ଆଗାମୀ ୩ ଦିନ ଧରି ଓଡ଼ିଶାରେ ୪୦ ଡିଗ୍ରି ଟପି ପାରେ ତାପମାତ୍ରା

ଆଗାମୀ ୩ ଦିନ ଧରି ଓଡ଼ିଶାରରେ ୪୦ ଡିଗ୍ରି ଟପି ପାରେ ତାପମାତ୍ରା

ଭୁବନେଶ୍ବର: ଉତ୍ତରପଶ୍ଚିମା ଓ ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଏବଂ ଅଧିକ ସୌର ବିକିରଣ ଯୋଗୁଁ ଅଭ୍ୟନ୍ତରୀଣ ଓଡ଼ିଶାର ଅନେକ ପ୍ରାନ୍ତରେ ଆଗାମୀ ୨ ଦିନ ଧରି ଦିନ ବେଳାର ତାପମାତ୍ରା ଆହୁରି ୨ ଡିଗ୍ରି ବୃଦ୍ଧି ପାଇବାର ସମ୍ଭାବନା ଥିବା କଥା ଆଜି ଭୁବନେଶ୍ବରସ୍ଥିତ ପାଣିପାଗ ବିଜ୍ଞନ କେନ୍ଦ୍ର ଜାରି କରିଥିବା ‘ପ୍ରେସ୍‌ ବିଜ୍ଞପ୍ତି’ରୁ ଜଣାପଡ଼ିଛି। ଦୁଇ ଦିନ ପରେ ମଧ୍ୟ ପାଣିପାଗରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିବାର ସମ୍ଭାବନା ନାହିଁ ବୋଲି ଉକ୍ତ ବିଜ୍ଞପ୍ତିରେ ଉଲ୍ଲେଖ ଅଛି। ଫଳରେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ଦିନର ତାପମାତ୍ରା ୪୦ ଡିଗ୍ରିରୁ ଅଧିକ ହେବା ସହିତ ଅଳ୍ପ କେତେକ ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ୩ ରୁ ୫ ଡିଗ୍ରି ଅଧିକ ରହିପାରେ।
ତେଣୁ, ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ବାହାରକୁ ଯିବା ବେଳେ ସାବଧାନତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ଗ୍ରୀଷ୍ମ ପ୍ରବାହ ନିମନ୍ତେ ଓଡ଼ିଶାର ବିଭିନ୍ନ ଜିଲ୍ଲା ପାଇଁ ‘ୟେଲୋ ୱାର୍ଣ୍ଣିଙ୍ଗ୍‌’ ମଧ୍ୟ ଜାରି କରାଯାଇଛି। ଏପ୍ରିଲ୍‌ ୧୪ ତାରିଖ ଦିନ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ସେହିପରି , ଏପ୍ରିଲ୍‌ ୧୪ ଓ ୧୫ ତାରିଖ ଦିନ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଅନଗୁଳ ଏବଂ ବାଲେଶ୍ବରର ଗୋଟିଏ ଦୁଇଟି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଏହାଛଡ଼ା, ଏପ୍ରିଲ୍‌ ୧୫ ଓ ୧୬ ତାରିଖ ଦିନ ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନଗୁଳ, ସୋନପୁର ଏବଂ ବୌଦ୍ଧର ଗୋଟିଏ ଦୁଇଟି ସ୍ଥାନରେ ଗ୍ରୀଷ୍ମ ଝାଞ୍ଜି ପ୍ରବାହ ହେବାର ସମ୍ଭାବନା ଅଛି।

Share Now:

Kalinga News Beuro

Next Post

ନେତାଙ୍କ ଘରେ ପାଦସ୍ପର୍ଶ କରି ଆଶୀର୍ବାଦ ନେଲାପରେ ଗୁଳି କରି କଲେ ହତ୍ୟା

Fri Apr 14 , 2023
ନୂଆଦିଲ୍ଲୀ: ବିହାରର ହାଜିପୁରରେ ଗତ ଗୁରୁବାର ସନ୍ଧ୍ୟାରେ ଦଳିତ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ଡ. ଆମ୍ବେଦକର ଜୟନ୍ତୀ ଉତ୍ସବ ପାଳନ କରିବା ଅବସରରେ ଦଳିତ ସେନାର ରାଷ୍ଟ୍ରୀୟ ସଙ୍ଗଠନ ସଚିବ ରାକେଶ ପାସୱାନଙ୍କୁ ୪ ଜଣ ଦୁର୍ବୃତ୍ତ ଅତି ଦୟନୀୟ ଭାବେ ଗୁଳି କରି ହତ୍ୟା କରିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ହିଂସା ପରିସ୍ଥିତି ସୃଷ୍ଟି […]
ଆଶୀର୍ବାଦ ନେଇ ଗୁଳି କରି କଲେ ହତ୍ୟା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial