ମା କ୍ଷୀର ଖାଇ ଶିଶୁର ମୃତ୍ୟୁ: ସ୍ତନ୍ୟପାନ ପୂର୍ବରୁ ମା ନେଇଥିଲେ ଡ୍ରଗ୍ସ

ମା କ୍ଷୀର ଖାଇ ଶିଶୁର ମୃତ୍ୟୁ

କାଲିଫର୍ଣ୍ଣିଆ: ନବଜାତ ଶିଶୁ ପାଇଁ ମା’ର କ୍ଷୀର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସ୍ତନ୍ୟପାନ ଶିଶୁକୁ ସମସ୍ତ ଆବଶ୍ୟକୀୟ ପୁଷ୍ଟିକର ଖାଦ୍ୟ ଦେବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର ଜଣାଇବୁ ଯେତେବେଳେ ମା’ର କ୍ଷୀର ଶିଶୁ ପାଇଁ ବିଷ ପାଲଟିଯାଇଛି। ଆମେରିକାରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଯେଉଁଠାରେ ଏକ ନବଜାତ ଶିଶୁ ନିଜ ମା’ର କ୍ଷୀର ପିଇବା କାରଣରୁ ମୃତ୍ୟୁ ଘଟିଛି। ଅଭିଯୋଗ ହୋଇଛି ଯେ ଏହି ମହିଳା ଜଣକ ଡ୍ରଗ୍ସ ସେବନ କରିବା ପରେ ଶିଶୁକୁ ସ୍ତନ୍ୟପାନ କରାଇଥିଲେ, ଯାହା ଫଳରେ ଶିଶୁର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ ଆମେରିକାର ନ୍ୟୁ ଅର୍ଲିଅନରେ ରହୁଥିବା ୩୧ ବର୍ଷୀୟ ଆଟମ ବ୍ଲାନସେଟଙ୍କ ନାମରେ ଅଭିଯୋଗ ହୋଇଛି ଯେ ନିଜ ତିନି ମାସର ଶିଶୁର ମୃତ୍ୟୁ ପାଇଁ ଆଟମ ହିଁ ଦାୟୀ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶିଶୁର ମୃତ୍ୟୁ ଅଭିଯୋଗ ଆସିବା ପରେ ମା ଆଟମ ବ୍ଲାନସେଟଙ୍କ ପରୀକ୍ଷା କରାଯାଇଥିଲା। ଆଉ ତାଙ୍କ ଶରୀରରୁ ବହୁ ପରିମାଣର ମିଥାମଫେଟାମାଇନ୍ ନାମକ ଡ୍ରଗ୍ସର ବହୁ ମାତ୍ରା ମିଳିଥିଲା। ଡିସେମ୍ବର ୧୧ ରେ, ଟକ୍ସିକୋଲୋଜି ରିପୋର୍ଟ ସାମ୍ନାକୁ ଆସିବା ପରେ ତାଙ୍କୁ ଗିରଫ କରାଯାଇଛି। ପୁଲିସର ପଚରାଉଚୁରାରେ ଆଟମ ଡ୍ରଗ୍ସ ସେବନ କରିଥିବାର ସ୍ୱୀକାର କରିଛନ୍ତି।

Share Now:

Kalinga News Beuro

Next Post

ଅଲିଭରିଡ୍‌ଲେଙ୍କ ଅନ୍ତୁଡ଼ିଶାଳ ଗହୀରମଥା

Thu Dec 17 , 2020
ରାଜନଗର: ୧୯୭୪ ମସିହାରେ ଆମେରିକାର ବିଶିଷ୍ଟ ପ୍ରାଣୀ ବିଜ୍ଞାନୀ ଡକ୍ଟର ଏଚ.ଆର. ବଷ୍ଟାର୍ଡ ଭିତରକନିକାର ବଉଳା କୁମ୍ଭୀରମାନଙ୍କ ଉପରେ ଗବେଷଣା କରିବାକୁ ଆସି ଗହୀରମଥାରେ ବିରଳ କଇଁଛ ସମାଗମସ୍ଥଳ ଦେଖି ଏହା ଅଲିଭରିଡଲେ ପ୍ରଜାତିର ବୋଲି ଚିହ୍ନଟ କରିଥିଲେ। ଏହାପରେ ବିରଳ କଇଁଛଙ୍କ ସୁରକ୍ଷା ପାଇଁ ବିଭିନ୍ନ ଆଇନ ପ୍ରଣୟନ ଓ କଟକଣା ଲାଗୁ କରାଯାଇଛି। ୧୯୯୭ ସେପ୍ଟେମ୍ବର ୨୭ରେ ରାଜ୍ୟ ସରକାର ଗହୀରମଥାକୁ ରାଜ୍ୟର ପ୍ରଥମ ସାମୁଦ୍ରିକ ଅଭୟାରଣ୍ୟ […]
ଅଲିଭରିଡ୍‌ଲେଙ୍କ ଅନ୍ତୁଡ଼ିଶାଳ ଗହୀରମଥା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial