ଜାମିନ ଖାରଜ : ପେଡ଼ିରେ ରହିବେ ନାଗୁଣୀ

ଭୁବନେଶ୍ବର: ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗଙ୍କ ଜାମିନ ଖାରଜ ହୋଇଥିବା ଜଣାଯାଇଛି। ଭୁବନେଶ୍ବର ଏସଡିଜେଏମ୍ କୋର୍ଟ ତାଙ୍କର ଜାମିନ ଆବେଦନ ଖାରଜ କରିଛନ୍ତି। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ଏହି ରାୟ ଶୁଣାଇଛନ୍ତି। ଏହାଫଳରେ ଜେଲରୁ ମୁକୁଳି ପାରିବେନି ଅର୍ଚ୍ଚନା ନାଗ। ସୂଚନାଯୋଗ୍ୟ, ଦେହ ବ୍ୟବସାୟ ଭଳି କଳା ବେପାରରେ ଯୁବତୀଙ୍କୁ ନିୟୋଜିତ କରିବା, ଅନ୍ତରଙ୍ଗ ମୁହୂର୍ତ୍ତର ନଗ୍ନ ଭିଡିଓ ସୁଟ୍ କରି ଟଙ୍କା ପାଇଁ ବ୍ଲାକମେଲ୍ କରିବା ଆଦି ବିଭିନ୍ନ ସଙ୍ଗିନ୍ ଦଫାରେ ଗିରଫ ହୋଇ ଜେଲରେ ଅଛନ୍ତି ଅର୍ଚ୍ଚନା ନାଗ। ସମ୍ପ୍ରତି ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ଏହି ମାମଲାର ମୁଖ୍ୟ ଅର୍ଚ୍ଚନାଙ୍କ ଜାମିନ୍ ଆବେଦନର ଶୁଣାଣି ଭୁବନେଶ୍ବର ଏସ ଡିଜେଏମ୍ କୋର୍ଟରେ ହୋଇଥିଲା। ଶୁଣାଣି ଶେଷ ହୋଇଥିବା ବେଳେ ରାୟ ସଂରକ୍ଷିତ ରହିଥିଲା। ସୋମବାର ରାୟ ପ୍ରକାଶ ପାଇଛି। ଅର୍ଚ୍ଚନାଙ୍କ ଓକିଲ ଦେବାଶିଷ ମହାପାତ୍ର ଓ ତାଙ୍କ ସହଯୋଗୀ ସବ୍ୟସାଚୀ ସୂତାର ମାମଲା ପରିଚାଳନା କରିଥିଲେ। ସୁରକ୍ଷା ଦୃଷ୍ଟିରୁ ଅର୍ଚ୍ଚନାଙ୍କୁ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର କରାଯାଇନଥିଲା। ଜେଲରେ ଥାଇ ଅର୍ଚ୍ଚନା ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର ହୋଇଥିଲେ। ଅର୍ଚ୍ଚନାଙ୍କୁ ଜାମିନ୍ ମିଳିବା ଉଚିତ ବୋଲି ସେମାନେ ବିଭିନ୍ନ ଯୁକ୍ତି ଦର୍ଶାଇଥିଲେ। ସରକାରୀ ଓକିଲ ଏହାକୁ ବିରୋଧ କରିଥିଲେ। ୧୬ଟି ଦଫା ମଧ୍ୟରୁ ଦଫା ୩୭୦ ଓ ଆଇଟି ଆକ୍ଟ ଭଳି ସଂଗିନ୍ ଅଭିଯୋଗ ଥିବା ଦର୍ଶାଇ ସରକାରୀ ଓକିଲ ଜାମିନ୍କୁ ବିରୋଧ କରିଥିଲେ। କୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣିଥିଲେ ଓ ରାୟ ସଂରକ୍ଷିତ ରହିଲା ବୋଲି ଜଣାଇଥିଲେ।
ଏଣେ ଜାମିନ ଖାରଜ ହେବା ପରେ ଅର୍ଚ୍ଚନାଙ୍କ ଓକିଲ ଦେବାଶିଷ ମହାପାତ୍ର କହିଛନ୍ତି, ରିଜେକ୍ସନ କପି ପାଇବା ପରେ କେଉଁ ଗ୍ରାଉଣ୍ଡରେ ଖାରଜ ହୋଇଛି ତାହାର ତର୍ଜମା କରିବୁ। ଜାମିନ ପାଇଁ ଆମେ ଉପର କୋର୍ଟରେ ଚ୍ୟାଲେଞ୍ଜ କରିବୁ। ଏଣେ ସରକାରୀ ଓକିଲ ରବି ନାରାୟଣ ସାମନ୍ତରାୟ କହିଛନ୍ତି, ଅର୍ଚ୍ଚନାଙ୍କ ନାମରେ ସଂଗୀନ ମାମଲା ରହିଥିବାରୁ କୋର୍ଟ ତାଙ୍କ ଜାମିନ ଖାରଜ କରିଛନ୍ତି। ବିଶେଷକରି ଏହି ସବୁ ସାଙ୍ଘାତିକ ମାମଲାରେ ଜାମିନ ପାଇବା ସମ୍ଭବ ନୁହେଁ। ରିମାଣ୍ଡରେ ନେଲେ ବହୁ ତଥ୍ୟ ଲୋକଲୋଚନକୁ ଆସି ପାରନ୍ତା।

Share Now:

Kalinga News Beuro

Next Post

ପୁଣି କଳଙ୍କ ଲଗାଇଲେ ନକଲି ସାମ୍ବାଦିକ : ଦାଦାବଟି ପାଇଁ ଧମକ ଦେଇ ୨ ଗିରଫ

Mon Oct 17 , 2022
ଭୁବନେଶ୍ବର: ସେକ୍ସ ରାକେଟ୍ ଚାଲିଥିବା କହି କଳିଙ୍ଗବିହାର କେ-୮ର ଏକ ଗେଷ୍ଟ୍‌ ହାଉସ୍‌ ମାଲିକଙ୍କ ପାଖରୁ ୫୦ ହଜାର ଟଙ୍କା ଚାନ୍ଦା ଆଦାୟ କରିବା ଅଭିଯୋଗରେ ଭରତପୁର ଥାନା ପୁଲିସ ୨ଜଣ ନକଲି ସାମ୍ବାଦିକଙ୍କୁ ଗିରଫ କରିଛି। ସେମାନେ ହେଲେ, ୱେବ ପୋର୍ଟାଲ୍ ଫୋକସ୍ ପ୍ଲସ୍‌ର ରାଣାପ୍ରତାପ ଓ ସାନୁ। ସେମାନଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ରାଣାପ୍ରତାପ ଓ […]
ନକଲି ସାମ୍ବାଦିକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial