ତହସିଲ କାର୍ଯ୍ୟାଳୟକୁ ଏକାଧିକ ଥର ଦୌଡ଼ି ଯୁବକ ନୟାନ୍ତ : ବିଷ ପିଇ ଆତ୍ମହତ୍ୟା ଉଦ୍ୟମ

ବିଷ ପିଇ ଆତ୍ମହତ୍ୟା ଉଦ୍ୟମ

ଭଦ୍ରକ: ଜିଲ୍ଲାର ବାସୁଦେବପୁର ତହସିଲ ପରିସରରେ ଜଣେ ଯୁବକ ଆଜି ବିଷପାନ କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଆର୍ତ୍ତୁଙ୍ଗ ଗ୍ରାମର ବୃନ୍ଦାବନ ଦାସଙ୍କ ପୁଅ ଶିବାଜୀ (୨୩) ଗତ ୩ ମାସ ତଳେ ପୈତୃକ ସମ୍ପତ୍ତି ଭାଗ ବଣ୍ଟା କରିବାକୁ ନେଇ ତହସିଲ କାର୍ଯ୍ୟାଳୟକୁ ଅନେକ ଥର ଯାଇଥିଲେ। ତହସିଲ କାର୍ଯ୍ୟାଳୟକୁ ବହୁବାର ଦୌଡ଼ିବା ସହିତ ଖର୍ଚ୍ଚାନ୍ତ ହୋଇଥିଲେ। ମାତ୍ର ତହସିଲଦାର ଅମିନ ବାହାନା ଦେଖାଇ ଦିନ ଗଡାଇ ଚାଲିଥିଲେ। ହତାଶ ହୋଇ ବିଷପାନ କରିବାକୁ ଉଦ୍ୟମ କରିଥିଲେ। ହଠାତ୍‌ ଉପସ୍ଥିତ ଲୋକେ ଉଦ୍ଧାର କରି ଶିବାଜୀଙ୍କୁ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।
ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏବଂ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡ ସରଭଣା ବିବେକ୍‌ ଏମ୍‌ ସୋମବାର ମିଳିତ ଭାବେ ଅଭିଯୋଗ ଶୁଣାଣି ଶିବିରରେ ଉପସ୍ଥିତ ଥିବା ବେଳେ ଜଣେ ଦିବ୍ୟାଙ୍ଗ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ କଲେଜ୍‌ ଓ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍‌ପିଟାଲରେ ଭର୍ତ୍ତି ହୋଇଥିବା ଦିବ୍ୟାଙ୍ଗ ଜଣକ ହେଲେ ବାଳକୃଷ୍ଣ ଦୋରା।

Share Now:

Kalinga News Beuro

Next Post

ଗୁଜରାଟରେ ମଦ ନିଷେଧ ପରେ ବି ୧୫ବର୍ଷ ମଧ୍ୟରେ ୮୪୫ଜଣଙ୍କ ଜୀବନ ଯାଇଛି : ଆପ୍

Tue Jul 26 , 2022
ନୂଆଦିଲ୍ଲୀ: ଗତକାଲି ଗୁଜରାଟର ବୋଟାଡରେ ବିଷାକ୍ତ ମଦ ପିଇ ୪ଜଣକ ମୃତ୍ୟୁ ହୋଇଥିଲା। ଆଜି ଏହି ସଂଖ୍ୟା ବଢ଼ି ୨୮ରେ ପହଞ୍ଚିଥିବା ବେଳେ ଏହି ଘଟଣାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ବର୍ଷ ଶେଷରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଘଟିଥିବା ଏହି ଘଟଣା ସମ୍ପର୍କରେ ଆମ୍ ଆଦମୀ ପାର୍ଟି ରାଜ୍ୟର ଭୂପେନ୍ଦ୍ର ପଟେଲ ସରକାରଙ୍କୁ ଘେରିବା ଆରମ୍ଭ କରିଛି। ମଙ୍ଗଳବାର ଗୁଜୁରାଟରେ ପହଞ୍ଚିଥିବା ଦିଲ୍ଲୀ […]
ଆମ୍ ଆଦମୀ ପାର୍ଟି ରାଜ୍ୟର ଭୂପେନ୍ଦ୍ର ପଟେଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial