ରେଳଧାରଣା ଉଡ଼ାଇଲେ ମାଓବାଦୀ : ମାଲବାହୀ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ

ରେଳଧାରଣା ଉଡ଼ାଇଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ମାଓବାଦୀ ପୁଣି ହିଂସାକାଣ୍ଡ। ଭାଁସି ଜଙ୍ଗଲରେ ରେଳ ଧାରଣାକୁ ଉଡ଼ାଇଲେ ମାଓବାଦୀ। ଲୁହାପଥର ବୋଝେଇ ମାଲବାହୀ ଟ୍ରେନର ୩ଟି ଇଞ୍ଜିନ ଏବଂ ୨ଟି ୱାଗନ କ୍ଷତିଗ୍ରସ୍ତ ହୋଇଥିବାର ଖବର ମିଳିଛି। ଜଙ୍ଗଲ ମଧ୍ୟରେ ମାଲବାହୀ ଟ୍ରେନ ଆଗରେ ଲାଗିଛି ମାଓବାଦୀଙ୍କ ବ୍ୟାନର। ଏହାର ପ୍ରଭାବରେ ବଚେଲିରୁ ବିଶାଖାପାଟଣା ମାଲବାହୀ ଟ୍ରେନ ଯିବାବେଳେ ମାଓବାଦୀ ଘଟାଇଛନ୍ତି ଏଭଳି କାଣ୍ଡ। ଏହି ରୁଟରେ ସମସ୍ତ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ମହାରାଷ୍ଟ୍ରରେ ୨୬ ଜଣ ମାଓବାଦୀଙ୍କୁ ଏନକାଉଣ୍ଟର ଘଟଣାକୁ ନେଇ ମାଓବାଦୀ ସଂଗଠନ ଏହି ସମୟରେ ଭାରତ ବନ୍ଦ ଡାକରା ଦେଇଛନ୍ତି। ଭୈରମଗଡ଼ ମାଓ ସଙ୍ଗଠନ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛନ୍ତି।

Share Now:

Kalinga News Beuro

Next Post

ଓଡିଶା ବ୍ୟାଡମିଣ୍ଟନ ଏକାଡେମି ପରିଦର୍ଶନ କଲେ ବିଶିଷ୍ଟ ବ୍ୟାଡମିଣ୍ଟନ ତାରକା ପି. ଗୋପିଚାନ୍ଦ

Sun Nov 28 , 2021
ଭୁବନେଶ୍ୱର: ବିଶିଷ୍ଟ ବ୍ୟାଡମିଣ୍ଟନ ତାରକା ତଥା ଅର୍ଜୁନ, ଦ୍ରୋଣାଚାର୍ଯ୍ୟ ଏବଂ ପଦ୍ମଭୂଷଣ ପୁରସ୍କାରପ୍ରାପ୍ତ ପି.ଗୋପିଚାନ୍ଦ ଆଜି ପୂର୍ବାହ୍ନରେ ସହିଦନଗରସ୍ଥିତ ଓଡିଶା ବ୍ୟାଡମିଣ୍ଟନ ଏକାଡେମୀ ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନ ସମୟରେ ସେ ଏଠାକାର ପ୍ରଶିକ୍ଷାର୍ଥୀ, ବୈଷୟିକ କର୍ମଚାରୀ ଓ କୋଚମାନଙ୍କ ସହ ତାଲିମ ଓ ଅନ୍ୟାନ ବିଷୟରେ ଆଲୋଚନା କରିଥିଲେ। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଓଡିଶା ବ୍ୟାଡମିଣ୍ଟନ […]
ବ୍ୟାଡମିଣ୍ଟନ ତାରକା ପି. ଗୋପିଚାନ୍ଦ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial