ଆଉ ହସୁନି ସୁନ୍ଦରୀ ମତ୍ସ୍ୟକନ୍ୟା

ଭୁବନେଶ୍ୱର: ହକି ବିଶ୍ୱକପ୍ ହେଉ ଅଥବା ଏକାମ୍ର ଉତ୍ସବ, ରାଜଧାନୀର ସୌନ୍ଦର୍ଯ୍ୟ ଆଖି ଝଲସାଇ ଦେଉଥିଲା। ରାସ୍ତାଘାଟରେ ରଙ୍ଗ, ରାସ୍ତାକଡ଼ର ଗଛପତ୍ରରେ ରଙ୍ଗିନ ଆଲୋକମାଳା, ସୁନ୍ଦର ଡଷ୍ଟବିନ୍‌ ଓ ପ୍ରମୁଖ ଛକରେ ସୁନ୍ଦର ମୂର୍ତ୍ତି ଭୁବନେଶ୍ୱରକୁ ନୂଆରୂପ ଦେଇଥିଲା। ବିଶେଷ କରି ଆଚାର୍ଯ୍ୟବିହାରରୁ ସୈନିକ ସ୍କୁଲ୍‌ ପର୍ଯ୍ୟନ୍ତ ରାସ୍ତାର ବାମପାର୍ଶ୍ଵ ପାଲଟିଥିଲା ଦର୍ଶନୀୟ ସ୍ଥାନ। ତା’ଭିତରେ ମତ୍ସ୍ୟକନ୍ୟାର ସ୍ଥାପତ୍ୟ ଥିଲା ସବୁଠୁ ଆକର୍ଷଣୀୟ। ହସ ହସ ମୁହଁରେ ସୁନ୍ଦରୀ ମତ୍ସ୍ୟକନ୍ୟା ସେବାଟ ଦେଇ ଯାଉଥିବା ପଥଚାରୀଙ୍କୁ କ୍ଷଣେ ଅଟକି ଯିବାକୁ ବାଧ୍ୟ କରୁଥିଲା। ହେଲେ ବର୍ତ୍ତମାନ ସେ ହସ ମଉଳି ଗଲାଣି। ମତ୍ସ୍ୟକନ୍ୟା ଦେହରୁ ରଙ୍ଗ ଛାଡ଼ିଗଲାଣି। ଏପରିକି ଏହାର ଚାରିପଟେ ସ୍ଥାନେ ସ୍ଥାନେ ଗଛ ମଧ୍ୟ ବଢ଼ିଲାଣି। ସେହିପରି ନିୟୁଟନ୍‌ଙ୍କର କେବଳ ଗୋଡ଼ ଦୁଇଟି ଥିବା ବେଳେ ଶରୀରର ବାକି ଅଂଶ ନାହିଁ। ଅନ୍ୟ ପ୍ରତିମୂର୍ତ୍ତିଗୁଡ଼ିକରୁ ମଧ୍ୟ ରଙ୍ଗ ଛାଡ଼ିଲାଣି।
ପଠାଣି ସାମନ୍ତ ପ୍ଲାନେଟୋରିୟମ ନିକଟରେ ଲୋକ ବସିବା ପାଇଁ ହୋଇଥିବା ‘ପ୍ଲେସ୍‌ ମେକିଙ୍ଗ’ବର୍ତ୍ତମାନ ଗାଡ଼ିପାର୍କିଂ ପାଲଟିଛି। ଏପରିକି କିଛି ଲୋକ ରାସ୍ତାକଡ଼ରେ ମନଇଚ୍ଛା ଗାଡ଼ି ପାର୍କଂ କରୁଥିବାରୁ ଏଠାରେ ପ୍ରବଳ ଟ୍ରାଫିକ୍‌ ଜାମ୍‌ ହେଉଛି। ରାସ୍ତାକଡ଼ରେ ଥିବା ଗଛଗୁଡ଼ିକର ପିଣ୍ଡି ମଧ୍ୟ ଫାଟି ଗଲାଣି। ସେହିପରି ଆଇଏମ୍‌ଏମ୍‌ଟି ନିକଟରେ ଥୁଆ ହୋଇଥିବା ମାଠିଆଦୁଇଟି ଅସ୍ଥାୟୀ ଡଷ୍ଟ୍‌ବିନ ପାଲଟିଛି। ଅନେକ ସ୍ଥାନରେ ରାସ୍ତାରେ ବିଛା ହୋଇଥିବା ବ୍ଲକ ଦବିଗଲାଣି। ଆଞ୍ଚଳିକ ପ୍ରାକୃତିକ ବିଜ୍ଞାନ କେନ୍ଦ୍ର ନିକଟରେ ଏକ ଜଳ ଚ୍ୟାମ୍ୱର ମୁକୁଳା ହୋଇପଡ଼ିଛି। ‌ରାସ୍ତା ମଝିରେ ଏହା ଖୋଲା ପଡ଼ିଥିବାରୁ ଦୁର୍ଘଟଣା ଗଟିବାର ଆଶଙ୍କା ମଧ୍ୟ ରହିଛି। କିନ୍ତୁ ଏନେଇ କାହାର ନିଘା ନାହିଁ ?

Share Now:

Kalinga News Beuro

Next Post

କନିଷ୍ଠ ଶିକ୍ଷକଙ୍କୁ ୨୦୦୦୦ ଟଙ୍କାର ମାସିକ ପାରିଶ୍ରମିକ

Wed Mar 13 , 2024
ଭୁବନେଶ୍ୱର : ରାଜ୍ୟରେ ଥିବା ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ନିୟୋଜିତ ହୋଇଥିବା କନିଷ୍ଠ ଶିକ୍ଷକ (ଯେଉଁମାନେ ଯୋଜନା ଭିତ୍ତିକ ପଦବୀରେ ୩ ବର୍ଷ କାର୍ଯ୍ୟ କରିସାରିଛନ୍ତି) ସେମାନଙ୍କର ବିଭିନ୍ନ ଦାବିକୁ ବିଚାରକୁ ନେଇ ସରକାର ତାଙ୍କ ମାସିକ ପାରିଶ୍ରମିକ ୧୩,୮୦୦ ପରିବର୍ତ୍ତେ ୨୦,୦୦୦ ଟଙ୍କା କରିବା ପାଇଁ ସ୍ଥିର କରିଛନ୍ତି। ଏହି ବୃଦ୍ଧି ପିଛିଲା ଭାବେ ତା.୦୧.୦୧.୨୦୨୩ ରିଖ ଠାରୁ ଲାଗୁ ହେବ।ଏହା ଦ୍ୱାରା ରାଜ୍ୟର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial