ଋଣ ଶୁଝି ନ ପାରିବା ଭୟରେ ଚାଷୀଙ୍କ ଆତ୍ମହତ୍ୟା: ଝୁଲନ୍ତା ମୃତଦେହ ଉଦ୍ଧାର

ଋଣ ଶୁଝି ନ ପାରି ଚାଷୀଙ୍କ ଆତ୍ମହତ୍ୟା

ଭଦ୍ରକ: ଭଦ୍ରକ ଜିଲ୍ଲାରେ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଋଣ ପ୍ରଦାନକାରୀ ସଂସ୍ଥାମାନଙ୍କର ଦୌରାତ୍ମ୍ୟ ବଢିବାରେ ଲାଗିଛି। କରୋନା ସଂକ୍ରମଣ ସମୟରେ ଅଧିକାଂଶ ଲୋକ ଘରେ ରହିବା କାରଣରୁ ବେରୋଜଗାର ରହୁଥିବା ବେଳେ ସେମାନଙ୍କଠାରୁ ଏହି ସଂସ୍ଥାମାନେ ଜୋର କରି ଋଣ ଓ ସୁଧ ଆଦାୟ କରୁଥିବାର ଖବର ମିଳିଛି। ଏହାର କୁପରିଣାମ ଆଜି ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଅର୍ଣ୍ଣପାଳ ପଞ୍ଚାୟତର ରାଜୁଆଳିବନ୍ଧା ଗାଁରେ ଗୃପ ଋଣ ଶୁଝି ନ ପାରିବା ଭୟରେ ମହେନ୍ଦ୍ର ଦାସ ନାମକ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଜଣାଯାଇଛି। ଗତକାଲି ରାତି ପ୍ରାୟ ଅଢେଇଟା ବେଳେ ସେ ବେକରେ ଦଉଡ଼ି ଲଗେଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ଘର ଭିତରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ସୂଚନାଯୋଗ୍ୟ, ମହେନ୍ଦ୍ର ଚାଷ ଲାଗି ଋଣ ନେଇଥିଲେ। ହେଲେ ସେହି ସଂସ୍ଥାର ଲୋକେ ବାରମ୍ବାର ତାଗିଦ୍ କରୁଥିଲା। ଏଥିରେ ବିଚଳିତ ହୋଇ ମହେନ୍ଦ୍ର ଆତ୍ମହତ୍ୟା କରିଥିବା କୁହାଯାଉଛି। ଘଟଣା ସଂପର୍କରେ ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ୍ ମହେନ୍ଦ୍ରଙ୍କ ମୃତ ଦେହକୁ ଜବତ କରି ଭଦ୍ରକ ଡାକ୍ତରଖାନାକୁ ବ୍ୟବଚ୍ଛେଦ ଲାଗି ପଠାଇଛି।

Share Now:

Kalinga News Beuro

Next Post

ଆନନ୍ଦପୁର ପୌରାଞ୍ଚଳ ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷିତ

Sun Aug 2 , 2020
ଆନନ୍ଦପୁର: କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ପୌରାଞ୍ଚଳକୁ ଆଜିଠୁ ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷିତ ହୋଇଛି। ଏହି କଟକଣା ୮ ତାରିଖ ମଧ୍ୟରାତ୍ର ଯାଏ ଜାରି ରହିବ। କେନ୍ଦୁଝର ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆନନ୍ଦପୁର ମୁ୍ନିସପାଲଟିର ୧୬ଟି ୱାର୍ଡ଼କୁ ଅଗଷ୍ଟ୨ତାରିଖ ରବିବାରଠାରୁ ଅଗଷ୍ଟ ୮ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।ଏହି କ୍ରମରେ ୧୬ଟି ୱାର୍ଡ଼ରେ ଜନସାଧାରଣ ଘରୁ ନ ବାହାରିବାକୁ କଡା ନିର୍ଦ୍ଦେଶ ଦିଆଯାଇଥିବାବେଳେ ଔଷଧ ଦୋକାନକୁ […]
ଆନନ୍ଦପୁର ପୌରାଞ୍ଚଳ ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷିତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial