କୃଷ୍ଣ ସାଗର ଅଞ୍ଚଳରେ ଉତ୍ତେଜନା

କୃଷ୍ଣ ସାଗର ଅଞ୍ଚଳରେ ଉତ୍ତେଜନା

ବ୍ରିଟିଶ ଯୁଦ୍ଧ ଜାହାଜକୁ ଘେରିଲେ ଋଷୀୟ ଲଢୁଆ ବିମାନ, ଯୁଦ୍ଧ ଜାହାଜ

ମସ୍କୋ : କୃଷ୍ଣ ସାଗର ଅଞ୍ଚଳରେ ଋଷିଆ ଓ ନ୍ୟାଟୋ ମଧ୍ୟରେ ଉତ୍ତେଜନା ହଠାତ ବଢିଯାଇଛି। ଆଜି ନ୍ୟାଟୋ ସଦସ୍ୟ ଦେଶ ତଥା ଆମେରିକାର ସହଯୋଗୀ ବ୍ରିଟେନର ଏକ ଯୁଦ୍ଧ ଜାହାଜ କୃଷ୍ଣ ସାଗରରେ ପ୍ରବେଶ କରି ଋଷିଆର ଜଳସୀମା ଉଲ୍ଲଙ୍ଘନ କରିବା ପରେ ଋଷିଆ ଯୁଦ୍ଧ ବିମାନରୁ ବୋମା ପକାଇ ବ୍ରିଟେନକୁ ସତର୍କ କରାଇଦେଇଛି। ଏହା ସହିତ ଋଷିଆର ଏକ ଯୁଦ୍ଧ ଜାହାଜ ସତର୍କତାମୂଳକ ଗୁଳି ଚଳାଇ ବ୍ରିଟିସ ଯୁଦ୍ଧଜାହାଜକୁ ଧମକ ଦେଇଛି। ଏହା ସହିତ କୃଷ୍ଣ ସାଗର ଓ କ୍ରିମିଆ ଅଞ୍ଚଳରେ ନ୍ୟାଟୋ ନିଜର ମିଲିଟାରୀ ମିଶନ ବନ୍ଦ କରୁ ବୋଲି ଋଷିଆ ଧମକ ଦେଇଛି। ଋଷୀୟ ସମ୍ବାଦ ସରବରାହ ସଂସ୍ଥା ଟାସ୍ ଏବଂ କେତେକ ଅନ୍ତର୍ଜାତୀୟ ସମ୍ବାଦ ସରବରାହ ସଂସ୍ଥାଙ୍କ ରିପୋର୍ଟ ମୁତାବକ ଆଜି ରୟାଲ ବ୍ରିଟିଶ ନେଭିର ଯୁଦ୍ଧ ଜାହାଜ ଏଚଏମଏସ ଡିଫେଣ୍ଡର କୃଷ୍ଣ ସାଗରରେ ପ୍ରବେଶ କରି ଋଷୀୟ ଜଳସୀମାର ନିକଟବର୍ତ୍ତୀ ହୋଇଥିଲା। ଏହା ପରେ ଋଷିଆର ନୌସେନାପକ୍ଷରୁ ସତର୍କତାମୂଳକ ଫାୟାର କରାଯାଇ ବ୍ରିଟିଶ ଜାହାଜକୁ ଚେତାବନୀ ଦିଆଯାଇଥିଲା। ଏହା ପରେ ଋଷିଆର ଏସୟୁ୨୪ ଏମ ଲଢୁଆ ବିମାନ ମଧ୍ୟ ବୋମା ପକାଇ ସତର୍କ କରାଇଥିଲା। ଏହା ପରେ ଋଷିଆ ପକ୍ଷରୁ ମସ୍କୋରେ ଥିବା ବ୍ରିଟିଶ ପ୍ରତିରକ୍ଷା ପ୍ରତିନିଧିଙ୍କୁ ଡକାଇ ଏ ନେଇ ପ୍ରତିବାଦ କରାଯାଇଛି। ତେବେ ବ୍ରିଟେନ ପକ୍ଷରୁ କୁହାଯାଇଛି ଯେ ଏହାର ଯୁଦ୍ଧ ଜାହାଜ ଅନ୍ତର୍ଜାତୀୟ କାନୁନ ଅନୁସାରେ ଅନ୍ତର୍ଜାତୀୟ ଜଳସୀମାରେ ହିଁ ଥିଲା।

Share Now:

Kalinga News Beuro

Next Post

ମୟୂରଭଞ୍ଜରେ ୨୩ ଦିନରେ ୩୧ ମୁଣ୍ଡ ନେଲାଣି କରୋନା

Wed Jun 23 , 2021
ଆଜି ଜିଲ୍ଲାରୁ ୧୮୦ ଆକ୍ରାନ୍ତ ଚିହ୍ନଟ, ଦୁଇ ମୃତ ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଚଳିତ ମାସର ୨୩ ଦିନରେ ୩୧ ଜଣଙ୍କର ମୁଣ୍ଡ ନେଲାଣି ମହାମାରୀ କରୋନା। ଆଜି ମଧ୍ୟ କରୋନାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ଜଣେ ୪୭ ବର୍ଷ ପୁରୁଷ ଓ ଅନ୍ୟ ଜଣେ ୫୫ ବର୍ଷିୟା ମହିଳା ରହିଛନ୍ତି। ଏହି ସମୟରେ ଆଜି ଓଡ଼ିଶାରୁ ଚିହ୍ନଟ ହୋଇଥିବା ୩,୪୫୬ କରୋନା ପଜିଟିଭ କେଶ […]
୨୩ ଦିନରେ ୩୧ ମୁଣ୍ଡ ନେଲାଣି କରୋନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial