ଇସଲାମାବାଦ: ପାକିସ୍ତାନର ଆର୍ଥିକ ସଙ୍କଟ ମଧ୍ୟରେ ସାହାଯ୍ୟର ହାତ ବଢ଼ାଇଲା ସାଉଦି ଆରବ। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ପ୍ରାୟ ଆଠ ବିଲିୟନ ଡଲାରର ଏକ ବଡ ପ୍ୟାକେଜ୍ ଦେବାକୁ ସାଉଦି ଆରବ ରାଜି ହୋଇଥିବା ଜଣାପଡ଼ିଛି। ଏହି ପ୍ୟାକେଜ୍ ପାକିସ୍ତାନର ହ୍ରାସ ପାଉଥିବା ବୈଦେଶିକ ମୁଦ୍ରା ଭଣ୍ଡାର ଏବଂ ବୁଡ଼ିବା ଅବସ୍ଥାରେ ଥିବା ଅର୍ଥନୀତିକୁ ସୁଧାରିବାରେ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି। ଉଚ୍ଚ ମୁଦ୍ରାସ୍ଫୀତି ହାର, ବୈଦେଶିକ ମୁଦ୍ରା ଭଣ୍ଡାର ହ୍ରାସ ଭଳି କାରଣ ପାଇଁ ପାକିସ୍ତାନରେ ଆର୍ଥିକ ସଙ୍କଟ ଦେଖାଯାଇଛି। ଦ ନ୍ୟୁଜ୍ ଦେଇଥିବା ସୂଚନା ମୁତାବକ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ଶରିଫ ସାଉଦି ଆରବ ଗସ୍ତରେ ଯାଇଥିବା ବେଳେ ଦୁଇ ଦେଶ ମଧ୍ୟରେ ଏହି ଚୁକ୍ତିନାମା ହୋଇଥିଲା। ଏଥିରେ ତୈଳ ପାଇଁ ଅର୍ଥ ଦେବା ସହ ସାଉଦି ଆରବ ମୋଟ ଆଠ ବିଲିୟନ ଡଲାର ଦେବ। ଜଣେ ଅଧିକାରୀ କହିଛନ୍ତି ଯେ ତୈଳ ପାଇଁ ପାଣ୍ଠିକୁ ୧.୨ ବିଲିୟନରୁ ୨.୪ ବିଲିୟନକୁ ବୃଦ୍ଧି କରିବାକୁ ପାକିସ୍ତାନ ପ୍ରସ୍ତାବ ଦେଇଥିଲା, ଯାହାକୁ ସାଉଦି ଆରବ ଗ୍ରହଣ କରିନେଇଥିଲା।
ପାକିସ୍ତାନର ଆର୍ଥିକ ସଙ୍କଟ ମଧ୍ୟରେ ସାହାଯ୍ୟର ହାତ ବଢ଼ାଇଲା ସାଉଦି ଆରବ

Share Now: