ବୀଡ଼ ଜିଲ୍ଲାପାଳଙ୍କୁ ହତ୍ୟା ଉଦ୍ୟମ : ଟ୍ରକ ଚାଳକ ଗିରଫ

ଜିଲ୍ଲାପାଳଙ୍କୁ ହତ୍ୟା ଉଦ୍ୟମ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ବୀଡ଼ ଜିଲ୍ଲାର ଗେବରାଇ ତହସିଲ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ବାଲି ବୋଝେଇ ଟ୍ରକ ଚାଳକ ବୀଡ଼ ଜିଲ୍ଲାପାଳଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବାର ଖବର ମିଳିଛି। ବୀଡ଼ ଜିଲ୍ଲାପାଳଙ୍କ ନାମ ଦୀପା ମୁଧୋଲ-ମୁଣ୍ଡେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ବୀଡ଼ ଜିଲ୍ଲାପାଳ ଦୀପା ମୁଧୋଲ-ମୁଣ୍ଡେ ଔରାଙ୍ଗାବାଦରୁ ଫେରୁଥିବା ବେଳେ ରାସ୍ତାରେ ଏକ ନମ୍ବର ବିହୀନ ବାଲି ବୋଝେଇ ଟ୍ରକ୍‌କୁ ଦେଖିଥିଲେ। ଏହାପରେ ସେ ଟ୍ରକ୍‌ଟିକୁ ଅଟକାଇବାକୁ ନିଜ କାର ଡ୍ରାଇଭରଙ୍କୁ କହିଥିଲେ। ଜିଲ୍ଲାପାଳଙ୍କ ଡ୍ରାଇଭର ଟ୍ରକକୁ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ଟ୍ରକ୍‌ ଡ୍ରାଇଭର କାରକୁ ଧକ୍କା ଦେଇ ଆଗକୁ ମାଡ଼ି ଯାଇଥିଲା।
ଏହାପରେ ଜିଲ୍ଲାପାଳ ଓ ତାଙ୍କ ଡ୍ରାଇଭର ଟ୍ରକର ପଛେପଛେ ଯାଇଥିଲେ। ଏହା ଦେଖି ଟ୍ରକ ଚାଳକ ରାସ୍ତା ମଝିରେ ବାଲି ଗଦା କରି ଦେଇଥି‌ଲା। ଫଳରେ ଜିଲ୍ଲାପାଳଙ୍କ ଗାଡ଼ି ଆଗକୁ ବଢ଼ି ପାରି ନଥିଲା। ଜିଲ୍ଲାପାଳ ଦୀପା ମୁଧୋଲ-ମୁଣ୍ଡେ ସଙ୍ଗେସଙ୍ଗେ ବୀଡ଼ ଏସ୍‌ପିଙ୍କୁ ଫୋନ୍ କରି ଘଟଣା ବିଷୟରେ ଜଣାଇଥିଲେ। ପୁଲିସ ତୁରନ୍ତ ତଦନ୍ତ ଆରମ୍ଭ କରି ଟ୍ରକ୍‌ର ଡ୍ରାଇଭରକୁ ଗିରଫ କରି ଟ୍ରକ୍‌ଟିକୁ ସିଜ୍ କରିଥିଲା। ଗିରଫ ଟ୍ରକ ଡ୍ରାଇଭରର ନାମ ପ୍ରକାଶ କୋକରେ ବୋଲି ଜଣାପଡ଼ିଛି। ବୀଡ଼ ଜିଲ୍ଲାପାଳ ଦୀପା ମୁଧୋଲ-ମୁଣ୍ଡେଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କ ଅଭିଯୋଗ ଆଧାରରେ ଗେବରାଇ ପୁଲିସ୍ ଟ୍ରକ୍‌ର ଡ୍ରାଇଭର ପ୍ରକାଶ କୋକରେ ନାମରେ ଆଇପିସିର ଧାରା ଅନୁଯାୟୀ ୩୦୭ ଓ ୩୫୩ରେ ମାମଲା ରୁଜୁ କରିଛି।

Share Now:

Kalinga News Beuro

Next Post

‌ବିଏମ୍‌ସିର ହୋଲ୍‌ଡିଂ ଟିକସ କେଳେଙ୍କାରୀ : ୨୧ ହଜାର ରସିଦର ହିସାବ ମିଳୁନି

Sun May 28 , 2023
ଆପତ୍ତି ଉଠାଇଲେ ଅଡିଟ୍‌, ରସିଦ ନାହିଁ କି ଟିକସ ନାହିଁ ଭୁବନେଶ୍ୱର: ହୋଲ୍‌ଡିଂ ଟିକସ ଆଦାୟକୁ ନେଇ ଗୋଟିଏ ପରେ ଗୋଟିଏ ବିବାଦରେ ବିଏମ୍‌ସି ଛନ୍ଦି ହେବାରେ ଲାଗିଛି। ମୋଟ ୧ଲକ୍ଷ ୨୦ ହଜାର ଘର ମଧ୍ୟରୁ ମାତ୍ର ୬୦ ହଜାର ଘରୁ ହୋଲ୍‌ଡିଂ ଟିକସ ଆଦାୟ ହେଉଛି ବୋଲି ଏକ ତଥ୍ୟ ନିକଟ ଅତୀତରେ ପଦାକୁ ଆସିବା ପରେ ବିଏମ୍‌ସି ଅକଳରେ ପଡ଼ିଥିଲା। ଏବେ, ହୋଲଡିଂ ଟିକସ ଅର୍ଥ […]
‌ହୋଲ୍‌ଡିଂ ଟିକସ ଆଦାୟରେ କେଳେଙ୍କାରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial