ନୂଆ ରୂପ ନେବ ନିକୋ ପାର୍କ : ଜାରି ହେଲା ଡିଜାଇନ୍‌

ନୂଆ ରୂପ ନେବ ନିକୋ ପାର୍କ

ମିଳିବ ଭୋଜି କରିବାର ସୁଯୋଗ

ଭୁବନେଶ୍ବର: ନୂଆ ରୂପ ନେବାକୁ ଯାଉଛି ନିକୋ ପାର୍କ। ସବୁ ବୟସର ଲୋକଙ୍କ ପାଇଁ ଚିତ୍ତବିନୋଦନର ଅନ୍ୟତମ ଆକର୍ଷଣର କେନ୍ଦ୍ର ଭାବରେ ନିର୍ମାଣ କରିବାକୁ ହୋଇଥିବା ଡିଜାଇନ୍‌ ଆଜି ଜାରି କରିଛି ବିଡିଏ। ଫନି ପରେ କ୍ଷତିଗ୍ରସ୍ତ ହୋଇଥିବା ଏହି ପାର୍କର ଉନ୍ନତୀକରଣ ନେଇ ଯୋଜନା ହୋଇଥିଲା। ପାର୍କ ଖୋଲିଥିଲେ ମଧ୍ୟ ବୋଟିଂ ସୁବିଧା ସହ ଅନ୍ୟାନ୍ୟ ମନୋରଞ୍ଜନ ବ୍ୟବସ୍ଥା ନଥିଲା। ଏଣୁ ଏହାକୁ ‘ସିଟିଜ୍‌’ ଯୋଜନା ଅଧୀନରେ ଉନ୍ନତୀକରଣ କରିବାକୁ ନିଷ୍ପତ୍ତି ହୋଇଛି। ଖୁବ୍‌ଶୀଘ୍ର ଏହାର ଉନ୍ନୟନ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଏବେ ଏହାର ନବୀକରଣ କରାଯାଇ ଏକ ନୂଆ ରୂପ ଦିଆଯିବାକୁ ଯୋଜନା ହୋଇଛି। ସିଟିଜ୍‌ ଯୋଜନାରେ ଏଥିରେ ବୋଟିଂ ସୁବିଧା କରାଯିବା ସହ ନାଳ ମଝିରେ ଏକ ଦ୍ବୀପ ସଦୃଶ ଜାଗା ତିଆରି କରାଯିବ। ବୋଟିଂ କରୁଥିବା ବେଳେ ଲୋକମାନେ ଓହ୍ଲାଇ ସେହି ଦ୍ବୀପର ମଜା ନେଇ ପାରିବେ। ବସିବା ପାଇଁ ଏକ ନିର୍ଦ୍ଧାରିତ ଜାଗା ରହିବା ସହ ଚାଲିବା ପାଇଁ ରାସ୍ତା ତିଆରି ହେବ। ବ୍ୟାପକ ବୃକ୍ଷ ରୋପଣ କରାଯାଇ ଏକ ଜଙ୍ଗଲର ଅନୁଭୂତି ଦିଆଯିବାକୁ ଉଦ୍ୟମ କରାଯିବ। ଏଠାରେ ଭୋଜି କରିବାର ସୁଯୋଗ ଦିଆଯିବ। ସେଥିପାଇଁ ପିଣ୍ଡି ନିର୍ମାଣ କରାଯିବାକୁ ଯୋଜନା ହୋଇଛି।

Share Now:

Kalinga News Beuro

Next Post

ଦିଲ୍ଲୀରେ ପୁଣି ବଢୁଛି ସଂକ୍ରମଣ : ସତର୍କ ହେଲେ ଦିଲ୍ଲୀ ସରକାର

Fri Apr 15 , 2022
ନୂଆଦିଲ୍ଲୀ : ଦେଶ ଏବେ ଧୀରେ ଧୀରେ କରୋନା ମହାମାରୀର ପ୍ରକୋପରୁ ମୁକୁଳିବା ଆରମ୍ଭ କରିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ସରକାର କଟକଣା ହଟାଇଦେଇଛନ୍ତି। ମାତ୍ର ଦିଲ୍ଲୀ ଓ ନିକଟବର୍ତ୍ତୀ ହରିୟାଣାରେ ପୁଣି କରୋନା ସଂକ୍ରମଣ ବଢିବା ସରକାରଙ୍କୁ ଚିନ୍ତାରେ ପକାଇଦେଇଛି। ଦିଲ୍ଲୀରେ ଗୁରୁବାରଦିନ ୩୨୫ଟି ନୂଆ ସଂକ୍ରମଣ ମାମଲା ଦେଖାଯିବା ପରେ ଦିଲ୍ଲୀ ସରକାର ସତର୍କ ହୋଇଯାଇଛନ୍ତି। ସେହିପରି ହରିୟାଣାରେ ଗତ ୧୪ଦିନରେ ମୋଟ ୧୨୦୦ […]
ଦିଲ୍ଲୀରେ ପୁଣି ବଢୁଛି ସଂକ୍ରମଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial