଇଁ ଉଦ୍ୟମ କରାଯାଉଛି। ଅର୍ଥାତ୍‌ ପ୍ରଥମେ ଦଲାଲକୁ ଠାବ ପାଇଁ ଉଦ୍ୟମ କରାଯାଉଛି ବୋଲି ଡିସିପି ସୂଚନା ଦେଇଛନ୍ତି। ଅନ୍ୟପଟେ ଏହି ବାଂଲାଦେଶୀ ଯୁବତୀଙ୍କର ଅନେକ ବଡ଼ବଡ଼ିଆ ଗ୍ରାହକ ଥିବା ଜଣାପଡ଼ିଛି। ବଡ଼ବଡ଼ିଆଙ୍କ ଚାପ ଯୋଗୁଁ ଏହି ହୋଟେଲଗୁଡ଼ିକରେ ଚଢ଼ଉ ହୁଏ ନାହିଁ। ପ୍ରଥମେ ଗ୍ରାହକ ଠିକ୍‌ ହେବା ପରେ ଦଲାଲ ଯୁବତୀଙ୍କୁ ଧରି ଏଠାରେ ପହଞ୍ଚିଥାଏ। ତାରିଖ ଅନୁସାରେ ଗ୍ରାହକ ପହଞ୍ଚନ୍ତି। ଏଭଳି ଦୀର୍ଘ ଦିନ ଧରି ବେପାର ଚାଲିଥିଲା ବୋଲି ଏକ ବିଶେଷ ସୂ୍ତ୍ରରୁ ଜଣାପଡ଼ିଛି। ପୁଲିସକୁ ଯାହା ସୂଚନା ମିଳିଛି, ଚଳିତ ବର୍ଷ ଇଦ୍‌ ପର୍ବ ପାଳନ ହେଉଥିବା ବେଳେ ସେ ଭାରତକୁ ଅନୁପ୍ରବେଶ କରିଥିଲା। ପରେ ଦଲାଲ ତାଙ୍କର ନକଲି ଆଧାର କାର୍ଡ ପ୍ରସ୍ତୁତ କରି ଓଡ଼ିଶାକୁ ପଠାଇଥିଲା। ଜଣେ ମହିଳା (ସେକ୍ସ ଦିଦି)ଙ୍କ ସହାୟତାରେ ସେ ଭୁବନେଶ୍ୱର, ପୁରୀରେ ରହି ବିଭିନ୍ନ ଅନୈତିକ କାମ କରୁଥିବା ସ୍ୱୀକାର କରିଛି। ପୁଲିସ ସେହି ବିଦେଶୀ ଯୁବତୀଙ୍କ ବୟାନ ରେକର୍ଡ କରିଛି। ସେହି ବାଂଲାଦେଶୀ ରୂପଜୀବୀ ଗିରଫ ହେବା ପରେ ରାଜଧାନୀର ସେକ୍ସ ଦିଦି ଅଣ୍ଡରଗ୍ରାଉଣ୍ଡ ହୋଇଯାଇଛି। ଯୁବତୀଙ୍କ ବୟାନକୁ ଆଧାର କରି ପୁଲିସ ‘ସେକ୍ସ ଦିଦି’କୁ ଧରିବାକୁ ଉଦ୍ୟମ ଆରମ୍ଭ କରିଛି। ଏଥିସହିତ ଏହି ଘଟଣାରେ ସଂପୃକ୍ତ ଏଜେଣ୍ଟମାନଙ୍କୁ ମଧ୍ୟ ଖୋଜୁଛି। ପୁଲିସକୁ କିଛି ସୁରାକ ମିଳିଛି, ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଅପରପକ୍ଷରେ ନୂଆବର୍ଷ ସେଲିବ୍ରେସନ ଲାଗି ରାଜଧାନୀକୁ ଏବେ ୨୫ରୁ ଅଧିକ ବଂଲାଦେଶୀ ରୂପଜୀବୀ ଆସିଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି। ସେମାନଙ୍କୁ ଠାବ କରିବା ସହ ଏଜେଣ୍ଟଙ୍କୁ ଧରିବା ଲାଗି ପୁଲିସ ତଦନ୍ତକୁ ଜୋରଦାର କରିଛି। ଏମାନଙ୍କୁ ରାଜଧାନୀ ଉପକଣ୍ଠରେ ଥିବା ସେହି ସେକ୍ସ ଦିଦି ହିଁ ଭୁବନେଶ୍ୱର ଆଣିଛି।

Share Now:

Kalinga News Beuro

Leave a Reply

Next Post

ଅପାରଗତାର ଫାଇଦା ନେଉଛି ଏସ୍‌ପ୍ଲାନେଡ୍ : ମଲ୍‌ରେ ଆଦାୟ ଜାରି ରହିଛି ବେଆଇନ ପାର୍କିଂ ଫି’

Thu Dec 26 , 2019
କୋର୍ଟ ନିର୍ଦ୍ଦେଶ ପାଇନାହାନ୍ତି, ତଥାପି ବିଡିଏ ଚୁପ୍ ବସିଛି, କମିସନରେଟ୍ ପୁଲିସ ବି ନିରବଦ୍ରଷ୍ଟା ସାଜିଛି ଭୁବନେଶ୍ୱର: ରସୁଲଗଡ଼ ଛକରେ ଥିବା ଏସ୍‌ପ୍ଲାନେଡ୍‌-ୱାନ୍‌ ମଲ୍‌ରେ ବେଆଇନ ପାର୍କିଂ ଫି’ ଆଦାୟ ଜାରି ରହିଛି। ବିଡିଏ ଓ ବିଏମ୍‌ସିର ସବୁ ନିୟମକୁ ଜଳାଞ୍ଜଳି ଦେଇ ଏହି ମଲ୍ ଏବେ ଲୋକଙ୍କଠାରୁ ପାର୍କିଂ ଫି’ ଆଦାୟ କରୁଛି। ଅଥଚ ବିଏମ୍‌ସି ଓ ବିଡିଏ କର୍ତ୍ତୃପକ୍ଷ ସବୁ ଦେଖି ନିରବଦ୍ରଷ୍ଟା ସାଜିଛନ୍ତି। ଏସ୍‌ପ୍ଲାନେଡ୍‌ ମଲ୍‌ର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial