ଜବଲପୁର: ସ୍କୁଲରୁ ଫେରୁଥିବାବେଳେ ହଠାତ ଗାଡ଼ିରୁ ଡେଇଁପଡ଼ିଲେ ୪ ଜଣ ଯୁବତୀ। ଗାଡିର ବେଗ ଯଦିଓ ଅଧିକ ନଥିଲା, କିନ୍ତୁ ଡେଇଁପଡ଼ିବାରୁ ଦୁଇ ଜଣ ଛାତ୍ରୀ ଗୁରୁତର ଆହତ ହୋଇଥିବାବେଳେ ଆଉ ଦୁଇ ଜଣ ଆହତ ହୋଇଛନ୍ତି। ୪ ଜଣ ଛାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ମଧ୍ୟପ୍ରଦେଶର ଜବଲପୁରରେ ଏହି ଘଟଣା ଘଟିଛି। ପୁଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଜବଲପୁର ନାଗପୁର ଜାତୀୟ ରାଜପଥରେ ଏହି ଘଟଣା ଘଟିଛି। ପୁଲିସ କହିଛି ଯେ ଦ୍ରୁତବେଗରେ ଏକ ପିକଅପ୍ ଗାଡି ଯାଉଥିବାବେଳେ ଏଥିରୁ ଜଣଙ୍କ ପରେ ଜଣେ ଝିଅ ଡେଇଁପଡ଼ିଥିଲେ। ଏହି ଦୃଶ୍ୟ ଦେଖି ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ପୁଲିସକୁ ସୂଚନା ଦେଇଥିଲେ। ଜଣେ ଆହତ ଛାତ୍ରୀ କହିଛନ୍ତି ଯେ ସ୍କୁଲ ଛୁଟି ହେବା ପରେ ସେମାନେ ନିଜ ଗାଁକୁ ଫେରିବାକୁ ଗାଡିକୁ ଜଗିଥିଲେ। ଏହି ସମୟରେ ଜବଲପୁରରୁ ଆସୁଥିବା ଏକ ପିକଅପ୍ ଗାଡି ତାଙ୍କୁ ଲିଫ୍ଟ ଦେଇଥିଲା। ଛାତ୍ରୀମାନେ ଗାଡ଼ିରେ ଆସୁଥିବାବେଳେ ଏକ ବାଇକ ସେମାନଙ୍କୁ ପିଛା କରୁଥିଲା। ବାଇକ ଚାଳକ ଓ ଡ୍ରାଇଭର ଇସାରାରେ କଥାବାର୍ତ୍ତା ହେଉଥିଲେ। ଏହାପରେ ଡ୍ରାଇଭର ଜଣକ ଅଶ୍ଳୀଳ ନଜରରେ ଚାଁହୁଥିବାବେଳେ ବିପଦର ଆଶଙ୍କା କରି ସେମାନେ ଡେଇଁପଡ଼ିଥିଲେ। ସ୍ଥାନୀୟ ଲୋକ ତୁରନ୍ତ ଏହାଦେଖି ଛାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ ଓ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଅଧିକାରୀ କହିଛନ୍ତି ଏହି ଘଟଣାର ତଦନ୍ତ ଚାଲିଛି ଓ ସମ୍ପୃକ୍ତ ଗାଡ଼ିଟିକୁ ଖୋଜାଯାଉଛି।
ରାସ୍ତାରେ ଯାଉଥିବାବେଳେ ହଠାତ ଗାଡ଼ିରୁ ଡେଇଁପଡ଼ିଲେ ୪ ଜଣ ଯୁବତୀ

Share Now: