ଏନ୍‌କାଉଣ୍ଟର୍‌ରେ ଅତୀକ୍‌ ଅହମଦ୍‌ଙ୍କ ପୁଅ ଅସଦ୍‌ ମୃତ

ଏନ୍‌କାଉଣ୍ଟର୍‌ରେ ଅତୀକ୍‌ ଅହମଦ୍‌ଙ୍କ ପୁଅ ଅସଦ୍‌ ନିହତ

ନୂଆଦିଲ୍ଲୀ: ଆଜି ଝାନ୍‌ସୀରେ ଉତ୍ତର ପ୍ରଦେଶର ‘ସ୍ପେସାଲ୍‌ ଟାସ୍କ୍‌ ଫୋର୍ସ’ର (ଏସ୍‌ଟିଏଫ୍‌) ଏନ୍‌କାଉଣ୍ଟର୍‌ରେ ଉମେଶ ପାଲ୍‌ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ଅତିକ୍‌ ଅହମଦ୍‌ଙ୍କ ପୁଅ ଅସଦ୍‌ ନିହତ ହୋଇଛନ୍ତି। ଡେପୁଟି ଏସ୍‌.ପି. ନବେନ୍ଦୁ ଏବଂ ବିମଳଙ୍କ ନେତୃତ୍ବାଧୀନ ଉତ୍ତର ପ୍ରଦେଶର ‘ସ୍ପେସାଲ୍‌ ଟାସ୍କ୍‌ ଫୋର୍ସ’ କରିଥିବା ଏହି ଏନ୍‌କାଉଣ୍ଟର୍‌ରେ ଗୁଲାମ୍‌ ନାମରେ ଆଉ ଜଣେ ବ୍ୟକ୍ତିଙ୍କର ବି ମୃତ୍ୟୁ ଘଟିଛି। ତାଙ୍କ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ମୃତ ଅସଦ୍‌ ଓ ଗୁଲାମ୍‌ଙ୍କ ପାଖରୁ ପୁଲିସ ବିଦେଶରେ ନିର୍ମିତ ଅତି ଉନ୍ନତ ଅସ୍ତ୍ରଶସ୍ତ୍ର ଉଦ୍ଧାର କରିଛି। ପୁଲିସ କହିବା ଅନୁସାରେ, ଉତ୍ତର ପ୍ରଦେଶ ‘ସ୍ପେସାଲ୍‌ ଟାସ୍କ୍‌ ଫୋର୍ସ’ ଟିମ୍‌ ଉପରକୁ ଦୁହେଁ ପ୍ରଥମେ ଗୁଳି ଚଳାଇଲେ। ‘ସ୍ପେସାଲ୍‌ ଟାସ୍କ୍‌ ଫୋର୍ସ’ ଟିମ୍‌ ପାଲଟା ଗୁଳି ଚଳାଇବାରୁ ଦୁହିଁଙ୍କର ମୃତ୍ୟୁ ଘଟିଲା। ସେମାନଙ୍କ ନିକଟରୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ନୂଆ ସେଲ୍‌ଫୋନ୍‌ ଏବଂ ସିମ୍‌ କାର୍ଡ ଉଦ୍ଧାର କରାଯାଇଛି।
ସୂଚନାଯୋଗ୍ୟ, ଉମେଶ ପାଲ୍‌ ହତ୍ୟା ମାମଲାରେ ଆଜି ଅତୀକ୍‌ ଅହମଦ୍‌ଙ୍କୁ ପ୍ରୟାଗରାଜସ୍ଥିତ ଚିଫ୍‌ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତରେ ହାଜର କରାଯାଉ ଥିବା ବେଳେ ଏନ୍‌କାଉଣ୍ଟର୍‌ରେ ଅସଦ୍‌ଙ୍କର ମୃତ୍ୟୁ ଘଟିଛି। ସ୍ମରଣଯୋଗ୍ୟ, ୨୦୦୫ରେ ବହୁଜନ ସମାଜ ପାର୍ଟିର ସାଂସଦ ରାଜୁ ପାଲ୍‌ଙ୍କ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଥିଲେ ଉମେଶ ପାଲ୍‌। ଏଥିରେ ଅଭିଯୁକ୍ତ ଥିଲେ ଅତୀକ୍‌। ଫେବୃଆରୀ ୨୪ ତାରିଖ ଦିନ ପ୍ରୟାଗରାଜ ବାସଭବନ ବାହାରେ ଉମେଶ ପାଲ୍‌ ଏବଂ ତାଙ୍କର ଦୁଇଜଣ ଅଙ୍ଗରକ୍ଷୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏଥିରେ ଅହମଦ୍‌, ଅଶରଫ୍‌ ଏବଂ ସେମାନଙ୍କର ପରିବାରର ସଦସ୍ୟମାନେ ସମ୍ପୃକ୍ତ ବୋଲି ଉମେଶଙ୍କ ପତ୍ନୀ ଜୟାଙ୍କ କରିଥିବା ଅଭିଯୋଗ ଆଧାରରେ ମାମାଲା ରୁଜୁ କରାଯାଇଥିଲା।

Share Now:

Kalinga News Beuro

Next Post

ଆଗାମୀ ୩ ଦିନ ଧରି ଓଡ଼ିଶାରେ ୪୦ ଡିଗ୍ରି ଟପି ପାରେ ତାପମାତ୍ରା

Thu Apr 13 , 2023
ଭୁବନେଶ୍ବର: ଉତ୍ତରପଶ୍ଚିମା ଓ ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଏବଂ ଅଧିକ ସୌର ବିକିରଣ ଯୋଗୁଁ ଅଭ୍ୟନ୍ତରୀଣ ଓଡ଼ିଶାର ଅନେକ ପ୍ରାନ୍ତରେ ଆଗାମୀ ୨ ଦିନ ଧରି ଦିନ ବେଳାର ତାପମାତ୍ରା ଆହୁରି ୨ ଡିଗ୍ରି ବୃଦ୍ଧି ପାଇବାର ସମ୍ଭାବନା ଥିବା କଥା ଆଜି ଭୁବନେଶ୍ବରସ୍ଥିତ ପାଣିପାଗ ବିଜ୍ଞନ କେନ୍ଦ୍ର ଜାରି କରିଥିବା ‘ପ୍ରେସ୍‌ ବିଜ୍ଞପ୍ତି’ରୁ ଜଣାପଡ଼ିଛି। ଦୁଇ ଦିନ ପରେ ମଧ୍ୟ ପାଣିପାଗରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିବାର ସମ୍ଭାବନା […]
ଆଗାମୀ ୩ ଦିନ ଧରି ଓଡ଼ିଶାରରେ ୪୦ ଡିଗ୍ରି ଟପି ପାରେ ତାପମାତ୍ରା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial